କ୍ରୀଡା

ଆଇପିଏଲ୍‌ ଆରମ୍ଭ ପୂର୍ବରୁ କେଏଲ ରାହୁଲଙ୍କୁ ଝଟକା, ଲକ୍ଷ୍ମୌ ସୁପରଜିଆଣ୍ଟସରୁ ବାଦ୍‌ ପଡିଲେ ଏହି ଖେଳାଳି

ଆଇପିଏଲ ୨୦୨୨ ଆରମ୍ଭ ହେବାକୁ ଆଉ କିଛି ଦିନ ବାକି ରହିଛି। ତେବେ ଆଇପିଏଲ୍‌ ଆରମ୍ଭରୁ ଖେଳାଳି ଆହତ ହେବା ଯୋଗୁଁ କେତେକ ଟିମ୍‌ ପାଇଁ ଟେନସନ ବଢିଯାଇଛି।ଏବେ ଏହି ଲିଷ୍ଟରେ ରହିଛି ଲକ୍ଷ୍ନୌ ସୁପର ଜିଆଣ୍ଟସ୍‌। କେଏଲ୍‌ ରାହୁଲଙ୍କ ଅଧିନାୟକତ୍ୱ ଟିମ୍‌ ଲକ୍ଷ୍ମୌ ସୁପରଜଏଣ୍ଟସ ଟିମ୍‌ର ଦ୍ରୁତତମ ବୋଲର ଆହତ ହୋଇଛନ୍ତି। ଇଂଲଣ୍ଡର ଦ୍ରୁତ ବୋଲର ମାର୍କ ଉଡ ଆହତଜନିତ ସମସ୍ୟା କାରଣରୁ ଆଇପିଏଲ-୧୫ରୁ ସଂପୂର୍ଣ୍ଣ ବାଦ୍ ପଡିଛନ୍ତି। ଉଡ ଗତ ସପ୍ତାହରେ ଓ୍ଵେଷ୍ଟଇଣ୍ଡିଜ ବିପକ୍ଷ ପ୍ରଥମ ଟେଷ୍ଟ ସମୟରେ ଆହତ ହୋଇଥିଲେ।

ରିପୋର୍ଟ ଅନୁଯାୟୀ, ଇଂଲଣ୍ଡ ଆଣ୍ଡ ଓ୍ଵେଲ୍ସ କ୍ରିକେଟ୍ ବୋର୍ଡ(ଇସିବି) ଉଡଙ୍କ ଆହତ ସମସ୍ୟା ବିଷୟରେ ଲକ୍ଷ୍ନୌ ଫ୍ରାଞ୍ଚାଇଜିକୁ ପୂର୍ବରୁ ଜଣାଇଦେଇଛି। ଉଡ ଆଇପିଏଲରେ ୨୦୧୮ରେ କେବଳ ଗୋଟିଏ ମ୍ୟାଚ୍ ଖେଳିଥିଲେ। ସେତେବେଳେ ଚେନ୍ନାଇ ଟିମ୍‌ରେ ଖେଳୁଥିଲେ ଉଡ୍‌। ଆଇପିଏଲ ୨୦୨୨ ପାଇଁ ଲକ୍ଷ୍ନୌ ସୁପର ଜଏଣ୍ଟସରେ ସାମିଲ୍ ହେବା ନେଇ ପ୍ରଶଂସକ ବହୁତ ଉତ୍ସାହିତ ଥିଲେ।

ଲକ୍ଷ୍ନୌ ଫ୍ରାଞ୍ଚାଇଜି ତାଙ୍କୁ ୨୦୨୨ ନିଲାମୀରେ ୭.୫ କୋଟି ଟଙ୍କା ଖର୍ଚ୍ଚ କରି ନିଜ ଦଳରେ ସାମିଲ କରିଥିଲା। ଓ୍ଵେଷ୍ଟଇଣ୍ଡିଜ ବିପକ୍ଷ ପ୍ରଥମ ଟେଷ୍ଟରେ ଉଡ କେବଳ ୧୭ ଓଭର ବୋଲିଂ କରି ପାରିଥିଲେ। କେଏଲ ରାହୁଲ ସୁପର ଜଏଣ୍ଟସର ଅଧିନାୟକ ଥିବା ବେଳେ ଆଣ୍ଡ ଫାଓ୍ଵାର ମୁଖ୍ୟ କୋଚ୍ ପଦରେ ଅଛନ୍ତି। ଲକ୍ଷ୍ମୌର ପ୍ରଥମ ମ୍ୟାଚ ୨୮ ମାର୍ଚ୍ଚକୁ ଗୁଜରାଟ ଟାଇଟନ୍ସ ବିପକ୍ଷରେ ରହିଛି।

