Below header

ସାବଧାନ୍ , ସୋସିଆଲ୍ ମଡିଆରେ ସେୟାର୍ କରନ୍ତୁ ନାହିଁ ଆଧାର ନମ୍ବର

ସୋସିଆଲ୍ ମିଡିଆରେ ଦିଅନ୍ତୁ ନାହିଁ ଆଧାର ନମ୍ବର । ଏହି ସୂଚନା ଜାରି କରିଛି ୟୁନିକ୍‌ ଆଇଡେଣ୍ଟିଫିକେସନ୍‌ ଅଥରିଟି ଅଫ୍‌ ଇଣ୍ଡିଆ । UIDAI କହିଛି ଅଧାର ସମ୍ପୂର୍ଣ୍ଣ ଭାବରେ ସୁରକ୍ଷିତ । କିନ୍ତୁ ଅନ୍ୟ ପରିଚୟ ପତ୍ର ଯେମିତି କି ପାନ୍ କାର୍ଡ କିମ୍ବା ଡେବିଟ୍ କାର୍ଡ – କ୍ରେଡିଟ୍ କାର୍ଡକୁ ସୁରକ୍ଷା କାରଣରୁ ସୋସିଆଲ୍ ମିଡିଆରେ ସେୟାର୍ କରାଯାଏ ନାହଁ । ଠିକ୍ ସେମିତି ଆଧାର୍ କାର୍ଡ ନମ୍ବର ସୋସିଆଲ୍ ମିଡିଆରେ ସେୟାର୍ ନ କରିବାକୁ ପାଇଁ ଗ୍ରାହକଙ୍କୁ ଅପିଲ୍ କରିଛି UIDAI ।

ଗ୍ରାହକଙ୍କ ଦ୍ବାରା ପଚରାଯାଇଥିବା ପ୍ରଶ୍ନର ଉତ୍ତରରେ UIDAI କହିଛି ସୋସିଆଲ୍ ମଡିଆରେ ସେୟାର୍ ନକରିବା ଅର୍ଥ ନୁହେଁ ଏହା ଅସୁରକ୍ଷିତ । ଅନ୍ୟ ପରିଚୟ ପତ୍ର ଠାରୁ ଅଧିକ ସୁରକ୍ଷିତ ହେଉଛି ଆଧାର । କିନ୍ତୁ ନିଜ ଗୋପନୀୟତା ବଜାୟ ରଖିବା ପାଇଁ ଯେମିତି ଅନ୍ୟ ପରିଚୟ ପତ୍ରକୁ ସୋସିଆଲ୍ କରୁନାହୁଁ ଏହାକୁ ମଧ୍ୟ ସୋସିଆଲ୍ ମିଡିଆରେ ସେୟାର୍ କରିବା ଅନୁଚିତ୍ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.