Below header

ଭୋଟ ପୂର୍ବରୁ ଦଳ ଛାଡିଲେ ବିଜେପିର କାଉନସିଲର ପ୍ରାର୍ଥୀ ସିଲ୍ଲୀ ନାୟକ, ଦଳ ଅଣଦେଖା କରୁଥିବା ଅଭିଯୋଗ

ବାଲିଗୁଡା (କେନ୍ୟୁଜ) : ରାତି ପାହିଲେ ଭୋଟ । ଭୋଟ ପୂର୍ବରୁ ଦଳ ଛାଡିଲେ ବିଜେପିର କାଉନସିଲର ପ୍ରାର୍ଥୀ ସିଲ୍ଲୀ ନାୟକ । ଦଳ ତାଙ୍କୁ ଅଣଦେଖା କରୁଥିବା ଅଭିଯୋଗ ଆଣିଛନ୍ତି । ଏନେଇ ସେ ବିଜେପି ଦଳ ଛାଡି ବିଜେଡିରେ ଯୋଗଦେଇଛନ୍ତି । ବାଲିଗୁଡା ବିଜ୍ଞାପିତ ଅଂଚଳ ପରିଷଦ ୭ ନମ୍ବର ୱାର୍ଡରୁ କାଉନସିଲର ପାର୍ଥି ଭାବେ ସିଲ୍ଲୀ ନାୟକ ଟିକେଟ ପାଇଥିଲେ ।

ହେଲେ ଦଳ ତାଙ୍କୁ ଅଣଦେଖା କରିଥିବା ଅଭିଯୋଗରେ ଭୋଟ ପୂର୍ବରୁ ରଣାଙ୍ଗନରୁ ଓହରି ଯାଇଛନ୍ତି । ବ୍ଲକ ସଭାପତି ଟୁନା ଦାସଙ୍କ ନେତୃତ୍ୱରେ ତୁମୁଡିବନ୍ଧ ସାଂସଦ ପ୍ରତିନିଧି ପ୍ରମୋଦ ସାହୁ, ବିଜେଡି ନେତା ରାମଚନ୍ଦ୍ର ପାତ୍ର ଓ ନିଜ ପରିବାର ସଦସ୍ୟଙ୍କ ଉପସ୍ଥିତିରେ ସେ ବିଜେଡିରେ ସାମିଲ ହୋଇଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.