ଗଞ୍ଜାମ ପିତ୍ତଳ ଛକରେ ୪ ଜଣଙ୍କୁ ହତ୍ୟା ଘଟଣା: ଉତ୍ତ୍ୟକ୍ତ ଗ୍ରାମବାସୀଙ୍କ ରାସ୍ତାରୋକ, ୬ ଅଭିଯୁକ୍ତଙ୍କ ମଧ୍ୟରୁ ୩ ଗିରଫ

ବ୍ରହ୍ମପୁର(କେନ୍ୟୁଜ): ଗଞ୍ଜାମ ଜିଲ୍ଲା ପିତ୍ତଳ ଛକରେ ୪ ଜଣଙ୍କୁ ହତ୍ୟା ଘଟଣା। ଉତ୍ତ୍ୟକ୍ତ ଗ୍ରାମବାସୀଙ୍କ ରାସ୍ତାରୋକ। ଦୋଷୀକୁ କଠୋର ଦଣ୍ଡ ଦେବା ପାଇଁ ଟାୟାର ଜାଳି ଆସିକା ବ୍ରହ୍ମପୁର ପିତ୍ତଳ ଛକରେ ରାସ୍ତାରୋକ କରାଯାଇଛି। ଘଟଣାସ୍ଥଳରେ ଗଞ୍ଜାମ ଏସ୍‌ପି, ସାଇଣ୍ଟିଫିକ୍‌ ଟିମ୍‌ , ଅନ୍ୟ ଥାନା ଅଧିକାରୀ ଓ ଭଞ୍ଜନଗର ଉପଜିଲ୍ଲାପାଳ ପହଞ୍ଚି ତଦନ୍ତ ଜାରି ରଖିଛନ୍ତି। ଦୋଷୀକୁ ତୁରନ୍ତ ଗିରଫ କରାଯିବ ବୋଲି ଅତିରିକ୍ତ ଏସ୍‌ପି କହିଛନ୍ତି।

murder case

୪ ମୃତକଙ୍କ ମଧ୍ୟରେ ୩ ଜଣ ଭାଇ ଓ ଜଣେ ପୁତୁରା ଥିବା ଜଣାଯାଇଛି। ମୃତକମାନେ ହେଲେ ନରେନ୍ଦ୍ରପୁର ପଞ୍ଚାୟତର ମଙ୍ଗୁଳୁ ସ୍ୱାଇଁଙ୍କ ୩ ପୁଅ ଶମ୍ଭୁ ସ୍ୱାଇଁ, ପାଣ୍ଡୁରା ସ୍ୱାଇଁ ଓ ରାଜା ସ୍ୱାଇଁ। ଏହି ଘଟଣାରେ ଅପରପକ୍ଷର ଜଣେ ଆହତ ହୋଇ ଏମକେସିଜିରେ ଭର୍ତ୍ତି ହୋଇଛନ୍ତି । ସୂଚନା ଅନୁଯାୟୀ, ମଙ୍ଗୁଳୁ ସ୍ୱାଇଁଙ୍କ ପୁଅମାନେ ପିତଳ ଛକରେ ଏକ ଫାଷ୍ଟଫୁଡ୍‌ ଦୋକାନ ଖୋଲି ବେପାର କରନ୍ତି। ଗତକାଲି ରାତି ପ୍ରାୟ ୧୦ଟା ବେଳେ ନିଜ ଦୋକାନ ବନ୍ଦ କରି ସେମାନେ ଘରକୁ ଫେରୁଥିଲେ। ରାସ୍ତାରେ ଦୁର୍ଘଟଣାଗସ୍ତ ହୋଇଥିବା ଜଣେ ମହିଳାଙ୍କୁ ରାମଚନ୍ଦ୍ରପୁରର ଦୁଇ ଜଣ ଯୁବକ ସହାୟତା କରିଥିଲେ। ଏହି ସମୟରେ ପାଣ୍ଡୁରା ଓ ତାଙ୍କ ଭାଇ କମେଣ୍ଟ ମାରିଥିଲେ। ଏହାକୁ ନେଇ ପାଟିତୁଣ୍ଡ ହୋଇଥିଲା।

ଗଣ୍ଡଗୋଳ ଧିରେ ଧିରେ ବଢିବାକୁ ଲାଗିଲା। ଏହାପରେ ଦୁଇ ଗୋଷ୍ଠୀର ଯୁବକମାନେ ଠେଙ୍ଗା ଓ ଲୁହା ରଡରେ ପରସ୍ପରକୁ ଆକ୍ରମଣ କରିଥିଲେ। ଏଥିରେ ୪ ଜଣଙ୍କ ମୃତ୍ୟୁ ହୋଇଥିଲା। ହତ୍ୟା ଘଟଣାରେ ୬ ଅଭିଯୁକ୍ତଙ୍କ ମଧ୍ୟରୁ ୩ ଜଣଙ୍କୁ ଗିରଫ କରାଯାଇଥିବା ଗଞ୍ଜାମ ଏସ୍‌ପି କହିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.