କ୍ରୀଡା

ଶ୍ରୀଲଙ୍କା ବିପକ୍ଷ ଦିନିକିଆ ସିରିଜରୁ ବାଦ୍‌ ପଡିଲେ ଜସପ୍ରୀତ ବୁମରା, BCCI ଜଣାଇଲା କାରଣ

ଶ୍ରୀଲଙ୍କା ବିପକ୍ଷ ଦିନିକିଆ ସିରିଜ ପୂର୍ବରୁ ଟିମ୍‌ ଇଣ୍ଡିଆକୁ ବଡ ଝଟକା । ଦିନିକିଆ ସିରିଜରୁ ବାଦ୍‌ ପଡିଲେ ଷ୍ଟାର ବୋଲର ଜସପ୍ରୀତ ବୁମରା । ବୁମରା ଟିମରେ ସ୍ଥାନ ପାଇବା ପାଇଁ ଫ୍ୟାନ୍ସ ଖୁସି ହୋଇଯାଇଥିଲେ । ହେଲେ ଏବେ ତାଙ୍କ ବାଦ୍‌ ପଡିବା ନେଇ ଫ୍ୟାନ୍ସ ନିରାଶ ରହିଛନ୍ତି । ଗତ ସପ୍ତାହରେ ଶ୍ରୀଲଙ୍କା ବିପକ୍ଷ ଦିନିକିଆ ସିରିଜ ପାଇଁ ଟିମରେ ବୁମରାଙ୍କୁ ସ୍ଥାନ ମିଳିଥିଲା । ହେଲେ ଏବେ ତାଙ୍କୁ ଟିମରୁ ବାଦ୍‌ ଦିଆଯାଇଛି। ବିସିସିଆଇ ତରବରିଆ ଭାବେ କିଛି କରିବାକୁ ଚାହୁଁନାହିଁ ।

୨୯ ବର୍ଷୀୟ ବୁମରା ସେପ୍ଟେମ୍ବର ଶେଷରୁ ଟିମରୁ ବାଦ୍‌ ପଡିଥିଲେ । ଆଘାତ ଯୋଗୁଁ ଏସିଆ କପ୍‌ ୨୦୨୨ରେ ଟିମରୁ ବାଦ୍‌ ପଡିଥିଲେ । ପରେ ଅଷ୍ଟ୍ରେଲିଆ ବିପକ୍ଷ ଘରୋଇ ସିରିଜରେ ବୁମରାଙ୍କୁ ସ୍ଥାନ ମିଳିଥିଲା କିନ୍ତୁ ସେ ପୁଣି ଆହତ ହୋଇ ବାଦ୍‌ ପଡିଛନ୍ତି । ଖାସ୍‌ ଏଥିପାଇଁ ଟି୨୦ ବିଶ୍ୱକପରୁ ବାଦ୍‌ ପଡିଥିଲେ । ୧୦ ଜାନୁଆରୀରୁ ଆରମ୍ଭ ହେବାକୁ ଥିବା ଦିନିକିଆ ସିରିଜ ପାଇଁ ଚୟନ ହୋଇଥିଲେ । କିନ୍ତୁ ବିସିସିଆଇ ତାଙ୍କୁ ଦିନିକିଆ ମ୍ୟାଚ ପାଇଁ ଅନଫିଟ ବୋଲି ଘୋଷଣା କରିଛି ।ଫିଟନେସ କାରଣରୁ ଶ୍ରୀଲଙ୍କା ବିପକ୍ଷ ଦିନିକିଆ ସିରିଜରୁ ବାଦ୍‌ ପଡିଛନ୍ତି ।

