କ୍ରୀଡା

ଶେଷ ହେଲା କିସ୍‌ କିଟ୍‌ ଦ୍ବାରା ପ୍ରାୟୋଜିତ ଆଇପିଏଲ ଢଙ୍ଗରେ ଏମ୍‌.ପି.ଏଲ

ମାଲକାନଗିରି(କେନ୍ୟୁଜ୍):ଶେଷ ହେଲା ମାଲକାନଗିରି ପ୍ରିମୀୟର ଲିଗ୍‌। ଆଇପିଏଲ ଢଙ୍ଗରେ ଏମ୍‌.ପି.ଏଲ ଆୟୋଜିତ କରାଯାଇଥିଲା। କିସ୍‌ କିଟ୍‌ ପକ୍ଷରୁ MPL କୁ ସ୍ପନ୍ସର କରାଯାଇଥିଲା। Kiss ଏବଂ କିଟ୍‌ ଅନୁଷ୍ଠାନ ସଦାସର୍ବଦା ଖେଳାଳିଙ୍କୁ ବିଭନ୍ନ ମାଧ୍ୟମ ରେ ସହାୟତା କରି ଆସିଛି। ମାଲକାନଗିରି ଜିଲ୍ଲା ସଦରମହକୁମା ଦଣ୍ଡକାରଣ୍ଯ ଖେଳ ପଡ଼ିଆ ଠାରେ ଆଜି ଏମପିଏଲ ଲିଗର ର୍ନିଣ୍ଣାୟକ ମ୍ୟାଚ୍ ଧଳ ୱରିଅରସ୍‌ ବୈପାରିଗୁଡା ଏବଂ ଉତ୍ତମ ମଲ୍ଲିକ ୩୬୯ ମଧ୍ୟରେ ଖେଳା ଯାଇଛି। ଏହି MPL ଲିଗ୍‌ ଫାଇନାଲ ମ୍ଯାଚରେ ବହୁ ସମ୍ମାନୀୟ ବ୍ଯକ୍ତି ବିଶେଷଙ୍କୁ ଆମନ୍ତ୍ରଣ କରାଯାଇଛି। ମୁଖ୍ଯ ଅତିଥି ଭାବେ ଉତ୍ତମ କୁମାର ସାନା ଉପସ୍ଥିତ ରହିଥିବା ବେଳେ, ସମ୍ମାନୀୟ ଅତିଥି ଭାବେ ନବରଙ୍ଗପୁର ଜିଲ୍ଲା କ୍ରିକେଟ ଆସୋସିଏସନ୍‌ ସମ୍ପାଦକ ଅର୍ଜୁନ ତ୍ରିପାଠୀ, ମାଲକାନଗିରି ସଭାପତି ଏମଡି ଫାରୁକ, ସତ୍ୟବୀର ସିଂ ଉପସ୍ଥିତ ରହିଥିଲେ।

ପ୍ରଥମେ ଟସ୍ ଜିତି ଧଳ ୱରିଅରସ୍‌ ଫିଲ୍ଡିଙ୍ଗ କରିଥିବା ବେଳେ ଅପଜିସନ ଟିମ୍‌ ଉତ୍ତମ ମଲ୍ଲିକ 369 କୁ ବ୍ଯାଟିଂ କରିବାକୁ ଆମନ୍ତ୍ରଣ କରିଥିଲେ।
ଉତ୍ତମ ମଲ୍ଲିକ 369 ଟିମ୍‌ ପ୍ରଥମେ ୨୦ ଓଭର ବ୍ଯାଟିଂ କରି ୧୫୪ ରନ୍‌ କରିଥିଲେ। ଜବାବରେ ଧଳ ୱରିୟର ବୈପାରିଗୁଡ଼ା ଟିମ୍‌ ୫ଟି ଉଇକେଟ ହରାଇ ବିଜୟୀ ଲାଭ କରିଛନ୍ତି। MPLଫାଇନାଲର ବିଜେତା ଧଳ ୱରିଅରସ୍‌ ବୈପାରିଗୁଡା଼ ଟିମ୍‌ କୁ ଏକ ଲକ୍ଷ ଟଙ୍କା ଏବଂ ଟ୍ରଫି ପ୍ରଦାନ କରାଯାଇଥିବା ବେଳେ ରନର ଟିମ୍‌ ଉତ୍ତମ ମଲ୍ଲିକ ୩୬୯ ଟିମ୍କୁ ୭୦,୦୦୦ ଟଙ୍କା ସହିତ ଟ୍ରଫି ପ୍ରଦାନ କରାଯାଇଛି। କିଟ୍‌ ଏବଂ କିସ୍‌ ପକ୍ଷରୁ ଲିଗ୍‌ ର ଏସପନ୍ଶର ଭାବରେ ଦାୟିତ୍ବ ତୁଲାଇଥିଲେ। ଏଥି ସହିତ ମାଲକାନଗିରି ଜଗଦୀଶ ରାଓ କ୍ରିକେଟ ଆସୋସିଏସନ୍‌ ପକ୍ଷରୁ ସମସ୍ତ ପ୍ରକାର ସହଯୋଗ କରିଥିଲେ।MPL କୁ ପ୍ରଥମ କରି ଆୟୋଜିତ କରିଥିବା ମାଲକାନଗିରି କ୍ରିକେଟ ଆସୋସେଶନ ସଫଳତାର ସହିତ ସମ୍ପୁର୍ଣ୍ଣ କରିପାରିଛନ୍ତି। ତେଣୁ ସମସ୍ତ ଅତିଥି ଏବଂ ଜିଲ୍ଲା ବାସୀ ବେଶ ପ୍ରଶଂସା କରିଛନ୍ତି।

