Below header

ନିଜ ଫୋନକୁ ଫିଲ୍ମ ଟ୍ରାନ୍ସଫର କରିନେଉଛନ୍ତି କି, ଏବେ ଆଖି ପିଛୁଳାକେ ଗୋଟେ ଫୋନରୁ ଅନ୍ୟ ଫୋନକୁ ହୋଇଯିବ ସେୟାର

ଆଜିକା ଡେଟରେ ଆମେ ଆମର ପ୍ରତ୍ୟେକ କାମ ପାଇଁ ନିଜର ସ୍ମାର୍ଟଫୋନ୍‌ ବ୍ୟବହାର କରୁଛନ୍ତି। ତାହା ତେଣିକି ସ୍କୁଲ-ଅଫିସ କାମ ହେଉ କିମ୍ବା ମନୋରଞ୍ଜନ ପାଇଁ ହେଉ। ଏବେ ତ ଲୋକମାନେ ଫୋନରେ ହିଁ ଫିଲ୍ମ ଦେଖି ମଜା ନେବାକୁ ପସନ୍ଦ କରୁଛନ୍ତି। ଆଉ ଏଥିପାଇଁ ଫୋନରେ ଫିଲ୍ମ ଡାଉନଲୋଡ କରି ରଖୁଛନ୍ତି। କିନ୍ତୁ ଅନେକ ମୁଭିଜ୍‌ ଡାଉନଲୋଡ ତ ହୋଇଯାଏ କିନ୍ତୁ ଆଉ କିଛିକୁ ଲୋକମାନେ ସାଙ୍ଗମାନଙ୍କୁ ମାଗିକି ନେଇଯାନ୍ତି। କିନ୍ତୁ ବେଳେବେଳେ ବଡ ବଡ ଫାଇଲ୍ସକୁ ଟ୍ରାନ୍ସଫର କରିବାରେ ବହୁତ ସମସ୍ୟା ହୋଇଥାଏ। ତେଣୁ ଆଜି ଆମେ ଆପଣଙ୍କୁ ଏକ ଏମିତି ଟ୍ରିକ ବିଷୟରେ ଜଣାଇବୁ ଯାହାଦ୍ୱାରା ଆପଣ ଚୁଟକିରେ ଫିଲ୍ମ ଭଳି ବଡ ବଡ ଫାଇଲ୍ସକୁ ଗୋଟିଏ ସ୍ମାର୍ଟଫୋନରୁ ଆଉ ଗୋଟିଏ ସ୍ମାର୍ଟଫୋନକୁ ଟ୍ରାନ୍ସଫର କରିପାରିବେ।

ଯଦି ଆପଣ ଜଣେ ଆଇଫୋନ୍‌ ୟୁଜର ତାହେଲେ ଆପଣ ଆରାମସେ ଏୟାରଡ୍ରପ୍‌ ସାହାଯ୍ୟରେ ବଡ ବଡ ଫାଇଲ୍ସକୁ ଟ୍ରାନ୍ସଫର କରିପାରିବେ। କିନ୍ତୁ ଆଣ୍ଡ୍ରଏଡ୍‌ ସ୍ମାର୍ଟଫୋନ ୟୁଜର୍ସଙ୍କୁ କିଛିଟା ସମସ୍ୟା ହୋଇପାରେ। ଯଦି ଆପଣ ଜଣେ ଆଣ୍ଡ୍ରଏଡ ୟୁଜର ତାହେଲେ ଆପଣଙ୍କୁ ଜଣାଇବାକୁ ଚାହିଁବୁ ଯେ ଗୁଗଲ ‘ନିୟରବାଏ ସେୟାର’ ନାମକ ଏକ ସର୍ଭିସ ଲଞ୍ଚ୍‌ କରିଛି ଯେଉଁଥିରେ ୟୁଜର ଫଟୋ, ଭିଡିଓ ଏବଂ ଅନ୍ୟ ଫାଇଲ୍ସକୁ ସେଣ୍ଡ କରିପାରିବେ। ଏହାଦ୍ୱାରା ଆପକୁ ମଧ୍ୟ ଆପଣ ସେୟାର କରିପାରିବେ।

ଯଦି ଆପଣ ଭାବୁଛନ୍ତି ଗୁଗଲର ଏହି ସର୍ଭିସ କେମିତି କାମ କରିବ ତାହେଲେ ଆମେ ଆପଣଙ୍କୁ ଜଣାଇବାକୁ ଚାହିଁବୁ ଯେ ଆପ୍ପଲ ଏୟାରଡ୍ରପ ଭଳି ‘ନିୟରବାଏ ସେୟାର’ ସର୍ଭିସ ଦୁଇ ୟୁଜରଙ୍କ ଡିଭାଇସ୍‌ ଭିତରେ ଏକ ପେୟାର-ଟୁ-ପେୟାର ଓ୍ଵାଇଫାଇ ନେଟଓ୍ଵାର୍କ ଇନଷ୍ଟଲ କରିବା ପାଇଁ ବ୍ଲୁଟୁଥ୍‌ କନେକସନର ଉପଯୋଗ କରିଥାଏ। ଏହାର ଅର୍ଥ ହେଉଛି ୟୁଜରଙ୍କୁ ଏହି ସର୍ଭିସର ବ୍ୟବହାର କରିବା ପାଇଁ ମୋବାଇଲ ଡାଟା କିମ୍ବା ଓ୍ଵାଇ-ଫାଇର ଆବଶ୍ୟକ ପଡିନଥାଏ। କେବଳ ଟ୍ରାନ୍ସଫର କରିବା ୟୁଜର ଏବଂ ରିସିଭ୍‌ କରିବା ୟୁଜର ଉଭୟଙ୍କୁ ନିଜ ଫୋନର ଓ୍ଵାଇଫାଇ ଏବଂ ବଲ୍‌ୁଟୁଥ୍‌ ଅନ୍‌ ରଖିବାକୁ ହେବ।

ଏହି ସର୍ଭିସକୁ ବ୍ୟବହାର କରିବା ପାଇଁ ସର୍ବପ୍ରଥମେ ନିଜ ସ୍ମାର୍ଟଫୋନରେ ଗୁଗଲ ଜରିଆରେ ‘ଫାଇଲ୍ସ’ ଆପକୁ ଖୋଲନ୍ତୁ, ତଳେ ଦିଆଯାଇଥିବା ଡାହାଣ ପାଖରେ ଏକ ସେୟାର ଆଇକନ୍‌ ଦେଖାଯିବ, ତାହାଉପରେ କ୍ଲିକ କରନ୍ତୁ ଏବଂ ତାପରେ ‘ସେଣ୍ଡ’ କିମ୍ବା ‘ରିସିଭ’ ଅପ୍ସନକୁ ନିଜ ହିସାବରେ ସିଲେକ୍ଟ କରନ୍ତୁ। ଏହିଭଳି ଭାବେ ସହଜରେ ଛୋଟ ରୁ ବଡ ସବୁ ପ୍ରକାର ଫାଇଲ୍କୁ ଆପଣ ଟ୍ରାନ୍ସଫର କରିପାରିବେ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.