Below header

ଖୋର୍ଦ୍ଧା ଭୂଷଣ୍ଡପୁରରେ ଦୋଳ ମେଲଣରେ ଅଘଟଣ, ବାଣ ଫୁଟାଉଥିବା ବେଳେ ଛିଣ୍ଡିଲା ଯୁବକଙ୍କ ବାମ ହାତ

ଖୋର୍ଦ୍ଧା (କେନ୍ୟୁଜ): ଖୋର୍ଦ୍ଧା ଜିଲ୍ଲା ଭୂଷଣ୍ଡପୁରରେ ଦୋଳ ମେଲଣ ବେଳେ ଅଘଟଣ । ବାଣ ଫୁଟାଉଥିବାହେବଳେ ଛିଣ୍ଡିଲା ଯୁବକଙ୍କ ବାମ ହାତ। ଯୁବକଙ୍କ ନାଁ ନାରାୟଣ ମଲ୍ଲିକ । ଗୁରୁତର ଅବସ୍ଥାରେ ତାଙ୍କୁ ଭୁବନେଶ୍ୱର ଏମସ୍‌କୁ ସ୍ଥାନାନ୍ତର କରାଯାଇଛି। ସୂଚନାନୁଯାୟୀ ଦୋଳ ମେଲଣ ଚାଲିଥିବାବେଳେ ବାଣ ଫୁଟାଉଥିଲେ ଯୁବକ । ବାଣ ଅଧା ଫୁଟି ଥିବା ବେଳେ ହାତ ଧରି ପକାଇବାରୁ ଅଘଟଣ ଘଟିଛି। ପ୍ରତିବର୍ଷ ଦୋଳ ମେଲଣରେ ଦୁଇ ଗାଁ ମଧ୍ୟରେ ବାଣ ଫୁଟା ପ୍ରତିଯୋଗିତା ହୋଇଥାଏ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.