Below header

ବିଶ୍ୱସ୍ତରୀୟ ଐତିହ୍ୟ ସହରରେ ପରିଣତ ହେବ ପୁରୀ, ଖୁବ୍‌ଶୀଘ୍ର ଏଠାରେ ଗ୍ରୀନଫିଲ୍ଡ ଏୟାରପୋର୍ଟ

ପୁରୀ(କେନ୍ଯୁଜ୍): ପୁରୀରେ ଖୁବ୍‌ଶୀଘ୍ର ହେବ ଗ୍ରୀନଫିଲ୍ଡ ଏୟାରପୋର୍ଟ । ମୁଖ୍ୟମନ୍ତ୍ରୀ ପୁରୀକୁ ବିଶ୍ୱସ୍ତରୀୟ ଐତିହ୍ୟ ସହରରେ ପରିଣତ କରିବା ସହ ସର୍ବାଙ୍ଗିନ ଉନ୍ନତି ପାଇଁ ଦୃଢ଼ ସଂକଳ୍ପବଧ । ରାଜ୍ୟ ସରକାରଙ୍କ ଅନୁରୋଧ କ୍ରମେ ଭାରତୀୟ ବିମାନବନ୍ଦର ପ୍ରାଧିକରଣର ଏକ ମଲ୍ଟି- ଡିସିପ୍ଲିନାରୀ ଟିମ୍‌ ଗତ ଜୁନ୍‌ ମାସରେ ପୁରୀ ପରିଦର୍ଶନ କରିଥିଲେ ।

ପ୍ରସ୍ତାବିତ ବିମାନବନ୍ଦର ପ୍ରତିଷ୍ଠା ପାଇଁ ରାଜ୍ୟ ସରକାର ଚିହ୍ନଟ କରିଥିବା ସ୍ଥାନର ପ୍ରାରମ୍ଭିକ ଅନୁଧ୍ୟାନ କରିଥିଲେ । ପୁରୀ-ବ୍ରହ୍ମଗିରି ରାସ୍ତାରେ ସିପସରୁବାଲି ଅଞ୍ଚଳ ନିକଟ ଜିରାଲା ଠାରେ ଟିମ୍‌ ପ୍ରସ୍ତାବିତ ସ୍ଥାନ ପରିଦର୍ଶନ କରିଥିଲା । ଟିମ୍‌ ତାଙ୍କର ଗସ୍ତ ରିପୋର୍ଟ ଅଗଷ୍ଟ ୫ ତାରିଖରେ ରାଜ୍ୟ ସରକାରଙ୍କ ନିକଟକୁ ପଠାଇଥିଲେ । ନୂଆ ବର୍ଷରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶ୍ରୀ ଜଗନ୍ନାଥ ଅନ୍ତର୍ଜାତୀୟ ବିମାନବନ୍ଦର ନାମରେ ପୁରୀରେ ଏକ ଅନ୍ତର୍ଜାତୀୟ ବିମାନବନ୍ଦର ସ୍ଥାପନ କରିବାକୁ ପ୍ରସ୍ତାବ ଦେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଚିଠି ଲେଖିଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.