ପୁରୁଷ ହକି ଟିମର ଐତିହାସିକ ବିଜୟ
ନୂଆଦିଲ୍ଳୀ(କେନ୍ଯୁଜ୍) : ଏସିଆନ୍ ଗେମ୍ସରେ ଭାରତୀୟ ହକି ଟିମ୍ର ଗୋଲ୍ ବର୍ଷା । ଐତିହାସିକ ବିଜୟ ହାସଲ କରିଛି ପୁରୁଷ ହକି ଟିମ୍ । ପୋଲ୍ ପର୍ଯ୍ୟାୟ ମ୍ୟାଚ୍ରେ ହଂକଂକୁ ୨୬-୦ରେ ମାତ ଦେଇଛି ଟିମ୍ ଇଣ୍ଡିଆ । ଏହାସହ ୮୬ ବର୍ଷର ପୁରୁଣା ରେକର୍ଡକୁ ବି ଭାଙ୍ଗିଛି । ସେହିପରି ଏସୀଆଡ୍ରେ ବି ଭାରତର ଏହା ହେଉଛି ସବୁଠୁ ବଡ଼ ବିଜୟ ।
ନିଶ୍ଚିତ ପଢ଼ନ୍ତୁ: ଜାକର୍ତ୍ତା ଏସୀୟ କ୍ରୀଡ଼ା : ଭାରତୀୟ ମହିଳାଙ୍କ ପାଇଁ ପ୍ରଥମ ସ୍ବର୍ଣ୍ଣ ଜିତିଲେ ବିନେଶ
ହକିରେ ଏପର୍ଯ୍ୟନ୍ତ ଭାରତର ଏହା ହେଉଛି ସର୍ବବୃହତ ବିଜୟ । ଏହାପୂର୍ବରୁ ୧୯୩୨ରେ ଲସ୍ ଆଞ୍ଜଲସ୍ ଅଲିମ୍ପିକ୍ସରେ ଆମେରିକାକୁ ୨୪-୧ ଗୋଲ୍ରେ ହରାଇଥିଲା ଭାରତ । ଚଳିତ ଏସୀୟ କ୍ରୀଡ଼ାର ଗ୍ରୁପ୍ ପର୍ଯ୍ୟାୟରେ ଆଜି ହଂକଂ ସହ ଦ୍ୱିତୀୟ ମୁକାବିଲା ଥିଲା । ପ୍ରଥମରୁ ଆଟାକିଂ ଖେଳିଥିଲା ଭାରତ । ଏହାପରେ ଗୋଲ୍ ବର୍ଷା କରିଥିଲେ ଭାରତୀୟ ହକି ତାରକା । ଏହା ପୂର୍ବରୁ ଏସୀୟ କ୍ରୀଡ଼ାର ପ୍ରଥମ ମ୍ୟାଚ୍ରେ ଇଣ୍ଡୋନେସିଆକୁ ୧୭-୦ ଗୋଲ୍ରେ ହରାଇଥିଲା ଟିମ୍ ଇଣ୍ଡିଆ ।