କ୍ରୀଡା

ଆଇପିଏଲ ୨୦୨୪ : ଗ୍ରାଉଣ୍ଡମ୍ୟାନ ଏବଂ କ୍ୟୁରେଟର୍ସ ପାଇଁ ଟଙ୍କା ବର୍ଷା କଲା ବିସିସିଆଇ, ପୁରସ୍କାର ଭାବେ ମିଳିବ ଲକ୍ଷ ଲକ୍ଷ ଟଙ୍କା

କୋଲକତା ନାଇଟ ରାଇଡର୍ସ ପୁଣିଥରେ ଆଇପିଏଲ ୨୦୨୪ ଟାଇଟଲ ହାସଲ କରିଛି । ଟିମ୍‌ ତୃତୀୟ ଥର ପାଇଁ ଚାମ୍ପିଅନ ହୋଇଛି । ଆଇପିଏଲ ୨୦୨୪ ବିଜେତା ଟିମକୁ ପୁରସ୍କାର ରାଶି ଭାବେ ୨୦ କୋଟି ଟଙ୍କା ମିଳିଛି । ତେବେ ବିସିସିଆଇ ଖେଳାଳିଙ୍କ ସହିତ ଗ୍ରାଉଣ୍ଡ ଷ୍ଟାଫ ଏବଂ କ୍ୟୁରେଟରର୍ସଙ୍କ ପାଇଁ ଟଙ୍କା ବର୍ଷା କରିଛନ୍ତି । ବିସିସିଆଇ ସଚିବ ଜୟ ଶାହ ଗ୍ରାଉଣ୍ଡ ଷ୍ଟାଫକୁ ୨୫-୨୫ ଲକ୍ଷ ଟଙ୍କା ଦେବାକୁ ଘୋଷଣା କରିଛନ୍ତି । ଏହି ପୁରସ୍କାର ଟଙ୍କା ୧୦ଟି ମଇଦାନର ଷ୍ଟାଫଙ୍କୁ ମିଳିବ । ସେହିଭଳି ୩ଟି ଅତିରିକ୍ତ ଗ୍ରାଉଣ୍ଡ ଷ୍ଟାଫଙ୍କୁ ଅଧିକ ଟଙ୍କା ମିଳିବ ।

ଜୟ ଶାହ Xରେ ପୋଷ୍ଟ କରି କହିଛନ୍ତି, ଆମର ସଫଳ ଟି୨୦ ସିଜିନ(ଆଇପିଏଲ ୨୦୨୪) ପଛରେ ଅନସଙ୍ଗ ହିରୋ ଗ୍ରାଉଣ୍ଡଷ୍ଟାଫଙ୍କ ଗୁରୁତ୍ୱପୂର୍ଣ୍ଣ ଯୋଗଦାନ ରହିଛି । ଖରାପ ପାଣିପାଗ ସ୍ଥିତିରେ ଭଲ ପିଚ୍‌ ତିଆରି କରି ରଖିଥିଲେ । ୧୦ ନିୟମିତ ଆଇପିଏଲ ମଦାନରେ ଗ୍ରାଉଣ୍ଡସମ୍ୟାନ୍‌ ଏବଂ କ୍ୟୁରେଟର ୨୫-୨୫ ଲକ୍ଷ ଟଙ୍କା ମିଳିବ । ସେହିଭଳି ୩ଟି ଅତିରିକ୍ତ ମଇଦାନ ଷ୍ଟାଫଙ୍କୁ ୧୦-୧୦ ଲକ୍ଷ ଟଙ୍କା ମିଳିବ । ଆପଣମାନଙ୍କ ସମର୍ପଣ ଏବଂ କଠିନ ପରିଶ୍ରମ ପାଇଁ ଧନ୍ୟବାଦ ।

ଆଇପିଏଲ ୨୦୨୪ ବିଜେତା ଟିମ୍‌ କୋଲକତା ନାଇଟ ରାଇଡର୍ସ ଟିମକୁ ୨୦ କୋଟି ମିଳିଛି । ସେହିପରି ହାଇଦ୍ରାବାଦକୁ ୧୨.୫ କୋଟି ଟଙ୍କା ମିଳିଛି । ରାଜସ୍ଥାନ ରୟାଲ୍ସକୁ ୭ କୋଟି ଏବଂ ଆରସିବିକୁ ୬.୫ କୋଟି ଟଙ୍କା ମିଳିଛି ।

