ଆସିଲା ବିଏସଏନଏଲର ଶସ୍ତା ପ୍ରିପେଡ ପ୍ଲାନ, ଅନଲିମିଟେଡ କଲ ସହ ୬୦ ଦିନ ପର୍ଯ୍ୟନ୍ତ ୧ଜିବି ଡାଟା

ଭାରତୀୟ ବଜାରରେ ଟେଲିକମ୍‌ କମ୍ପାନୀ ବିଏସଏନଏଲ ପୁଣି ଏକ ଶସ୍ତା ପ୍ଲାନ ବଜାରକୁ ଆଣିଛି। ଜିଓ, ଏୟାରଟେଲ ଓ ଭିଆଇକୁ ଟକ୍କର ଦେବାପାଇଁ ବିଏସଏନଏଲ ନୂଆ ପ୍ଲାନ ଆଣିଛି। ଏହି ପ୍ଲାନ ଅନୁଯାୟୀ, ଯେଉଁଠି ଅନ୍ୟ କମ୍ପାନୀ ନିଜର ପ୍ରି-ପେଡ ପ୍ଲାନ ଅନୁଯାୟୀ ଗ୍ରାହକମାନଙ୍କୁ ୨୮ ଦିନ କିମ୍ବା ୫୬ ଦିନ ପାଇଁ ୧ଜିିବି ଡାଟା ପ୍ଲାନ ଦେଉଛନ୍ତି, ସେଠାରେ ବିଏସଏନଏଲ ଏହି ପ୍ଲାନରେ ୬୦ ଦିନରେ ୧ଜିବି ଡାଟ ପ୍ଲାନ ଅଫର ରଖିଛି।

ୟୁଜର୍ସଙ୍କ ପାଇଁ ଶସ୍ତା ପ୍ଲାନ:

ବିଏସଏନଏଲର ଏହି ପ୍ଲାନର ଦାମ୍‌ ଅନ୍ୟ କମ୍ପାନୀଠୁ ଖୁବ କମ୍‌ ରହିଛି। ୟୁଜର୍ସମାନଙ୍କ ଫାଇଦାକୁ ଦୃଷ୍ଟିରେ ରଖି କମ୍ପାନୀ ଏଭଳି ନିଷ୍ପତ୍ତି ନେଇଛି। ଏହା ପୂର୍ବରୁ ମଧ୍ୟ ଟେଲିକମ୍‌ କମ୍ପାନୀ ବିଏସଏନଏଲ ନିଜ ଗ୍ରାହକମାନଙ୍କ ଖୁସି ପାଇଁ ଅନେକ ଶସ୍ତା ପ୍ଲାନ ଆଣିଛନ୍ତି। ବିଏସଏନଏଲର ଏହି ପ୍ରିପେଡ ପ୍ଲାନ କେବଳ ନୂଆ କନେକ୍ସନଧାରୀଙ୍କ ପାଇଁ ଉପଲବ୍ଧ।

bsnl2
pc: TelecomTalk

ଅନଲିମିଟେଡ କଲ୍‌ ସହ ୧ ଜିବି ଡାଟା:

ଏହି ପ୍ଲାନ ପାଇଁ ଆପଣଙ୍କୁ କେବଳ ୧୦୮ଟଙ୍କା ରିଚାର୍ଜ କରିବାକୁ ପଡିବ। ଯେଉଁଥିରେ ଆପଣଙ୍କୁ ଅନଲିମିଟେଡ କଲ୍‌ ସହ ୧ ଜିବି ଡାଟା ୬୦ଦିନ ପାଇଁ ମିଳିବ । ଦୈନିକ ଡାଟା ବାଲାନ୍ସ ଶେଷ ହେବା ପରେ ଆପଣଙ୍କୁ ଇଣ୍ଟରନେଟ ଡାଉନଲୋଡ ଓ ଅପଲୋଡିଙ୍ଗ ପାଇଁ 80Kbpsର ସ୍ପିଡ ମିଳିବ। ଏହି ଡାଟା ପ୍ୟାକରେ ଦିଲ୍ଲୀ ଓ ମୁମ୍ବାଇ MTNLର ନେଟଓ୍ଵାର୍କ ସାମିଲ ଅଛି। ପ୍ରିପେଡ ପ୍ଲାନରେ ଆପଣଙ୍କୁ 500 SMS ବି ମିଳିବ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.