ବିସିସିଆଇ କହିଛି, ବୁମରା ଚୟନକର୍ତ୍ତା ସମିତିର ସୁପାରିଶ କ୍ରମେ ଟିମରେ ସାମିଲ ହୋଇଥିଲେ । କିନ୍ତୁ ଏବେ ବିସିସିଆଇ ଏନସିଏ ସୁପାରିଶ ଆଧାରରେ ଦିନିକିଆ ସିରିଜରେ ନ ଖେଳାଇବା ପାଇଁ ନିଷ୍ପତ୍ତି ନେଇଛି। ଏହି ନିଷ୍ପତ୍ତି ଅଷ୍ଟ୍ରେଲିଆ ବିପକ୍ଷରେ ଆଗାମୀ ମାସରେ ହେବାକୁ ଥିବା ଟେଷ୍ଟ ସିରିଜ ଏବଂ ଅକ୍ଟୋବରରେ ହେବାକୁ ଥିବା ବିଶ୍ୱକପକୁ ଧ୍ୟାନରେ ରଖି ନିଆଯାଇଛି । ବୁମରା ନ୍ୟୁଜିଲାଣ୍ଡ ବିପକ୍ଷରେ ୧୮ ଜାନୁଆରୀରେ ହେବାକୁ ଥିବା ସୀମିତ ଓଭର ସିରିଜରେ ଖେଳିପାରନ୍ତି ।

ବୁମରା ପୂର୍ବରୁ ଦିନିକିଆ ମ୍ୟାଚ ପାଇଁ ଗୌହ୍ଵାଟୀ ଆସିନାହାନ୍ତି । ତେବେ ଶ୍ରୀଲଙ୍କା ଟି-୨୦ ସିରିଜରୁ ବାଦ୍‌ ପଡିଥିବା ରୋହିତ ଶର୍ମା, କେଏଲ ରାହୁଲ, ବିରାଟ କୋହଲି ଏବଂ ଶ୍ରେୟସ ଆୟରଙ୍କ ଭଳି ଖେଳାଳି ଦିନିକିଆ ଟିମରେ ସାମିଲ ହୋଇଛନ୍ତି ।
ଟିମ୍‌ ଇଣ୍ଡିଆ ଶ୍ରୀଲଙ୍କା ବିପକ୍ଷ ଟି-୨୦ ସିରିଜ ସରିବା ପରେ ୧୦ ଜାନୁଆରୀରୁ ଦିନିକିଆ ମ୍ୟାଚ୍‌ ବରସାପାରା କ୍ରିକେଟ ଷ୍ଟାଡିୟମରେ ଖେଳାଯିବ। ତା’ ପରେ କଲିକତାର ଇଡେନ ଗାର୍ଡେନର ୧୨ ଜାନୁଆରୀ ଏବଂ ତୃତୀୟ ମ୍ୟାଚ୍‌ ୧୫ ଜାନୁଆରୀକୁ ତିରୁଅନନ୍ତପୁରମର ଗ୍ରୀନଫିଲ୍ଡ ଇଣ୍ଟରନ୍ୟାସନାଲ ଷ୍ଟାଡିୟମରେ ଖେଳାଯିବ ।

ଟିମ୍‌ ଇଣ୍ଡିଆର ସମ୍ଭାବ୍ୟ ଏକାଦଶ : ରୋହିତ ଶର୍ମା(ଅଧିନାୟକ), ଶୁଭମନ ଗିଲ୍‌, ବିରାଟ କୋହଲି, ସୂର୍ଯ୍ୟକୁମାର ଯାଦବ, ଶ୍ରେୟସ ଆୟର, କେଏଲ ରାହୁଲ(ଓ୍ଵିକେଟ କିପର), ଈଶାନ କିଶନ, ହାର୍ଦ୍ଦିକ ପାଣ୍ଡ୍ୟା, ଓ୍ଵାଂଶିଟନ ସୁନ୍ଦର, ଯୁଜବେନ୍ଦ୍ର ଚହଲ, କୁଲଦୀପ ଯାଦବ, ଅକ୍ଷର ପଟେଲ, ମହମ୍ମଦ ସିରାଜ, ଉମ୍ରାନ ମଲ୍ଲିକ ଏବଂ ଅର୍ଶଦୀପ ସିଂ ।

