Below header

କାଶ୍ମୀର ଫାଇଲ୍ସ ପରେ ଏବେ ପରଦାକୁ ଆସିବ ‘ଦ କେରଳ ଷ୍ଟୋରୀ’, ସାମ୍ନାକୁ ଆସିବ ୩୨ ହଜାର ଝିଅ ଗାଏବ ହୋଇଥିବା ଘଟଣା

କାଶ୍ମୀର ପଣ୍ଡିତଙ୍କ ଉପରେ ନିର୍ମିତ ଫିଲ୍ମ ‘ ଦ କାଶ୍ମୀର ଫାଇଲ୍ସ’ ଲୋକଙ୍କୁ ଖୁବ ପସନ୍ଦ ଆସିଛି। ଏହି ଫିଲ୍ମ ୧୯୯୦ରେ କାଶ୍ମୀର ପଣ୍ଡିତଙ୍କ ଉପରେ ହୋଇଥିବା ଅତ୍ୟାଚାର ବିଷୟରେ ପ୍ରଦର୍ଶିତ କରାଯାଇଛି। ଦ କାଶ୍ମୀର ଫାଇଲ୍ସ ବଲିଉଡ୍ ଫିଲ୍ମ ଇଣ୍ଡଷ୍ଟ୍ରୀରେ ଏକ ଟ୍ରେଣ୍ଡ୍ ଆରମ୍ଭ କରିଦେଇଛି । ଏପରି ଫିଲ୍ମ ପରେ କେରଳରେ ୧୦ ବର୍ଷ ଭିତରେ ୩୨ ହଜାର ଝିଅ ଗାଏବ୍ ହୋଇଯିବା ଘଟଣା ଏବଂ ଏହା ପଛରେ ଆତଙ୍କୀ ସଂଗଠନ ISISର ହାତ ଥିବାର ସନ୍ଦେହକୁ ନେଇ ଏକ କାହାଣୀ ବଡ଼ ପରଦାରେ ରିଲିଜ ହେବ ବୋଲି ଖବର ମିଳିଛି।

ବିପୁଲ ଶାହ ସତ କାହାଣୀ ଉପରେ ଆଧାରିତ ‘ ଦ କେରଳ ଷ୍ଟୋରୀ’ ଉପରେ ଫିଲ୍ମ କରିବାକୁ ପ୍ରସ୍ତୁତ ରହିଛନ୍ତି। ମେକର୍ସ ୟୁଟ୍ୟୁବ ଏବଂ ସୋସିଆଲ ମିଡିଆ ପ୍ଲାଟଫର୍ମରେ ଏହି ଫିଲ୍ମର ୧ ମିନିଟ୍‌ର ଛୋଟ ଟିଜର ରିଲିଜ କରିଛନ୍ତି। ଏହି ଫିଲ୍ମର ନାମ ଦ କେରଳ ଷ୍ଟୋରୀ ରଖାଯିବ । ଯାହାର ନିର୍ଦ୍ଦେଶନା ସୁଦିପ୍ତ ସେନ୍ ଦେବେ । ଫିଲ୍ମରେ ହ୍ୟୁମାନ୍ ଟ୍ରାକିଂ, ଆଇଏସ୍ଆଇଏସ୍ ଦ୍ୱାରା ଝିଅମାନଙ୍କୁ ଉଠାଇ ନିଆଯିବା, ସେମାନଙ୍କୁ ତାଙ୍କର ସଦସ୍ୟଙ୍କ ସହ ବିବାହ କରାଇବା, ଧର୍ମ ପରିବର୍ତ୍ତନ କରାଇବା ଆଦି ପ୍ରଦର୍ଶିତ କରାଯିବ।

ଏହି ଛୋଟ ଟିଜରରେ କେରଳରେ ହେଉଥିବା ହଜାର ହଜାର ଝିଅଙ୍କ ତସ୍କରୀ ଏବଂ ଅବୈଧ ବ୍ୟାପାର ସମ୍ୱନ୍ଧରେ ଦେଖାଯାଇଛି । ଟିଜର ମୁତାବିକ୍ ବର୍ତ୍ତମାନ ପର୍ଯ୍ୟନ୍ତ କେରଳରୁ ୩୨ ହଜାରରୁ ଅଧିକ ମହିଳାଙ୍କ ଅପହରଣ ହୋଇଛନ୍ତି।

ସତ ଘଟଣା ଉପରେ ଆଧାରିତ ଏହି ଫିଲ୍ମ ଜରିଆରେ ଲୋକ ସତ ସାମ୍ନାକୁ ଆଣିବାକୁ ସାହାସ କରୁଛନ୍ତି। ନିର୍ଦ୍ଦେଶକ ବିବେକ ଅଗ୍ନିହୋତ୍ରୀଙ୍କ କାଶ୍ମୀର ଫାଇଲ୍ସ ଫିଲ୍ମ ରିଲିଜ ହେବା ପରେ ନିର୍ଦ୍ଦେଶକ ବିପୁଲ ଶାହା ମଧ୍ୟ କେରଳ ଷ୍ଟୋରୀ ଜରିଆରେ ସତ ସାମ୍ନାକୁ ଆଣିବେ ବୋଲି ଆଶା କରିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.