KNews Bureau

Recent Posts

ଆଜିର ରାଶିଫଳ : ଆଜି ଏହି ରାଶିର ଲୋକଙ୍କ ଆର୍ଥିକ ସଙ୍କଟ ଦୂର ହେବ, ପରିବାର ସହିତ ଖୁସିର ସମୟ କାଟିବେ

ମେଷ: ଆଜି ନିଜ ଉପରେ ଆତ୍ମବିଶ୍ୱାସ ରଖିବେ । ଜୀବନସାଥୀଙ୍କୁ ମନର କଥା କହି ପାରନ୍ତି । କୌଣସି କାମ…

33 mins ago

ଜୁନ ୨୨ରେ ମହାପ୍ରଭୁଙ୍କ ଦେବସ୍ନାନ ପୂର୍ଣ୍ଣମୀ, ଲାଗୁ ହେବ ଟ୍ରାଫିକ କଟକଣା

ପୁରୀ : ଜୁନ ୨୨ରେ ମହାପ୍ରଭୁଙ୍କ ଦେବସ୍ନାନ ପୂର୍ଣ୍ଣମୀ । ୧୦୮ ଗଡୁ ସୁବାସିତ ଜଳରେ ଦିବ୍ୟସ୍ନାନ କରିବେ ମହାପ୍ରୠୁ…

2 hours ago

ବାଲେଶ୍ବର ସହରରେ ୧୯ ତାରିଖ ମଧ୍ୟରାତ୍ରି ଯାଏ କର୍ଫ୍ୟୁ, ପୋଲିସ ପକ୍ଷରୁ ଫ୍ଲାଗ ମାର୍ଚ୍ଚ

ବାଲେଶ୍ବର : ବାଲେଶ୍ବର ସହରରେ କର୍ଫ୍ୟୁ ପରେ ୪୮ ଘଣ୍ଟା ପାଇଁ ସୋସିଆଲ ମିଡିଆ ବନ୍ଦ । ଗୋଷ୍ଠୀ ସଂଘର୍ଷ…

2 hours ago

ବରଗଡ଼ ଗସ୍ତରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ, ଓଡ଼ିଶାର ଚାଷୀଙ୍କୁ ପିଏମ୍ କିଷାନ ସମ୍ମାନ ନିଧି କିସ୍ତି ପ୍ରଦାନ କଲେ

ବରଗଡ଼ : ସେପଟେ ଓଡ଼ିଶାର ଚାଷୀଙ୍କୁ ପିଏମ୍ କିଷାନ ସମ୍ମାନ ନିଧି କିସ୍ତି ପ୍ରଦାନ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ…

3 hours ago

ଅଟୋ ଓଲଟି ଡ୍ରାଇଭର ସମେତ ୫ ଆହାତ, ମେଡିକାଲରେ ଭର୍ତ୍ତି

ଆସ୍କା : ଗଞ୍ଜାମ ଜିଲ୍ଲା ଧରାକୋଟ ଥାନା ଜାନିବିଲି ଗ୍ରାମ ନିକଟରେ ଯାତ୍ରୀବାହି ଅଟୋ ଓଲଟି ଡ୍ରାଇଭର ସମେତ ୫…

4 hours ago

ଦିଲ୍ଲୀରୁ ୪ ଲକ୍ଷ ଟଙ୍କା ଓ ୭୦ ଲକ୍ଷର ହୀରା ସୁନା ଗହଣା ଚୋରି କରିଥିଲେ ସୋରରୁ ତିନି ଜଣଙ୍କୁ ବାନ୍ଧିଲା ପୋଲିସ

ସୋର(କେନ୍ୟୁଜ୍‌): ଦିଲ୍ଲୀରେ ଚଳାଇଥିଲେ ଲୁଟ୍‌ର ଆତଙ୍କ । କୋଟି କୋଟି ଟଙ୍କା ଲୁଟି ଦିଲ୍ଲୀରୁ ଛୁ ମାରିଥିଲେ । ସେ…

4 hours ago