ଆଇପିଏଲ ୨୦୨୨ ଆରମ୍ଭ ହେବାକୁ ଆଉ କିଛି ଦିନ ବାକି ରହିଛି। ତେବେ ଆଇପିଏଲ୍ ଆରମ୍ଭରୁ ଖେଳାଳି ଆହତ ହେବା ଯୋଗୁଁ କେତେକ ଟିମ୍ ପାଇଁ ଟେନସନ ବଢିଯାଇଛି।ଏବେ ଏହି ଲିଷ୍ଟରେ ରହିଛି ଲକ୍ଷ୍ନୌ ସୁପର ଜିଆଣ୍ଟସ୍। କେଏଲ୍ ରାହୁଲଙ୍କ ଅଧିନାୟକତ୍ୱ ଟିମ୍ ଲକ୍ଷ୍ମୌ ସୁପରଜଏଣ୍ଟସ ଟିମ୍ର ଦ୍ରୁତତମ ବୋଲର ଆହତ ହୋଇଛନ୍ତି। ଇଂଲଣ୍ଡର ଦ୍ରୁତ ବୋଲର ମାର୍କ ଉଡ ଆହତଜନିତ ସମସ୍ୟା କାରଣରୁ ଆଇପିଏଲ-୧୫ରୁ ସଂପୂର୍ଣ୍ଣ ବାଦ୍ ପଡିଛନ୍ତି। ଉଡ ଗତ ସପ୍ତାହରେ ଓ୍ଵେଷ୍ଟଇଣ୍ଡିଜ ବିପକ୍ଷ ପ୍ରଥମ ଟେଷ୍ଟ ସମୟରେ ଆହତ ହୋଇଥିଲେ।
ରିପୋର୍ଟ ଅନୁଯାୟୀ, ଇଂଲଣ୍ଡ ଆଣ୍ଡ ଓ୍ଵେଲ୍ସ କ୍ରିକେଟ୍ ବୋର୍ଡ(ଇସିବି) ଉଡଙ୍କ ଆହତ ସମସ୍ୟା ବିଷୟରେ ଲକ୍ଷ୍ନୌ ଫ୍ରାଞ୍ଚାଇଜିକୁ ପୂର୍ବରୁ ଜଣାଇଦେଇଛି। ଉଡ ଆଇପିଏଲରେ ୨୦୧୮ରେ କେବଳ ଗୋଟିଏ ମ୍ୟାଚ୍ ଖେଳିଥିଲେ। ସେତେବେଳେ ଚେନ୍ନାଇ ଟିମ୍ରେ ଖେଳୁଥିଲେ ଉଡ୍। ଆଇପିଏଲ ୨୦୨୨ ପାଇଁ ଲକ୍ଷ୍ନୌ ସୁପର ଜଏଣ୍ଟସରେ ସାମିଲ୍ ହେବା ନେଇ ପ୍ରଶଂସକ ବହୁତ ଉତ୍ସାହିତ ଥିଲେ।
ଲକ୍ଷ୍ନୌ ଫ୍ରାଞ୍ଚାଇଜି ତାଙ୍କୁ ୨୦୨୨ ନିଲାମୀରେ ୭.୫ କୋଟି ଟଙ୍କା ଖର୍ଚ୍ଚ କରି ନିଜ ଦଳରେ ସାମିଲ କରିଥିଲା। ଓ୍ଵେଷ୍ଟଇଣ୍ଡିଜ ବିପକ୍ଷ ପ୍ରଥମ ଟେଷ୍ଟରେ ଉଡ କେବଳ ୧୭ ଓଭର ବୋଲିଂ କରି ପାରିଥିଲେ। କେଏଲ ରାହୁଲ ସୁପର ଜଏଣ୍ଟସର ଅଧିନାୟକ ଥିବା ବେଳେ ଆଣ୍ଡ ଫାଓ୍ଵାର ମୁଖ୍ୟ କୋଚ୍ ପଦରେ ଅଛନ୍ତି। ଲକ୍ଷ୍ମୌର ପ୍ରଥମ ମ୍ୟାଚ ୨୮ ମାର୍ଚ୍ଚକୁ ଗୁଜରାଟ ଟାଇଟନ୍ସ ବିପକ୍ଷରେ ରହିଛି।
ଲକ୍ଷ୍ମୌ ଟିମ୍: କେଏଲ୍ ରାହୁଏ ମାର୍କସ ଷ୍ଟୋଇନସି, ରବି ବିଶ୍ନୋଇ, ମୟଙ୍କ ଯାଦବ, ଏଭିନ ଲୁଇନ, ଓବେଶଶ ଖଶନ, ଜେସନ ହୋଲ୍ଡର, କୁନାଲ ପାଣ୍୍ୟା, ମନୀଷ ପାଣ୍ଡେ, ଦୀପକ ହୁଡ୍ଡା, କରନ ଶର୍ମା, କାଇଲ ମିୟର୍ସ, ଆୟୁଷ ବଡୋନୀ, ମୋହସିନ ଖାନ, ମନନ ବୋରା, ଶାହବାଜ ନଦୀମ, ଦୁଶମନ୍ତା ଚମିରା, କୃଷ୍ଣପ୍ପା ଗୌତମ, ଅଙ୍କିତ ରାଜପୁତ।