Below header

ଯାଜପୁର ଧର୍ମଶାଳାର ପ୍ରସିଦ୍ଧ ଐ୍ଯତିହାସିକ ମୁନସୀ ମେଳଣ, ବ୍ରିଟିଶ ଅମଳରୁ ପାଳିତ ହୋଇଆସୁଛି ଏହି ନିଆରା ଉତ୍ସବ

ଯାଜପୁର(କେନ୍ୟୁଜ): ଯାଜପୁରରେ ଧୁମଧାମରେ ପାଳିତ ହୋଇଛି ଧର୍ମଶାଳାର ପ୍ରସିଦ୍ଧ ଐ୍ଯତିହାସିକ ମୁନସୀ ମେଳଣ । ଏହି ଉତ୍ସବରେ ସାମିଲ ହୋଇଥିଲେ ଆଖପାଖ ଅଂଚଳର ୫୦ରୁ ଉର୍ଦ୍ଧ୍ୱ ବିମାନ । ବ୍ରିଟିଶ ଅମଳରୁ ପାଳିତ ହୋଇ ଆସୁଛି ଏହି ନିଆରା ଉତ୍ସବ । ପରମ୍ପରା ଅନୁଯାୟୀ ପୋଲିସ ଓ ଜନତା ପାଳିଥାନ୍ତି ଏହି ପର୍ବ । ଧର୍ମଶାଳା ଥାନାର ଅଧିକାରୀ ସାଜିଥାନ୍ତି ଏହି ପର୍ବର ମୁଖ୍ଯ ପୁରୋଧା । କରୋନା କଟକଣା ଯୋଗୁ ଗତ ଦୁଇ ବର୍ଷ ଏହି ମେଲଣ ବନ୍ଦ ରହିଥିବା ବେଳେ ଚଳିତ ଥର ମେଲଣରେ ପ୍ରବଳ ଜନସମାଗମ ହୋଇଛି ।

୧୪୬ ବର୍ଷ ଧରି ପାଳିତ ହୋଇ ଆସୁଛି ଯାଜପୁର ଜିଲ୍ଲା ଧର୍ମଶାଳାର ପ୍ରସିଦ୍ଧ ମୁନସୀ ମେଳଣ । ବଡ ଜାକଜମକରେ ଅନୁଷ୍ଠିତ ହୋଇଛି ଏହି ମିଳନ ପର୍ବ । ବଡ କଥା ହେଲା ପୋଲିସ ଓ ଜନତା ମିଳିତ ଭାବେ ପାଳିଛନ୍ତି ଏଠାକାର ଏହି ପାରମ୍ପରିକ ଉତ୍ସବ । ଖାକି ପୋଷାକରେ ଥାଇବି ଜନତାଙ୍କ ସହ ପୋଲିସ ଖେଳିଛି ରଙ୍ଗ ଅବିରର ହୋଲି । ପୋଲିସ ଓ ଜନତାଙ୍କ ମଧ୍ୟରେ ସୃଷ୍ଟି ହୋଇଥିଲା ଏକ ନିଆରା ଭାଇଚାରା । କର୍ତବ୍ଯରତ ପୋଲିସ ଅଧିକାରୀ ନିଜର ଅସ୍ଥିତ୍ୱ ଭୁଲିଯାଇ ଲୋକଙ୍କ ସହ ଏକାକାର ହୋଇଯାଇଥିଲେ । ସତରେ ଏହି ନିଆରା ଉତ୍ସବର ଆୟୋଜନ ଦ୍ୱାରା ପୋଲିସ ମଧ୍ୟ ସାଧାରଣ ଜନତାଙ୍କ ଆସ୍ଥା ଭାଜନ ହୋଇପାରୁଛି । ଧିରେ ଧିରେ ଏହାର କଳେବର ବୃଦ୍ଧି ପାଇବାରେ ଲାଗିଛି । କରୋନା କଟକଣା ଯୋଗୁ ଗତ ଦୁଇ ବର୍ଷ ଏହି ମେଲଣ ବନ୍ଦ ରହିଥିବା ବେଳେ ଚଳିତ ଥର ଏହି ମେଲଣରେ ପ୍ରବଳ ଜନସମାଗମ ହୋଇଛି । ଆଗମୀ ଦିନରେ ଏହା ଆହୁରି ବ୍ଯାପକ ହେବ ବୋଲି ଆଶାବ୍ଯକ୍ତ କରିଛନ୍ତି ଅନୁଷ୍ଠାନର କର୍ମକର୍ତା ।

