ସେଞ୍ଚୁରିଅନରେ ସେଞ୍ଚୁରୀ ମାରିଲେ ଲୋକେଶ ରାହୁଲ, ୨୧୮ ବଲ୍ ଖେଳି ପୁରା କଲେ ଶତକ

ସେଞ୍ଚୁରିଅନରେ ସେଞ୍ଚୁରୀ ମାରିଲେ ଲୋକେଶ ରାହୁଲ । ଦକ୍ଷିଣ ଆଫ୍ରିକା ବିପକ୍ଷ ଟେଷ୍ଟର ପ୍ରଥମ ଦିନରେ ଶତକ ମାରିଛନ୍ତି । ୨୧୮ ବଲ୍ ଖେଳି ଶତକ ପୁରା କରିଥିଲେ ଲୋକେଶ ରାହୁଲ । ଏଥିରେ ରହିଛି ୧୬ଟି ଚୌକା ଓ ଗୋଟିଏ ଛକା । ଏଥିସହ ଟେଷ୍ଟ କ୍ୟାରିୟରରେ ସପ୍ତମ ଶତକ ହାସଲ କରିଛନ୍ତି ଲୋକେଶ ରାହୁଲ ।
ତାଙ୍କର ଧୈର୍ଯ୍ୟପୂର୍ଣ୍ଣ ବ୍ୟାଟିଂ ବଳରେ ଭାରତ ପ୍ରଥମ ଦିନରେ ବଡ଼ ସ୍କୋର ଅଭିମୁଖେ ଅଗ୍ରସର ହୋଇଛି । ପ୍ରଥମ ଦିନ ଖେଳ ଶେଷ ସୁଦ୍ଧା ଭାରତ ତିନି ୱିକେଟ୍ ହରାଇ ୨୭୨ ରନ୍ କରିଛି । ଆରମ୍ଭରୁ ଭଲ ଖେଳିଥିଲା ଟିମ୍ ଇଣ୍ଡିଆ । ଲୋକେଶ ରାହୁଲ ଓ ମୟଙ୍କ ଅଗ୍ରଓ୍ଵାଲ୍ ଯୋଡ଼ି ଭଲ ଆରମ୍ଭ କରିଥିଲେ ।
ମୟଙ୍କ ଅଗ୍ରଓ୍ଵାଲ୍ ୬୦ ରନ୍ କରି ପାଭିଲନ୍ ଫେରିଥିଲେ । ଖାତା ଖୋଲି ପାରି ନଥିଲେ ଚେତେଶ୍ୱର ପୂଜାରା । ବିରାଟ କୋହଲି ୩୫ ରନ୍ କରିଛନ୍ତି । ଆଜିଙ୍କ୍ୟ ରାହାଣେଙ୍କୁ ସାଥି କରି ବ୍ୟାଟିଂ ଜାରି ରଖିଛନ୍ତି ଲୋକେଶ ରାହୁଲ ।