ଶୀତଳାଷ୍ଟମୀ ବ୍ରତରେ ମା’ଙ୍କୁ ଦିଆଯାଏ ବାସି ଭୋଗ, ଜାଣନ୍ତୁ କାହିଁକି

ଚଳିତବର୍ଷ ଶୀତଳାଷ୍ଟମୀ ବ୍ରତ ୨୫ ମାର୍ଚ୍ଚ ଶୁକ୍ରବାର ଦିନ ପଡୁଛି। ଶୀତଳାଷ୍ଟମୀକୁ ବସୋଡା ମଧ୍ୟ କହନ୍ତି। ଶୀତଳା ମାତାଙ୍କ ପୂଜା ସମୟରେ ବାସି ଖାଦ୍ୟରେ ଭୋଗ ଲଗାଯାଏ। ହିନ୍ଦୁ କ୍ୟାଲେଣ୍ଡର ଅନୁସାରେ ଚୈତ୍ର ମାସର କୃଷ୍ଣ ପକ୍ଷର ଅଷ୍ଟମୀ ତିଥିରେ ଶୀତଳା ଅଷ୍ଟମୀ ବ୍ରତ ରଖନ୍ତି। ହୋଲି ହେବାର ଆଠ ଦିନ ପରେ ପାଳନ ହୋଇଥିଏ। ଏହିଦିନ ଶୀତଳା ମାତାଙ୍କୁ ବିଧି ବିଧାନର ସହିତ ପୂଜା କରାଯାଏ ଏବଂ ଶୀତଳା ସପ୍ତମୀ ଦିନ ପୂଜା ପାଇଁ ପ୍ରସ୍ତୁତ ହୋଇଥିବା ଖାଦ୍ୟକୁ ଶୀତଳାଷ୍ଟମୀ ଦିନ ମା’ଙ୍କ ପାଖରେ ସେହି ବାସି ଖାଦ୍ୟକୁ ଭୋଗ ଲଗାଯାଏ। ତେବେ କ’ଣ ପାଇଁ ଜାଣନ୍ତୁ :

ଶୀତଳାଷ୍ଟାମୀ ପୂଜାର ମହତ୍ତ୍ୱ:

ଚୈତ୍ର କୃଷ୍ଣ ଅଷ୍ଟମୀ ତିଥିର ଆରମ୍ଭ ୨୪ ମାର୍ଚ୍ଚ ରାତି ୧୨ ଟାରୁ ଆରମ୍ଭ ହୋଇ ୨୫ ମାର୍ଚ୍ଚ ରାତି ୧୦ଟା ଯାଏ ରହିଛି। ଶୀତଳାଷ୍ଟମୀ ପୂଜା କରିବାର ଶୁଭ ସମୟ ୨୫ ମାର୍ଚ୍ଚ ସକାଳ ୬.୨୦ ମିନିଟରୁ ସନ୍ଧ୍ୟା ୬.୩୫ ମିନିଟ୍‌ ପର୍ଯ୍ୟନ୍ତ ରହିଛି।

କ’ଣ ପାଇଁ ଦିଆଯାଏ ବାସି ଭୋଗ:

ଶୀତଳାଷ୍ଟମୀ ବ୍ରତରେ ଶୀତଳାମାତାଙ୍କ ପୂଜା କରିବା ସମୟରେ ବାସି ଭୋଗ ଲଗାଯାଏ। ଶୀଳତାମାତାଙ୍କୁ ଥଣ୍ଡା ଏବଂ ବାସି ଖାଦ୍ୟ ବେଶ୍‌ ପ୍ରିୟ ହୋଇଥାଏ। ଶୀଳତା ମାତାଙ୍କୁ ଭୋଗ ଲଗାଇବା ପାଇଁ ସପ୍ତାମୀ ଦିନ ଠାରୁ ଖାଦ୍ୟ ପ୍ରସ୍ତୁତ କରି ରଖାଯାଏ। ଯାହାକୁ ଅଷ୍ଟମୀ ଦିନ ମାଙ୍କ ପାଖରେ ଅର୍ପଣ କରାଯାଏ। ଶୀତଳାଷ୍ଟମୀ ବ୍ରତ ଦିନ ରୋଷେଇ କରିବାକୁ ବାରଣ କରାଯାଇଛି। ଶୀତଳାମାତାକୁ ଭୋଗ ଲଗାଇବା ପାଇଁ ପୁରି, ହାଲୁଆ, ଆଖୁ ରସ, ମାଲପୁଆ, ଚାଉଳ ଖିରି, ଗୁଡରେ ନିର୍ମିତ ଜିନିଷ ପ୍ରସ୍ତୁତ କରି ରଖିବା ଉଚିତ।

puja

ଧାର୍ମିକ ମାନ୍ୟତା ଅନୁସାରେ, ଶୀତଳାଷ୍ଟମୀ ବ୍ରତ ରଖିବା ଏବଂ ବାସି ଭୋଗ ଖାଇବା ଦ୍ୱାରା ଜ୍ୱର, ଚର୍ମ ରୋଗ, ଶୀତଳା ଜନିତ ରୋଗ କଷ୍ଟ ଇତ୍ୟାଦିରୁ ମୁକ୍ତି ମିଳିଥାଏ। ଯେଉଁ ଖାଦ୍ୟକୁ ଆପଣ ମା’ଙ୍କ ପାଖରେ ଭୋଗ ଲଗାଇବେ, ତାକୁ ପରିବାର ସଦସ୍ୟକୁ ପ୍ରସାଦ ଭାବେ ଖାଇବାକୁ ଦେବେ। ଏହି ଦିନ ପ୍ରସାଦ ସହିତ କିଛି ନିମ୍ବପତ୍ର ମଧ୍ୟ ଖାଆନ୍ତୁ। ଶୀତଳାମାତା ଗୋଟେ ହାତରେ ନିମ୍ବ ପତ୍ର ଧରିଥାନ୍ତି। ନିମ୍ବରେ ଅନେକ ଔଷଧୀୟ ଗୁଣ ରହିଛି। ତେଣୁ ଏହା ରୋଗରୁ ମୁକ୍ତି ଦେଇଥାଏ।

ଶୀତଳା ମାତାଙ୍କ କୃପାରୁ ବ୍ୟକ୍ତି ନିରୋଗ ରହିଥାଏ। ସ୍ୱଚ୍ଛତା ଏବଂ ଆରୋଗ୍ୟ ଦେବୀ। ମାତା ଶୀତଳା ନିଜ ହାତରେ ଏକ ଜଳ ଭରା କଳସ ଧାରଣ କରିଥାନ୍ତି। ଅନ୍ୟ ହାତରେ ଝାଡୁ ଧରିଥାନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.