ଏହି ବଲିଉଡ଼ ଅଭିନେତ୍ରୀ ଯିଏ ପଡ଼ିଛନ୍ତି ବିଦେଶୀଙ୍କ ପ୍ରେମରେ

ପ୍ରେମର କୌଣସି ସୀମା ନାହିଁ । ପ୍ରେମ ଜାତି କି ଦେଶ ଦେଖେନାହିଁ । ଆଜି ଆମେ ଏମିତି କିଛି ବଲିଉଡ଼ ଅଭିନେତ୍ରୀଙ୍କ ବିଷୟରେ କହିବା ପାଇଁ ଯାଉଛୁ ଯେଉଁମାନେ ନିଜର ଜୀବନସାଥି ଖୋଜି ପାଇଛନ୍ତି ସାତ ସମୁଦ୍ର ପାର ବିଦେଶରେ। ଆସନ୍ତୁ ଜାଣିବା କିଏ କିଏ ବଲିଉଡ଼ ଅଭିନେତ୍ରୀ ସାମିଲ ରହିଛନ୍ତି ଏହି ତାଲିକାରେ ।
ପ୍ରିୟଙ୍କା ଚୋପ୍ରା :
ବଲିଉଡ଼ ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ଏବଂ ତାଙ୍କ ସାଥି ନିକ ଜୋନ୍ସ ଖୁବ ଶୀଘ୍ର ବିବାହ ବନ୍ଧନରେ ବାନ୍ଧିହେବାକୁ ଯାଉଛନ୍ତି। ଗତ ଅଗଷ୍ଟ ୧୮ ତାରିଖରେ ଦୁହିଁଙ୍କର ନିର୍ବନ୍ଧ ଏବଂ ରୋକା ଶେଷ ହୋଇଛି। ଦୁହିଁଙ୍କ ମଧ୍ୟରେ ବୟସର ବହୁତ ଅନ୍ତର ରହିଥିଲେ ମଧ୍ୟ ପ୍ରେମ ଦୁହେଁ ଦୁନିଆର ଚିନ୍ତା ନକରି ଶେଷକୁ ବିବାହ ବନ୍ଧନରେ ବାନ୍ଧିହେବା ନେଇ ନିଷ୍ପତି ନେଇଛନ୍ତି। ନିକ୍ ହେଉଛନ୍ତି ହଲିଉଡ଼ର ଜଣାଶୁଣା ଗାୟକ।
ଶୀୟା ସେରନ୍ :
ଦିସମ୍ ଅଭିନେତ୍ରୀ ଶ୍ରୀୟା ଶରଣ ଗୁପ୍ତରେ ତାଙ୍କର ରସିୟାନ ପ୍ରେମିକ ଏଡ଼୍ରି କୋଶଚିଭଙ୍କୁ ବିବାହ କରିଛନ୍ତି। ଦୁହିଁ ଚଳିତ ବର୍ଷ ମାର୍ଚ୍ଚ୧୨ ତାରିଖରେ ବିବାହ ବନ୍ଧନରେ ବାନ୍ଧି ହୋଇଥିବା ଖବର ଆସିଥିଲା। ଏଡ଼୍ରି ହେଉଛନ୍ତି ଜଣେ ନ୍ୟାସନାଲ ସ୍ତରର ଟେନିସ ଖେଳାଳୀ । ଏହା ଛଡ଼ା ଚାଇନାରେ ତାଙ୍କର ଅନେକ ରେଷ୍ଟୋରାଣ୍ଟ ରହିଛି।
ନିଶ୍ଚିତ ପଢ଼ନ୍ତୁ : କଙ୍ଗନାଙ୍କ ସହ ବିବାଦ : ଫିଲ୍ମ ମଣିକର୍ଣ୍ଣିକା ଛାଡିଲେ ନିର୍ଦ୍ଦେଶକ
ଶୃତି ହାସନ୍ ;
ବଲିଉଡ଼ ତଥା ତଲିଉଡ଼ର ଆଗଧାଡ଼ିର ଅଭିନେତ୍ରୀ ମାନଙ୍କ ମଧ୍ୟରେ ଗଣା ଶୃତି ହାସନ। ଏହାଛଡ଼ା ସେ ପ୍ରସିଦ୍ଧ ଅଭିନେତା କମଳ ହାସନଙ୍କ ବଡ଼ ଝିଅ ମଧ୍ୟ। ମିଡ଼ିଆ ସୂତ୍ର ଜଣାପଡ଼ିଛି ସେ ଇଂଲଣ୍ଡରେ ରହୁଥିବା ଇଟାଲିଆନ ଅଭିନେତା ମାଇକେଲ କୋରସେଲଙ୍କ ପ୍ରେମରେ ପାଗଳ ରହିଛନ୍ତି। ସେ ଦୁହେଁ ବହୁ ବର୍ଷ ହେଲା ସାଙ୍ଗରେ ଥିବା ଜଣାପଡ଼ିଛି।
ପ୍ରୀତି ଜିଣ୍ଟା :
ନବଦଶକର ଡ଼ିମ୍ପଲ କୁଇନ୍ ଭାବେ ଜଣାଯାଉଥିବା ପ୍ରୀତି ଜିଣ୍ଟା ୨୦୧୬ ମସିହାରେ ଆମେରିକାର ଏନଲାଇନ୍ ଏନର୍ଜି ସିନିୟର ଭାଇସ-ପ୍ରେସିଡ଼େଣ୍ଟ ଭାବେ କାର୍ୟ୍ୟରତ ଜେନ ଗୁଡ଼ଏନଫଙ୍କୁ ବିବାହ କରିଥିଲେ।
ତାପସି ପନ୍ନୁ:
ବଲିଉଡ଼ ଅଭିନେତ୍ରୀ ତାପସି ପନ୍ନୁ ଦୀର୍ଘ ଦିନ ହେବ ଡ଼େନମାର୍କ ବ୍ୟଡ଼ମିଟନ୍ ଖେଳାଳୀ ମାଥିଆସ ବୋଇଙ୍କ ସହ ସଂପର୍କରେ ରହିଛନ୍ତି। ଏହା ବିଷୟରେ ସେ ମିଡ଼ିଆରେ ଖୋଲାରେ ମଦ୍ୟ ସ୍ବିକାର କରିଛନ୍ତି।