୨୫ମିଟର ପିସ୍ତଲରେ ଭାରତକୁ ମିଳିଲା ସ୍ବର୍ଣ୍ଣ ପଦକ

ନୂଆଦିଲ୍ଲୀ(କେନ୍ଯୁଜ୍) : ଏସୀୟ କ୍ରୀଡ଼ାରେ ପୁଣି ସୁନା ଆଣିଲେ ଭାରତୀୟ ଝିଅ । ମହିଳା ୨୫ ମିଟର ପିସ୍ତଲରେ ସ୍ୱର୍ଣ୍ଣ ପଦକ ମିଳିଛି । ଏହି ସଫଳତା ଆଣିଛନ୍ତି ସୁଟର୍‌ ରାହି ଜୀବନ ସର୍ଣ୍ଣବତ୍‌ । ଏସିଆଡ୍‌ରେ ରାହିଙ୍କ ଦ୍ୱିତୀୟ ପଦକ ହୋଇଥିବା ବେଳେ ପ୍ରଥମ ସ୍ୱର୍ଣ୍ଣ ହାସଲ କରିଛନ୍ତି । ଥାଇଲ୍ୟାଣ୍ଡ ସୁଟର୍‌ ୟାଙ୍କପାଇବୁନ୍‌ଙ୍କୁ ହରାଇ ସ୍ୱର୍ଣ୍ଣ ପଦକର ଅଧିକାରିଣୀ ହୋଇ ପାରିଛନ୍ତି । ସଫଳତା ପରେ ରାହିଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ । ଏହାସହ ଏସିଆଡ୍‌ରେ ଭାରତର ପଦକ ସଂଖ୍ୟା ୧୧ରେ ପହଞ୍ଚିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.