Below header

୪୦୦ ଟଙ୍କାରୁ ଆରମ୍ଭ ହୋଇଥିବା ଗାଈ ଚାଷ ଆଜି ସାଜିଛି ଡାଏରି ଫାର୍ମ, ପଢ଼ନ୍ତୁ ଜଣେ ସଫଳ ଚାଷୀଙ୍କ କାହାଣୀ

କଥାରେ ଅଛି କଠିନ ପରିଶ୍ରମ ଦିନେ ସଫଳତା ଆଣିଥାଏ। କିନ୍ତୁ ଏଥିପାଇଁ କରିବାକୁ ପଡ଼ିଥାଏ ବହୁ ସଂଘର୍ଷ। ସେହିଭଳି ସଂଘର୍ଷ କରି ଆଜି ସଫଳତାର ଶୀର୍ଷରେ ପହଞ୍ଚିଛନ୍ତି ସାଲେପୁର ମହଣ ଗ୍ରାମର ଟୁନାନନ୍ଦ। ପିଲାଟି ଦିନରୁ ଚାଷ ପ୍ରତି ଆଗ୍ରହ ଥିବା ବେଳେ ପ୍ରଥମେ ୪୦୦ ଟଙ୍କା ଦେଇ ଗୋଟିଏ ଗାଈ କିଣି ପରୀକ୍ଷାମୂଳକ ଭାବେ ଚାଳ ଘରେ ଆରମ୍ଭ କରିଥିଲେ ବ୍ଯବସାୟ। ଏହାରି ଭିତରେ ୪୦ ବର୍ଷ ବିତିଯାଇଛି। ଗୁହାଳ ପରିବର୍ତ୍ତେ ସେଇ ସ୍ଥାନରେ ଠିଆ ହୋଇଛି ଗିରି ଗୋବର୍ଦ୍ଧନ ଡାଏରି ଫାର୍ମ। ୧୫୦ ରୁ ଊର୍ଦ୍ଧ୍ୱ ଗାଈ ଥିବା ବେଳେ ୩୦୦ ଲିଟରରୁ ଊର୍ଦ୍ଧ୍ୱ କ୍ଷୀର ଆମଦାନୀ ହେଉଛି। ନିଜେ ମଧ୍ୟ ଘାସ ଚାଷ କରୁଛନ୍ତି। ପରିବାରର ସମସ୍ତ ସଦସ୍ଯଙ୍କ ସମେତ ଅନ୍ୟ ଚାରିରୁ ୫ ଜଣ ମଧ୍ୟ ଏହି ଫାର୍ମରେ କାର୍ଯ୍ଯ କରୁଥିବା ଜଣାଯାଇଛି।

tuna

ରାଜ୍ଯ ସରକାରଙ୍କ ସହଯୋଗର ଆଜି ଟୁନାନନ୍ଦ ଏହି ସ୍ଥାନରେ ପହଞ୍ଚି ଥିବା ବେଳେ ନିକଟରେ ରାଜ୍ଯ ସରକାରଙ୍କ ଠାରୁ ସଫଳ ଗୋ ଚାଷୀ ହିସାବରେ ମଧ୍ୟ ପୁରସ୍କୃତ ହୋଇଛନ୍ତି, ଗୋ-ପାଳନରୁ ନିଜର ଦୁଇଟି ପିଲାଙ୍କୁ ମଧ୍ୟ ଆଜି ପାଠ ପଢା଼ଇ ଉଚ୍ଚ ଶିକ୍ଷିତ ଇଂଜିନିୟର କରିଛନ୍ତି ବୋଲି କହିଛନ୍ତି ଟୁନାନନ୍ଦ ବେହେରା।

ସ୍ଥାନୀୟ ଅଞ୍ଚଳରେ ଟୁନାନନ୍ଦ ବେହେରାଙ୍କ ଏକମାତ୍ର ଗାଈ ଫାର୍ମ। ଏହି ଠାରୁ ହିଁ ସାଲେପୁର କଟକ ତଥା ଆଖପାଖ ଅଞ୍ଚଳକୁ କ୍ଷୀର ଯୋଗାଇ ଦିଆଯାଇଥାଏ।କିଛି ଲୋକ ମଧ୍ୟ ଟୁନାନନ୍ଦଙ୍କ ଫାର୍ମରେ କାର୍ଯ୍ଯ କରି ଅର୍ଥ ଉପାର୍ଜନ କରି ବେଶ୍ ଖୁସିରେ ନିଜ ପରିବାର ପ୍ରତି ପୋଷଣ କରିପାରୁଛନ୍ତି। ତେବେ ଯଦି ଆଜି କାଲିକା ପିଲା ପାଠପଢ଼ି ଚାକିରି ପଛରେ ନ ଗୋଡ଼ାଇ ନିଜେ ଏହିଭଳି କିଛି କରନ୍ତେ ତେବେ ନିଶ୍ଚିତ ଭାବେ ବେକାରୀ ସମସ୍ଯା ଦୂର ହୋଇପାରିବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.