କ୍ରୀଡା

ସ୍ତ୍ରୀକୁ ମିସ୍‌ କରୁଛନ୍ତି ବୁମରା, ଫଟୋ ସେୟାର କରି କହିଲେ ‘ପ୍ଲିଜ୍‌ ଜଲଦି ଫେରିଆସ’

ଟିମ୍‌ ଇଣ୍ଡିଆର ଦ୍ରୁତ ବୋଲର ଜସପ୍ରୀତ ବୁମରା ମୁମ୍ବାଇ ଇଣ୍ଡିଆନ୍ସ ତରଫରୁ ଆଇପିଏଲ୍‌ ଖେଳିବେ। ମୁମ୍ବାଇ ଇଣ୍ଡିଆନ୍ସ ସହିତ ଆଇପିଏଲ ପାଇଁ ପ୍ରସ୍ତୁତି ହେଉଥିବା ବେଳେ ବୁମରାଙ୍କ ମନ ପତ୍ନୀ ସଞ୍ଜନାଙ୍କ ପାଖରେ ରହିଛି। ବୁମରାଙ୍କ ପତ୍ନୀ ସଞ୍ଜନା ଗଣେସନ ଏବେ ନ୍ୟୁଜିଲାଣ୍ଡରେ ରହିଛନ୍ତି। ସଞ୍ଜନା ନ୍ୟୁଜିଲାଣ୍ଡରେ ଚାଲିଥିବା ଆଇସିସି ମହିଳା ବିଶ୍ୱକପ ୨୦୨୨ରେ ଆଙ୍କରିଂ କରୁଛନ୍ତି। ମୁମ୍ବାଇ ଇଣ୍ଡିଆନ୍ସରର ଅଧିକ ଖେଳାଳି ନିଜ ପତ୍ନୀମାନଙ୍କ ସହିତ ଏବେ ବାୟୋ ବବଲରେ ରହିଛନ୍ତି। କିନ୍ତୁ ବୁମରାଙ୍କ ପତ୍ନୀ ନ୍ୟୁଜିଲାଣ୍ଡରେ ରହିଥିବାରୁ ନିଜ ପତ୍ନୀଙ୍କୁ ମିସ୍‌ କରୁଛନ୍ତି। ଖାସ୍‌ ଏଥିପାଇଁ ବୁମରା ସୋସିଆଲ ମିଡିଆରେ ଏକ ଫଟୋ ସେୟାର କରିଛନ୍ତି, ଯେଉଁଥିରେ ସେ ସଞ୍ଜନାଙ୍କ ସହିତ ବସି ହସୁଥିବା ନଜର ଆସିଛନ୍ତି।

ବୁମରା ଏହି ପୁରୁଣା ଫଟୋ ସହିତ କ୍ୟାପସନରେ ଲେଖିଛନ୍ତି, ‘ ପ୍ଲିଜ ଜଲଦି ଫେରିଆସ । ଇନସାଇଡ ଜୋକ୍ସ ଆଉ ହସକୁ ମୁଁ ମିସ୍‌ କରୁଛି।’ ଗତ ସପ୍ତାହରେ ବୁମରା ଏବଂ ସଞ୍ଜନାଙ୍କ ବିବାହ ବାର୍ଷିକୀ ରହିଥିଲା। ଗତବର୍ଷ ମାର୍ଚ୍ଚ ୧୫ ତାରିଖରେ ଦୁହେଁ ବିବାହ ବନ୍ଧନରେ ଆବଦ୍ଧ ହୋଇଥିଲେ।

ସୂଚନାଯୋଗ୍ୟ, ଆଇପିଏଲ୍‌ ଟାଇଟଲ ମୁମ୍ବାଇ ଇଣ୍ଡିଆନ୍ସ ୫ ଥର ଜିତିବା ପରେ ଏଥର ଷଷ୍ଠ ରେକର୍ଡ କରିବାକୁ ପ୍ରସ୍ତୁତ ରହିଛି ଟିମ୍‌। ବୁମରାଙ୍କୁ ପୂର୍ବରୁ ମୁମ୍ବାଇ ଇଣ୍ଡିଆନ୍ସ ରିଟେନ ରଖିଥିଲା। ଏହି ସିଜିନର ପ୍ରଥମ ମ୍ୟାଚ ମୁମ୍ବାଇ ଇଣ୍ଡିଆନ୍ସ ୨୭ ମାର୍ଚ୍ଚରେ ଦିଲ୍ଲୀ କ୍ୟାପିଟାଲ୍ସ ସହିତ ଖେଳିବ।