ଆଇପିଏଲରେ ତୃତୀୟ ଥର ପାଇଁ ଟାଇଟଲ ଜିତିଛି କୋଲକତା ନାଇଟ ରାଇଡର୍ସ । ଟିମ ପ୍ରଥମ ଥର ପାଇଁ ୨୦୧୨ରେ ଚାମ୍ପିଅନ ହୋଇଥିଲା । ଏହାପରେ ୨୦୧୪ରେ ଜିତିଥିଲା । ଏବେ ପୁଣି ଥରେ ମ୍ୟାଚ ଜିତି ଚାମ୍ପିଅନ ହୋଇଛି କେକେଆର ।

Swagatika

Recent Posts

ଜେପି ନଡ୍ଡାଙ୍କୁ ମିଳିଲା ବଡ଼ ଦାୟିତ୍ୱ, ରାଜ୍ୟସଭାରେ ସଦନର ନେତା ନିଯୁକ୍ତ

କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ତଥା ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡାଙ୍କୁ ଦଳ ବଡ଼ ଦାୟିତ୍ୱ ହସ୍ତାନ୍ତର କରିଛି । ତାଙ୍କୁ…

4 mins ago

ଥାନାରେ ମାଳ ଅଦଳ ବଦଳ କରି ସିନ୍ଦୁର ପିନ୍ଧିଲେ ଯୁବତୀ, ପ୍ରେମିକ ହାତରେ କାଟିଲେ କେକ୍‌

ଲମତାପୁଟ : କେକରେ ଲେଖା ହୋଇଛି ରବି ଆଣ୍ଡ୍‌ ମଞ୍ଜୁ । ଆଉ ପାଖରେ ଫୁଲ ମାଳ ପିନ୍ଧି ଛିଡା…

29 mins ago

ଜଣକ ପରେ ଜଣକୁ ନିଜ କବ୍ଜାକୁ ନେଉଛି ଡିପଥେରିଆ, ଏବେ ଚିନ୍ତାରେ ସ୍ୱାସ୍ଥ୍ୟ ବିଭାଗ

ଲକ୍ଷ୍ମୀପୁର : ଏବେ ମୃତ୍ୟୁର ତାଣ୍ଡବ ଖେଳି ଚାଲିଛି ଡିଫଥେରିଆ । ଏହି ରୋଗ ଜଣକ ପରେ ଜଣକୁ ନିଜ…

33 mins ago

ବ୍ରିଜ ଉପରୁ ଯୁବକଙ୍କ ମୃତ ଦେହ ଉଦ୍ଧାର

ଜଳେଶ୍ବର : ବାଲେଶ୍ବର ଜିଲ୍ଲା ବସ୍ତା ଥାନା ଅନ୍ତର୍ଗତ ଦକ୍ଷିଣ ପୂର୍ବ ରେଳପଥର ନୂଆଗାଁ ରୋଡ଼ ରେଳଷ୍ଟେସନ ମଧ୍ୟ ସ୍ଥଳ…

35 mins ago

ରଥଯାତ୍ରାରେ ଭକ୍ତଙ୍କୁ ଖାଦ୍ୟ ଯୋଗାଇବା ପାଇଁ ପ୍ରସ୍ତୁତ ଦୁଇ ଭଉଣୀ

କଟକ(କେନ୍ୟୁଜ୍‌): ରଥଯାତ୍ରା ପାଇଁ ଚଳଚଞ୍ଚଳ ଶ୍ରୀକ୍ଷେତ୍ର । ସବୁଠି ଶଂଙ୍ଖ ଘଣ୍ଟ ହୁଳୁହୁଳି ଶଦ୍ଦରେ ପୂରି ଉଠୁଛି ପୂରା ପରିବେଶ…

41 mins ago

ବିବାହ ବନ୍ଧନରେ ବାନ୍ଧି ହେଲେ ସୋନାକ୍ଷୀ ଓ ଜାହିର, ଟ୍ରୋଲ କରୁଥିବା ଟ୍ରୋଲ୍‌ରଙ୍କୁ କଡ଼ା ଜବାବ ଦେଲେ ଶତ୍ରୁଘ୍ନ ସିହ୍ନା

ସୋନାକ୍ଷୀ ସିହ୍ନା ଏବଂ ଜାହିର ଇକବାଲ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି । ଜୁନ୍ ୨୩ ରେ ଜହିର ଇକବାଲଙ୍କ…

53 mins ago