ସ୍ତ୍ରୀକୁ ମିସ୍ କରୁଛନ୍ତି ବୁମରା, ଫଟୋ ସେୟାର କରି କହିଲେ ‘ପ୍ଲିଜ୍ ଜଲଦି ଫେରିଆସ’

ଟିମ୍ ଇଣ୍ଡିଆର ଦ୍ରୁତ ବୋଲର ଜସପ୍ରୀତ ବୁମରା ମୁମ୍ବାଇ ଇଣ୍ଡିଆନ୍ସ ତରଫରୁ ଆଇପିଏଲ୍ ଖେଳିବେ। ମୁମ୍ବାଇ ଇଣ୍ଡିଆନ୍ସ ସହିତ ଆଇପିଏଲ ପାଇଁ ପ୍ରସ୍ତୁତି ହେଉଥିବା ବେଳେ ବୁମରାଙ୍କ ମନ ପତ୍ନୀ ସଞ୍ଜନାଙ୍କ ପାଖରେ ରହିଛି। ବୁମରାଙ୍କ ପତ୍ନୀ ସଞ୍ଜନା ଗଣେସନ ଏବେ ନ୍ୟୁଜିଲାଣ୍ଡରେ ରହିଛନ୍ତି। ସଞ୍ଜନା ନ୍ୟୁଜିଲାଣ୍ଡରେ ଚାଲିଥିବା ଆଇସିସି ମହିଳା ବିଶ୍ୱକପ ୨୦୨୨ରେ ଆଙ୍କରିଂ କରୁଛନ୍ତି। ମୁମ୍ବାଇ ଇଣ୍ଡିଆନ୍ସରର ଅଧିକ ଖେଳାଳି ନିଜ ପତ୍ନୀମାନଙ୍କ ସହିତ ଏବେ ବାୟୋ ବବଲରେ ରହିଛନ୍ତି। କିନ୍ତୁ ବୁମରାଙ୍କ ପତ୍ନୀ ନ୍ୟୁଜିଲାଣ୍ଡରେ ରହିଥିବାରୁ ନିଜ ପତ୍ନୀଙ୍କୁ ମିସ୍ କରୁଛନ୍ତି। ଖାସ୍ ଏଥିପାଇଁ ବୁମରା ସୋସିଆଲ ମିଡିଆରେ ଏକ ଫଟୋ ସେୟାର କରିଛନ୍ତି, ଯେଉଁଥିରେ ସେ ସଞ୍ଜନାଙ୍କ ସହିତ ବସି ହସୁଥିବା ନଜର ଆସିଛନ୍ତି।
ବୁମରା ଏହି ପୁରୁଣା ଫଟୋ ସହିତ କ୍ୟାପସନରେ ଲେଖିଛନ୍ତି, ‘ ପ୍ଲିଜ ଜଲଦି ଫେରିଆସ । ଇନସାଇଡ ଜୋକ୍ସ ଆଉ ହସକୁ ମୁଁ ମିସ୍ କରୁଛି।’ ଗତ ସପ୍ତାହରେ ବୁମରା ଏବଂ ସଞ୍ଜନାଙ୍କ ବିବାହ ବାର୍ଷିକୀ ରହିଥିଲା। ଗତବର୍ଷ ମାର୍ଚ୍ଚ ୧୫ ତାରିଖରେ ଦୁହେଁ ବିବାହ ବନ୍ଧନରେ ଆବଦ୍ଧ ହୋଇଥିଲେ।
Come back soon please, the inside jokes miss our laughs.😁 pic.twitter.com/YHw0D17qP9
— Jasprit Bumrah (@Jaspritbumrah93) March 22, 2022
ସୂଚନାଯୋଗ୍ୟ, ଆଇପିଏଲ୍ ଟାଇଟଲ ମୁମ୍ବାଇ ଇଣ୍ଡିଆନ୍ସ ୫ ଥର ଜିତିବା ପରେ ଏଥର ଷଷ୍ଠ ରେକର୍ଡ କରିବାକୁ ପ୍ରସ୍ତୁତ ରହିଛି ଟିମ୍। ବୁମରାଙ୍କୁ ପୂର୍ବରୁ ମୁମ୍ବାଇ ଇଣ୍ଡିଆନ୍ସ ରିଟେନ ରଖିଥିଲା। ଏହି ସିଜିନର ପ୍ରଥମ ମ୍ୟାଚ ମୁମ୍ବାଇ ଇଣ୍ଡିଆନ୍ସ ୨୭ ମାର୍ଚ୍ଚରେ ଦିଲ୍ଲୀ କ୍ୟାପିଟାଲ୍ସ ସହିତ ଖେଳିବ।