Swagatika

Recent Posts

ଆଜିର ରାଶିଫଳ: ବିଦ୍ୟାର୍ଥୀଙ୍କ ପାଇଁ ଦିନଟି ଶୁଭ, ଛାତ୍ରଛାତ୍ରୀ ପାଠପଢ଼ାରେ ପରିବର୍ତ୍ତନ ଆଣିବେ

ମେଷ: ଶୁଭ ସମାଚାର ମିଳିପାରେ । ଛାତ୍ରଛାତ୍ରୀମାନେ ପଢାପଢିରେ ପରିବର୍ତ୍ତନ ଆଣିବେ । ଅଫିସ୍ କାର୍ଯ୍ୟରେ ବିଳମ୍ବ ହେବ ।…

5 hours ago

ନାବାଳିକା ବଧୂ ହତ୍ୟା ମାମଲାରେ ପାଞ୍ଚ ଜଣଙ୍କୁ ଗିରଫ କଲା ପୋଲିସ

ବ୍ରହ୍ମପୁର : ଦିଗପହଣ୍ଡି ଥାନା ଭୀଷ୍ମଗିରୀରେ ନାବାଳିକା ବଧୂ ହତ୍ୟା ମାମଲାରେ ପାଞ୍ଚ ଜଣଙ୍କୁ ଗିରଫ କଲା ପୋଲିସ ।…

7 hours ago

ରୋଗୀଙ୍କୁ ଉତ୍ତମ ବ୍ୟବହାର ସହ ମାନବିକାତ ଦେଖାଅ, ମୁନ୍ନା ଭାଇ ଏମବିବିଏସ ସିନେମାର ଉପାଖ୍ୟାନ ଦେଲେ ସ୍ବାସ୍ଥ୍ୟମନ୍ତ୍ରୀ

ରୋଗୀଙ୍କୁ ଉତ୍ତମ ବ୍ୟବହାର ସହ ମାନବିକାତ ଦେଖାଅ। ମୁନ୍ନା ଭାଇ ଏମବିବିଏସ ସିନେମାର ଉପାଖ୍ୟାନ କହି, ଡାକ୍ତରମାନଙ୍କୁ ଏହି ଉପଦେଶ…

7 hours ago

ଓଡ଼ିଶା ଫେରିବେ କେନ୍ଦ୍ର କୃଷି ସଚିବ ମନୋଜ ଆହୁଜା, ହେବେ କି ରାଜ୍ୟରେ ନୂଆ ମୁଖ୍ୟ ସଚିବ !

ଭୁବନେଶ୍ୱର: ରାଜ୍ୟରେ ନୂଆ ମୁଖ୍ୟ ସଚିବ ହେବେ କି ମନୋଜ ଆହୁଜା? ଏହାକୁ ନେଇ ଜୋର ଧରିଛି ଚର୍ଚ୍ଚା ।…

7 hours ago

‘ଡ. ସାମନ୍ତଙ୍କ ଭଳି ସମର୍ପିତ ହୋଇ କାର୍ଯ୍ୟ କଲେ ଆର୍ଟ ଅଫ ଗିଭିଂର ଯଥାର୍ଥତା ପ୍ରତିପାଦିତ ହୋଇ ପାରିବ’

ଭଦ୍ରକ (କେନ୍ୟୁଜ୍‌) : ଭଦ୍ରକରେ ଜିଲ୍ଲା ସ୍ତରୀୟ ଆର୍ଟ ଅଫ ଗିଭିଂ ଦିବସ ସମାରୋହରେ ପାଳିତ ହୋଇଯାଇଛି । ଜିଲ୍ଲା…

8 hours ago

ସରୋଗେସି ମାଧ୍ୟମରେ ମା’ ହେଲେ ବି ମିଳିବ ୬ ମାସ ଛୁଟି

ମାତୃତ୍ୱ ଛୁଟି ଉପରେ ସରକାରଙ୍କର ବଡ଼ ନିଷ୍ପତ୍ତି । ସରୋଗେସି ମାଧ୍ୟମରେ ମାଆ ହେବାକୁ ଥିବା ମହିଳାମାନଙ୍କ ପାଇଁ ଖୁସି…

8 hours ago