କ୍ରୀଡା

ଅକ୍ଷର ପଟେଲ୍‌ କରୋନା ପଜିଟିଭ, ଦିଲ୍ଲୀ କ୍ୟାପିଟାଲ୍ସକୁ ବଡ଼ ଧକ୍କା

ନୂଆଦିଲ୍ଲୀ :  ୨୦୨୧ ଆଇପିଏଲ୍‌ ଘୋଷଣା ହେବାର ଆଉ କିଛି ଦିନ ବାକି ଅଛି । ଏବେ କ୍ରିକେଟର ଅକ୍ଷର ପଟେଲଙ୍କୁ କରୋନା ପଜିଟିଭ ହେବା ଜଣା ପଡ଼ିବା ପରେ ବଡ଼ ଧକ୍କା ଲାଗିଛି ଦିଲ୍ଲୀ କ୍ୟାପିଟାଲ୍ସକୁ । ଅଲ୍‌ରାଉଣ୍ଡର କ୍ରିକେଟ ଷ୍ଟାର ଅକ୍ଷର କରୋନା ପଜିଟିଭ ଥିବା ବେଳେ ନିୟମିତ କ୍ୟାପ୍‌ଟେନ୍‌ ଶ୍ରେୟସ୍‌ ଅୟର ପୁରା ସିଜିନ ପାଇଁ ଟିମ୍‌ ବାହାରେ ଅଛନ୍ତି ।

ଦିଲ୍ଲୀ କ୍ୟାପିଟାଲ୍ସର ପ୍ରଥମ ମ୍ୟାଚ୍‌ ଅପ୍ରେଲ ୧୦ରେ ମୁମ୍ବାଇରେ ହେବାକୁ ରହିଛି । ଟିମ୍‌ର ଦକ୍ଷ ଖେଳାଳୀ ତଥା କ୍ୟାପ୍‌ଟେନ୍‌ ଶ୍ରେୟସ ଅୟାର ଆଘାତ ଜନିତ କାରଣରୁ ପୂର୍ବରୁ ଖେଳ ବାହାରେ ଅଛନ୍ତି । ଦିଲ୍ଲୀ କ୍ୟାପିଟାଲ୍ସ ଫ୍ରାଞ୍ଚାଇଜ ସୂତ୍ର ଅନୁଯାୟୀ ଅକ୍ଷର ପଜିଟିଭ ଥିବାରୁ ତାଙ୍କୁ କୋଭିଡ୍‌ ପ୍ରୋଟୋକଲ୍‌ ପାଳନ କରିବାକୁ ପଡ଼ିବ । ତେଣୁ ଦଳ ପାଇଁ ଏବେ ବଡ଼ କଠିନ ହୋଇପାରେ । ଅକ୍ଷର ପଟେଲ ଆଇପିଏଲ୍‌ କ୍ୟାରିଅରରେ ୯୭ ମ୍ୟାଚ୍‌ ଖେଳି ୮୦ ଓ୍ଵିକେଟ ନେବା ସହ ୯୧୩ ରନ୍‌ କରିଛନ୍ତି । ଏଥର ଟି-୨୦ ମ୍ୟାଚ୍‌ ଭାରତର ୬ ସହରରେ ଖେଳାଯିବ ।

Niharanjan

Recent Posts

ରେଲୱେରେ ଗ୍ରୁପ ଡିରେ ୧,୦୩,୭୬୯ ପଦବୀ ଖାଲି, ଜାଣନ୍ତୁ କେମିତି କରିବେ ଆବେଦନ

ଭାରତୀୟ ରେଲୱେରେ ଚାକିରି ଖୋଜୁଥିଲେ ଆପଣଙ୍କ ପାଇଁ ଖୁସି ଖବର । ଆରଆରବି ଗ୍ରୁପ ଡି ପାଇଁ ୧,୦୩,୭୬୯ ପଦବୀ…

13 mins ago

ଦିଲ୍ଲୀ ସିଏମ୍‌ ଅରବିନ୍ଦ କେଜ୍ରିଓ୍ଵାଲଙ୍କ ସ୍ୱାସ୍ଥ୍ୟାବସ୍ଥା ବିଗିଡ଼ିଲା, କମିଲା ସୁଗାର ସ୍ତର

ବିଗିଡ଼ିଲା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ଵାଲଙ୍କ ସ୍ୱାସ୍ଥ୍ୟାବସ୍ଥା । କୋର୍ଟ ରୁମ୍‌ରେ ତାଙ୍କ ସୁଗାର ସ୍ତର କମିଯାଇଥିବା ସୂଚନା ମିଳିଛି…

21 mins ago

ସୁରକ୍ଷାରେ ତ୍ରୁଟି ! ବ୍ରିଟେନ୍‌ ପ୍ରଧାନମନ୍ତ୍ରୀ ରିଷି ସୁନକଙ୍କ ଘରେ ବେଆଇନ ଭାବେ ପଶିଲେ ୪ ଯୁବକ, ଗିରଫ କଲା ପୋଲିସ

ବ୍ରିଟିଶ ପ୍ରଧାନମନ୍ତ୍ରୀ ରିଷି ସୁନକଙ୍କ ଉତ୍ତର ଇଂଲଣ୍ଡସ୍ଥିତ ଘରେ ୪ ଜଣ ଯୁବକ ବେଆଇନ ଭାବେ ପ୍ରବେଶ କରିଛନ୍ତି ।…

38 mins ago

ରତ୍ନ ଭଣ୍ଡାର ତୁରନ୍ତ ମରାମତି ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ

ପୁରୀ: ରତ୍ନ ଭଣ୍ଡାର ତୁରନ୍ତ ମରାମତି ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି । ଚିଠି ଲେଖି ଅନୁରୋଧ କଲେ ବାଲୁକା ଶିଳ୍ପୀ…

1 hour ago

ଅତିଶୀଙ୍କୁ ଦେଖିବା ପାଇଁ ହସ୍ପିଟାଲରେ ପହଞ୍ଚିଲେ ଅଖିଳେଶ ଯାଦବ, ପଚାରି ବୁଝିଲେ ସ୍ୱାସ୍ଥ୍ୟାବସ୍ଥା

ଦିଲ୍ଲୀର ଜଳ ଓ ଶିକ୍ଷା ମନ୍ତ୍ରୀ ଅତିଶୀ ବର୍ତ୍ତମାନ ହସ୍ପିଟାଲରେ ଅଛନ୍ତି । ତାଙ୍କ ସ୍ୱାସ୍ଥ୍ୟାବସ୍ଥା ବିଷୟରେ ପଚାରି ବୁଝିବା…

1 hour ago

ଚାରି ଫୁଟ୍ ଲମ୍ବର ନାଗ ସହ ସାତଟି ନାଗ ଛୁଆ ଉଦ୍ଧାର

ଯାଜପୁର ଟାଉନ : ଚାରି ଫୁଟ୍ ଲମ୍ବର ନାଗ ସହ ସାତଟି ନାଗ ଛୁଆ ଉଦ୍ଧାର । ଦଶରଥପୁର ବ୍ଲକ…

1 hour ago