police

୧୮୭୬ ମସିହାରୁ ପାଳିତ ହୋଇ ଆସୁଛି ଏହି ମେଳଣ ଉତ୍ସବ । ବାସ୍ତବରେ ଏହା କେବଳ ମେଲଣ ଉତ୍ସବ ନୁହେଁ ଏହା ଏକ ଅପୂର୍ବ ମିଳନର ପର୍ବ । ଏଥିପାଇଁ ବିମାନ ଗୁଡିକୁ ପାନଗୁଆ ଦେଇ ନିମନ୍ତ୍ରଣ କରାଯାଇଥାଏ । ଚଳିତ ବର୍ଷ ପ୍ରାୟ ୫୦ରୁ ଉର୍ଦ୍ଧ୍ୱ ଛୋଟବଡ ବିମାନ ଏହି ମେଲଣ ଉତ୍ସବରେ ସାମିଲ ହୋଇଥିଲେ । ଅନେକ ବିମାନ ବାପା ଜେଜେବାପା ଅମଳରୁ ଏହି ମେଲଣ ପର୍ବରେ ସାମିଲ ହୋଇ ଆସୁଛନ୍ତି । ସୁସଜ୍ଜିତ ବିମାନ ଗୁଡିକରେ ସ୍ଥାନ ପାଇଛନ୍ତି ରାଧାକୃଷ୍ଣଙ୍କ ଯୁଗଳ ମୁର୍ତ୍ତୀ । ମଖମଲିଆ ଥାଟବାଟ ସାଙ୍ଗକୁ ସୁନ୍ଦର ସାଜସଜାରେ ଝଟକୁଛି ବିମାନ । ବିମାନ ବିମାନ ମଧ୍ୟରେ ଲାଗିଛି ପ୍ରତିଯୋଗିତା । ପୁରୁଣା ପରମ୍ପରାରର ବାଦ୍ୟ ନୃତ୍ୟ ସହିତ ଦେଖିବାକୁ ମିଳିଥିଲା ଅଧୁନିକତାର ଛାପ । ଠାକୁର ବାଡିଆ ଭାଇମାନେ ନାଚଗୀତ ସହିତ ସାଂସ୍କୃତିକ କାର୍ଯ୍ଯକ୍ରମର ଆୟୋଜନ କରିଛନ୍ତି । ଏହି ଅବସରରେ ମେଳନ ପଡିଆରେ ବିଭିନ୍ନ ଦୋକାନ ବଜାର ମଧ୍ୟ ଲାଗିଥାଏ । ଯାହାକୁ ଭରପୁର ଉପଭୋଗ କରିଥିଲେ ହଜାର ହଜାର ଦର୍ଶକ ।

ବ୍ରିଟିଶ ଅମଳରୁ ପାଳିତ ହୋଇ ଆସୁଛି ଧର୍ମଶାଳାର ଏହି ମୁନସୀ ମେଳଣ । ଯେଉଁଥିରେ ଜାତି ଧର୍ମ ବା ଅନ୍ଯ କୌଣସି ଭେଦଭାବ ନାହିଁ । ପୋଲିସ-ଜନତା, ହିନ୍ଦୁ-ମୁସଲମାନ ସମସ୍ତେ ଏଠି ହୋଇଥାନ୍ତି ଏକାକାର ।

ଯାଜପୁରରୁ ଅବିନେଶ୍ୱର ଶତପାଥୀଙ୍କ ରିପୋର୍ଟ, କେନ୍ୟୁଜ୍

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.