ଅକ୍ଷର ପଟେଲ୍ କରୋନା ପଜିଟିଭ, ଦିଲ୍ଲୀ କ୍ୟାପିଟାଲ୍ସକୁ ବଡ଼ ଧକ୍କା
ନୂଆଦିଲ୍ଲୀ : ୨୦୨୧ ଆଇପିଏଲ୍ ଘୋଷଣା ହେବାର ଆଉ କିଛି ଦିନ ବାକି ଅଛି । ଏବେ କ୍ରିକେଟର ଅକ୍ଷର ପଟେଲଙ୍କୁ କରୋନା ପଜିଟିଭ ହେବା ଜଣା ପଡ଼ିବା ପରେ ବଡ଼ ଧକ୍କା ଲାଗିଛି ଦିଲ୍ଲୀ କ୍ୟାପିଟାଲ୍ସକୁ । ଅଲ୍ରାଉଣ୍ଡର କ୍ରିକେଟ ଷ୍ଟାର ଅକ୍ଷର କରୋନା ପଜିଟିଭ ଥିବା ବେଳେ ନିୟମିତ କ୍ୟାପ୍ଟେନ୍ ଶ୍ରେୟସ୍ ଅୟର ପୁରା ସିଜିନ ପାଇଁ ଟିମ୍ ବାହାରେ ଅଛନ୍ତି ।
ଦିଲ୍ଲୀ କ୍ୟାପିଟାଲ୍ସର ପ୍ରଥମ ମ୍ୟାଚ୍ ଅପ୍ରେଲ ୧୦ରେ ମୁମ୍ବାଇରେ ହେବାକୁ ରହିଛି । ଟିମ୍ର ଦକ୍ଷ ଖେଳାଳୀ ତଥା କ୍ୟାପ୍ଟେନ୍ ଶ୍ରେୟସ ଅୟାର ଆଘାତ ଜନିତ କାରଣରୁ ପୂର୍ବରୁ ଖେଳ ବାହାରେ ଅଛନ୍ତି । ଦିଲ୍ଲୀ କ୍ୟାପିଟାଲ୍ସ ଫ୍ରାଞ୍ଚାଇଜ ସୂତ୍ର ଅନୁଯାୟୀ ଅକ୍ଷର ପଜିଟିଭ ଥିବାରୁ ତାଙ୍କୁ କୋଭିଡ୍ ପ୍ରୋଟୋକଲ୍ ପାଳନ କରିବାକୁ ପଡ଼ିବ । ତେଣୁ ଦଳ ପାଇଁ ଏବେ ବଡ଼ କଠିନ ହୋଇପାରେ । ଅକ୍ଷର ପଟେଲ ଆଇପିଏଲ୍ କ୍ୟାରିଅରରେ ୯୭ ମ୍ୟାଚ୍ ଖେଳି ୮୦ ଓ୍ଵିକେଟ ନେବା ସହ ୯୧୩ ରନ୍ କରିଛନ୍ତି । ଏଥର ଟି-୨୦ ମ୍ୟାଚ୍ ଭାରତର ୬ ସହରରେ ଖେଳାଯିବ ।