Swagatika

Recent Posts

ପ୍ରଧାନମନ୍ତ୍ରୀ ମୋଦିଙ୍କ ସହିତ ହାତ ମିଳାଇଲେ ରାହୁଲ ଗାନ୍ଧି, ସଂସଦରେ ସମସ୍ତଙ୍କ ଧ୍ୟାନ ଆକର୍ଷିତ କଲା ଦୃଶ୍ୟ

ଲୋକସଭା ନିର୍ବାଚନ ପ୍ରଚାର ସମୟରେ ପରସ୍ପରକୁ କଟାକ୍ଷ କରୁଥିବା ନେତା ସଂସଦରେ ଆଜି ଭିନ୍ନ ରୂପରେ ନଜର ଆସିଥିଲେ ।…

2 mins ago

ଦେଢ଼ ବର୍ଷ ହେଲା ଦୋକାନକୁ ସିଲ୍‌ କରିଛି ପୋଲିସ, ହେଲେ ଭିତରୁ ଖୋଳ କଲେ ଚୋର

କଣ୍ଟାବାଞ୍ଜି : କଂଟାବାଞ୍ଜି-ବଲାଙ୍ଗୀର ରାସ୍ତାରେ ଥିବା ଏକ ଠିପି ଖୋଲା ବିଦେଶୀ ମଦ ଦୋକାନରୁ ଚୋରୀ ହୋଇଥିବା ନେଇ କଣ୍ଟାବାଞ୍ଜି…

11 mins ago

ରଥଯାତ୍ରାର ଦ୍ଵିତୀୟ ସମନ୍ୱୟ କମିଟି ବୈଠକ, ସମସ୍ତଙ୍କ ସହଯୋଗରେ ହେବ ୨ ଦିନ ରଥଯାତ୍ରା

ପୁରୀ : ଆସନ୍ତା ୭ ତାରିଖରେ ପୁରୀ ବିଶ୍ବପ୍ରସିଦ୍ଧ ରଥଯାତ୍ରା । ଚଳିତ ବର୍ଷ ଦୁଇ ଦିନ ରଥଯାତ୍ରା ।…

14 mins ago

ପ୍ୟାରିସ ଅଲିମ୍ପିକ୍ସ ପାଇଁ ଭାରତୀୟ ହକି ଟିମ୍‌ ଘୋଷଣା, ଓଡିଆ ଖେଳାଳି ଅମିତ ରୋହିଦାସଙ୍କୁ ସୁଯୋଗ

ଜୁଲାଇରେ ହେବାକୁ ଥିବା ପ୍ୟାରିସ୍ ଅଲିମ୍ପିକ୍ସ ପାଇଁ ଭାରତୀୟ ହକି ଟିମ୍ ଘୋଷଣା ହୋଇଛି । ହରମନପ୍ରୀତ ସିଂହଙ୍କ ନେତୃତ୍ୱରେ…

48 mins ago

ବର୍ଷାରେ ଜଳମଗ୍ନ ରାଜଧାନୀ, ଯାତାୟାତ ବାଧାପ୍ରାପ୍ତ

ଭୁବନେଶ୍ୱର: ଗରମ ଓ ଗୁଳୁଗୁଳିରୁ ମିଳିଲା ଆଶ୍ବସ୍ତି । ଭୁବନେଶ୍ବର ଓ କଟକରେ ଝଡ଼ପବନ ସହ ବର୍ଷା । ରାଜଧାନୀର…

50 mins ago

ସେଲଫି ନେବା ସମୟରେ ଫ୍ୟାନ୍ସଙ୍କୁ ଧକ୍କା ମାରିଲେ ଧନୁଷଙ୍କ ବଡିଗାର୍ଡ, ଭାଇରାଲ ହେଉଛି ଭିଡିଓ

ଫ୍ୟାନ୍ସ ପ୍ରାୟତଃ ବଲିଉଡ ଷ୍ଟାରମାନଙ୍କ ସହିତ ଫଟୋ ଉଠାଇବାକୁ ଏବଂ ଦେଖା କରିବାକୁ ଚାହଁଥାନ୍ତି । ତେବେ ଅନେକ ଥର…

2 hours ago