କାମାକ୍ଷାନଗର : କାର ଓ ବାଇକ୍ ମୁହାଁମୁହିଁ ଧକ୍କା, ଜଣେ ମ୍ରୁତ ଏବଂ ଅନ୍ୟ ଜଣେ ଗୁରୁତର

କାମାକ୍ଷାନଗର (କେନ୍ଯୁଜ୍) : କାର ଓ ବାଇକ୍ ମୁହାଁମୁହିଁ ଧକ୍କା। ଢ଼େଙ୍କାନାଳ ଜିଲ୍ଲା କଙ୍କଡାହାଡ ଥାନା କିର୍ତ୍ତନପୁର ଛକ ନିକଟରେ କାର ଓ ବାଇକ୍ ମୁହାଁମୁହିଁ ଧକ୍କା ହୋଇଛି। ଏହି ଦୁର୍ଘଟଣାରେ ବାଇକ୍ ଚାଳକଙ୍କ ମ୍ରୁତ୍ୟୁ ଘଟିଥିବା ବେଳେ ଅନ୍ୟ ଜଣେ ଗୁରୁତର ଆହତ ହୋଇ କାମାକ୍ଷାନଗର ମେଡିକାଲରେ ଭର୍ତ୍ତି ହୋଇଛନ୍ତି। ମ୍ରୁତକ ହେଲେ କଙ୍କଡାହାଡ ଥାନା କନ୍ଧରା ଗାଁର ସୁବାଷ ସିଂ। ଖବର ପାଇ ଘଟଣା ସ୍ଥଳରେ ପୋଲିସ ପହଞ୍ଚି ମ୍ରୁତଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି।ଏହା ସହ ଗାଡି ଦୁଇଟିକୁ ଜବତ କରି ତଦନ୍ତ ଚଳାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.