କ୍ରୀଡା

ସେଞ୍ଚୁରିଅନରେ ସେଞ୍ଚୁରୀ ମାରିଲେ ଲୋକେଶ ରାହୁଲ, ୨୧୮ ବଲ୍‌ ଖେଳି ପୁରା କଲେ ଶତକ

ସେଞ୍ଚୁରିଅନରେ ସେଞ୍ଚୁରୀ ମାରିଲେ ଲୋକେଶ ରାହୁଲ । ଦକ୍ଷିଣ ଆଫ୍ରିକା ବିପକ୍ଷ ଟେଷ୍ଟର ପ୍ରଥମ ଦିନରେ ଶତକ ମାରିଛନ୍ତି । ୨୧୮ ବଲ୍‌ ଖେଳି ଶତକ ପୁରା କରିଥିଲେ ଲୋକେଶ ରାହୁଲ । ଏଥିରେ ରହିଛି ୧୬ଟି ଚୌକା ଓ ଗୋଟିଏ ଛକା । ଏଥିସହ ଟେଷ୍ଟ କ୍ୟାରିୟରରେ ସପ୍ତମ ଶତକ ହାସଲ କରିଛନ୍ତି ଲୋକେଶ ରାହୁଲ ।

ତାଙ୍କର ଧୈର୍ଯ୍ୟପୂର୍ଣ୍ଣ ବ୍ୟାଟିଂ ବଳରେ ଭାରତ ପ୍ରଥମ ଦିନରେ ବଡ଼ ସ୍କୋର ଅଭିମୁଖେ ଅଗ୍ରସର ହୋଇଛି । ପ୍ରଥମ ଦିନ ଖେଳ ଶେଷ ସୁଦ୍ଧା ଭାରତ ତିନି ୱିକେଟ୍‌ ହରାଇ ୨୭୨ ରନ୍‌ କରିଛି । ଆରମ୍ଭରୁ ଭଲ ଖେଳିଥିଲା ଟିମ୍‌ ଇଣ୍ଡିଆ । ଲୋକେଶ ରାହୁଲ ଓ ମୟଙ୍କ ଅଗ୍ରଓ୍ଵାଲ୍‌ ଯୋଡ଼ି ଭଲ ଆରମ୍ଭ କରିଥିଲେ ।

ମୟଙ୍କ ଅଗ୍ରଓ୍ଵାଲ୍‌ ୬୦ ରନ୍‌ କରି ପାଭିଲନ୍‌ ଫେରିଥିଲେ । ଖାତା ଖୋଲି ପାରି ନଥିଲେ ଚେତେଶ୍ୱର ପୂଜାରା । ବିରାଟ କୋହଲି ୩୫ ରନ୍‌ କରିଛନ୍ତି । ଆଜିଙ୍କ୍ୟ ରାହାଣେଙ୍କୁ ସାଥି କରି ବ୍ୟାଟିଂ ଜାରି ରଖିଛନ୍ତି ଲୋକେଶ ରାହୁଲ ।

Sonalisa

Recent Posts

ଅଲାରନାଥଙ୍କ ଅଣସର ଦର୍ଶନ କରିବେ ଭକ୍ତ, ଏବେ ଠାରୁ ଛୁଟିଲାଣି ଭକ୍ତଙ୍କ ସୁଅ

ବ୍ରହ୍ମଗିରି(କେନ୍ୟୁଜ): ସ୍ନାନ ପୂର୍ଣ୍ଣିମା ଦିନ ୧୦୮ ସୁବାସିତ ଜଳରେ ସ୍ନାନ କରିବା ପରେ ସବୁ ବର୍ଷ ପରି ଚଳିତ ବର୍ଷ…

11 mins ago

ରାସ୍ତାରେ ଜଳିଗଲା ବାଇକ, ନିଆଁକୁ ଆୟତ୍ତ କଲେ ଅଗ୍ନିଶମ ବିଭାଗ

ଆଠମଲ୍ଲିକ: ଆଠମଲ୍ଲିକ ନିକଟସ୍ଥ ମାଳିପଦର ଗ୍ରାମ ନିକଟ ପୂର୍ତ୍ତ  ରାସ୍ତାରେ ଜଳିଗଲା ବାଇକ | ପ୍ରକାଶ ଯେ,  ଆଠମଲ୍ଲିକ  କିଆକଟା…

17 mins ago

ସ୍ୱାତି ମାଲିଓ୍ଵାଲଙ୍କୁ ମାଡ଼ ମାମଲା: ଜୁଲାଇ ୬କୁ ବୃଦ୍ଧି ପାଇଲା ବିଭବ କୁମାରଙ୍କ ନ୍ୟାୟିକ ହେପାଜତ

ବଢ଼ିଲା ବିଭବ କୁମାରଙ୍କ ନ୍ୟାୟିକ ହେପାଜତ । ଦିଲ୍ଲୀ ମହିଳା ଆୟୋଗର ପୂର୍ବତନ ଅଧ୍ୟକ୍ଷା ତଥା ରାଜ୍ୟସଭା ସାଂସଦ ସ୍ୱାତି…

47 mins ago

ସୋନାକ୍ଷୀଙ୍କ ବିବାହ ପାଇଁ ସୁନ୍ଦର ଭାବେ ସଜାଯାଇଛି ଶତ୍ରୁଘ୍ନ ସିହ୍ନା ଘର, ସାମ୍ନାକୁ ଆସିଲା ଫଟୋ

ସୋନାକ୍ଷୀ ସିହ୍ନା ଏବଂ ଜାହିର ଇକବାଲଙ୍କ ବିବାହକୁ ନେଇ ଅନେକ ଦିନ ହେବ ସୋସିଆଲ ମିଡିଆରେ ଖୁବ୍‌ ଚର୍ଚ୍ଚା ଚାଲିଛି…

55 mins ago

ଠାଣେ: ଫୁଟବଲ୍‌ ଟର୍ଫ ଉପରେ ଖସିପଡ଼ିଲା ଟିଣ ଶେଡ୍‌, ୯ ଜଣ ପିଲା ଆହତ; ଅନେକ ଗୁରୁତର

ମହାରାଷ୍ଟ୍ରର ଠାଣେର ଉପବନ ଅଞ୍ଚଳରେ ଶୁକ୍ରବାର ରାତିରେ ଏକ ବଡ଼ ଦୁର୍ଘଟଣା ଘଟିଛି । ଏଠାରେ ଥିବା ଫୁଟବଲ୍‌ ଟର୍ଫ…

3 hours ago

ଯେକୌଣସି ବୟସରେ ଦାନ୍ତ ଉଠାଇ ପାରିବେ ଆପଣ, ଆସୁଛି ନୂଆ ମେଡିସିନ୍‌

ଅନେକ କୁନି କୁନି ପିଲା ଥାଆନ୍ତି, ଯେଉଁ ମାନଙ୍କର ଦାନ୍ତ ଉଠେନି । ଏପରିକି ଅନେକ ସମୟରେ ବୟସ୍କ ବ୍ୟକ୍ତିଙ୍କର…

3 hours ago