ଲକ୍ଷ୍ମୌ ଟିମ୍‌: କେଏଲ୍‌ ରାହୁଏ ମାର୍କସ ଷ୍ଟୋଇନସି, ରବି ବିଶ୍ନୋଇ, ମୟଙ୍କ ଯାଦବ, ଏଭିନ ଲୁଇନ, ଓବେଶଶ ଖଶନ, ଜେସନ ହୋଲ୍ଡର, କୁନାଲ ପାଣ୍‌୍ୟା, ମନୀଷ ପାଣ୍ଡେ, ଦୀପକ ହୁଡ୍ଡା, କରନ ଶର୍ମା, କାଇଲ ମିୟର୍ସ, ଆୟୁଷ ବଡୋନୀ, ମୋହସିନ ଖାନ, ମନନ ବୋରା, ଶାହବାଜ ନଦୀମ, ଦୁଶମନ୍ତା ଚମିରା, କୃଷ୍ଣପ୍ପା ଗୌତମ, ଅଙ୍କିତ ରାଜପୁତ।

Swagatika

Recent Posts

ଆଜିର ରାଶିଫଳ : ଆଜି ଏହି ରାଶିର ଲୋକଙ୍କୁ କିଛି ନୂଆ କାର୍ଯ୍ୟ କରିବାକୁ ମିଳିବ, ବନ୍ଧୁଙ୍କ ସହ ଖୁସିର ସମୟ କାଟିବେ

ମେଷ: ଆଜି ଆପଣଙ୍କ ପାଇଁ ଦିନଟି ମିଶ୍ରିତ ରୂପେ ଲାଭଦାୟକ ରହିବ । ପାରିବାରିକ ସମ୍ପର୍କ ମଧୁର ହେବ ।…

7 hours ago

ସମ୍ଭାବ୍ୟ ବନ୍ୟା ପରିଚାଳନାର ପ୍ରସ୍ତୁତି ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀଙ୍କ ମୌସୁମୀ ଋତୁରେ ସମ୍ଭାବ୍ୟ ବନ୍ୟା ପରିଚାଳନାର ପ୍ରସ୍ତୁତି ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ। ଜଳସମ୍ପଦ ବିଭାଗର ବରିଷ୍ଠ…

8 hours ago

ଶିକ୍ଷା ମନ୍ତ୍ରୀଙ୍କ ଅଚାନକ ବିଦ୍ୟାଳୟ ପରିଦର୍ଶନ, ବିଭିନ୍ନ ସମସ୍ୟା ପଚାରି ବୁଝିଲେ

ଉମରକୋଟ: ଶିକ୍ଷା ମନ୍ତ୍ରୀଙ୍କ ଅଚାନକ ବିଦ୍ୟାଳୟ ପରିଦର୍ଶନ । ନବରଙ୍ଗପୁର ଜିଲ୍ଲା ଉମରକୋଟ ସ୍ଥିତ ସରକାରୀ ପ୍ରାଥମିକ ବିଦ୍ୟାଳୟ ଡାଙ୍ଗରୀଗୁଡାକୁ…

9 hours ago

କିଟ୍‍ ଓ କିସ୍‍ ପ୍ରତିଷ୍ଠାତା ଡ. ଅଚ୍ୟୁତ ସାମନ୍ତଙ୍କୁ ଆଇଏସଟିଇ ଜୀବନବ୍ୟାପୀ ସାଧନା ପୁରସ୍କାର

ଭୁବନେଶ୍ୱର : କିଟ୍‍ ଓ କିସ୍‍ ପ୍ରତିଷ୍ଠାତା ଡ. ଅଚ୍ୟୁତ ସାମନ୍ତଙ୍କୁ ଆଇଏସଟିଇ ଜୀବନବ୍ୟାପୀ ସାଧନା ପୁରସ୍କାର ପ୍ରଦାନ କରାଯାଇଛି।…

9 hours ago

ସ୍ନାନବେଦୀରେ ଶ୍ରୀଜୀଉଙ୍କୁ ଦର୍ଶନ କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ

ସ୍ନାନବେଦୀରେ ଶ୍ରୀଜୀଉଙ୍କୁ ଦର୍ଶନ କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ଶ୍ରୀଜୀଉଙ୍କୁ ସସ୍ତ୍ରୀକ ଦର୍ଶନ କରିଛନ୍ତି। ସ୍ନାନବେଦୀରେ ଚତୁର୍ଦ୍ଧାମୂର୍ତ୍ତିଙ୍କ ଗଜାନନ ବେଶରେ…

10 hours ago

ଆସନ୍ତାକାଲିଠୁ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ଦୁଇ ଦିନିଆ କେନ୍ଦୁଝର ଜିଲ୍ଲା ଗସ୍ତ

ଭୁବନେଶ୍ବର : ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ଆସନ୍ତାକାଲିଠୁ ଦୁଇ ଦିନିଆ କେନ୍ଦୁଝର ଜିଲ୍ଲା ଗସ୍ତ । ମୁଖ୍ୟମନ୍ତ୍ରୀ ଭାବେ ଦାୟିତ୍ବ…

11 hours ago