କ୍ରୀଡା

କ୍ରିକେଟ ପରେ ଖେତରେ ଚାଷ କରୁଛନ୍ତି ମହେନ୍ଦ୍ର ସିଂହ ଧୋନି, ୪୦ ଟଙ୍କାରେ ବିକ୍ରି ହେଉଛି ଟମାଟୋ

ଭାରତୀୟ କ୍ରିକେଟ ଟିମ୍‌ର ପୂର୍ବ ଅଧିନାୟକ ମହେନ୍ଦ୍ର ସିଂହ ଧୋନି (ମାହି) ଏବେ ଖୁବ୍ ଚର୍ଚ୍ଚାରେ। ମାହି ଅନ୍ତରାଷ୍ଟ୍ରୀୟ କ୍ରିକେଟରୁ ସନ୍ନ୍ୟାସ ନେଲେ ବି ତାଙ୍କ ନାମର ଜଲଓ୍ଵା ଏବେବି ଅପରିବର୍ତ୍ତିତ ଅଛି। କ୍ରିକେଟ ପରେ ଧୋନି ଏବେ ଖେତରେ ଚାଷ କରୁଛନ୍ତି। ତାଙ୍କ ଜନ୍ମସ୍ଥାନ ଝାଡ଼ଖଣ୍ଡର ରାଜଧାନୀ ରାଞ୍ଚିରେ ଧୋନିଙ୍କ ଖେତର ପରିବା ଖୁବ୍ ବିକ୍ରି ହେଉଛି। ଏହି ପରିବାରର ଚର୍ଚ୍ଚା ଏବେ ରାଞ୍ଚି ଠାରୁ ନେଇ ଅନ୍ୟ ରାଜ୍ୟରେ ମଧ୍ୟ ହେଉଛି। ପରିବା ମାର୍କେଟରେ ଯେଉଁ ପରିବାର ଚର୍ଚ୍ଚା ସବୁଠାରୁ ଅଧିକ ହେଉଛି,ତାହା ହେଉଛି ଧୋନିଙ୍କ ଖେତରେ ଚାଷ ହୋଇଥିବା ଟମାଟୋ। ଧୋନି ନିଜର ୪୩ ଏକର ଜମିରେ ଥିବା ଫାର୍ମ ହାଉସରେ ୩ ଏକରରୁ ଅଧିକ ଜମିରେ କେବଳ ଟମାଟୋ ଚାଷ କରିଛନ୍ତି।

ଖେତରେ ଟମାଟୋ ଚାଷ ହେବା ପରେ ତାହାକୁ ଫାର୍ମ ହାଉସରୁ ନେଇ ବଜାରକୁ ପଠାଇ ଦିଆଯାଉଛି। ଭିନ୍ନ କିସମର ଏହି ଟମାଟୋ ବଜାରରେ କିଲୋ ପ୍ରତି ୪୦ ଟଙ୍କାରେ ବିକ୍ରି କରାଯାଉଛି। କେବଳ ଏତିକି ନୁହେଁ ଧୋନିଙ୍କ ଖେତରେ ଟମାଟୋ ବ୍ୟତୀତ ଅନ୍ୟାନ୍ୟ ପରିବା ମଧ୍ୟ ଚାଷ କରାଯାଉଛି। ଆପଣଙ୍କୁ ଜଣାଇବାକୁ ଚାହିଁବୁ ଯେ ଧୋନିଙ୍କ ଖେତରେ ଚାଷ କରାଯାଉଥିବା ଟମାଟୋ ବହୁତ ଖାସ୍ କିସମର ଅଟେ। କୁହାଯାଉଛି ଯେ ମାର୍କେଟରେ ଏହି ଟମାଟୋର ଡିମାଣ୍ଡ ବହୁତ ଅଧିକ।

ମହେନ୍ଦ୍ର ସିଂହ ଧୋନି ଚଳିତ ବର୍ଷ ଆନ୍ତର୍ଜାତିକ କ୍ରିକେଟରୁ ସନ୍ୟାସ ଘୋଷଣା କରିଛନ୍ତି। ତା’ପରେ ଚଳିତ ବର୍ଷ ଆଇପିଏଲରେ ବି ସେ ସିଏସକେର କ୍ୟାପଟେନ୍ ରହିଥିଲେ। କିନ୍ତୁ ଆଇପିଏଲରେ ତାଙ୍କ ପ୍ରଦର୍ଶନ କିଛି ଖାସ୍ ନଥିଲା। ଯେଉଁ କାରଣରୁ ଲୋକଙ୍କର ଆଲୋଚନାର ଶିକାର ହୋଇଥିଲେ ଧୋନି।

Pritiparna

Recent Posts

ଅଣସର ଘରେ ମହାପ୍ରଭୁ, ଆଜିଠୁ ଅଲାରନାଥ ଦର୍ଶନ

ବ୍ରହ୍ମଗିରି (କେନ୍ୟୁଜ): ଆଜି ଠାରୁ ମହାପ୍ରଭୁ ଅଲାରନାଥଙ୍କ ଅଣସର ଦର୍ଶନ । ଚଳିତ ବର୍ଷ ୧୩ଦିନ ଧରି ଚାଲିବ ଏହି…

8 mins ago

ନିଟ୍ ପ୍ରଶ୍ନପତ୍ର ଲିକ୍ ବିବାଦ ମାମଲାରେ ବଡ଼ ଘୋଷଣା, CBIକୁ ତଦନ୍ତ ଭାର ହସ୍ତାନ୍ତର

ନୂଆଦିଲ୍ଲୀ : ଥମୁନି ନିଟ୍ ବିବାଦ । ନିଟ୍ ପ୍ରଶ୍ନପତ୍ର ଲିକ୍ ବିବାଦ ମାମଲାରେ କେନ୍ଦ୍ର ସରକାରଙ୍କ ବଡ଼ ଘୋଷଣା…

8 mins ago

ଆଜିର ରାଶିଫଳ : ଆଜି ଏହି ରାଶିର ଲୋକଙ୍କୁ କିଛି ନୂଆ କାର୍ଯ୍ୟ କରିବାକୁ ମିଳିବ, ବନ୍ଧୁଙ୍କ ସହ ଖୁସିର ସମୟ କାଟିବେ

ମେଷ: ଆଜି ଆପଣଙ୍କ ପାଇଁ ଦିନଟି ମିଶ୍ରିତ ରୂପେ ଲାଭଦାୟକ ରହିବ । ପାରିବାରିକ ସମ୍ପର୍କ ମଧୁର ହେବ ।…

7 hours ago

ସମ୍ଭାବ୍ୟ ବନ୍ୟା ପରିଚାଳନାର ପ୍ରସ୍ତୁତି ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀଙ୍କ ମୌସୁମୀ ଋତୁରେ ସମ୍ଭାବ୍ୟ ବନ୍ୟା ପରିଚାଳନାର ପ୍ରସ୍ତୁତି ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ। ଜଳସମ୍ପଦ ବିଭାଗର ବରିଷ୍ଠ…

8 hours ago

ଶିକ୍ଷା ମନ୍ତ୍ରୀଙ୍କ ଅଚାନକ ବିଦ୍ୟାଳୟ ପରିଦର୍ଶନ, ବିଭିନ୍ନ ସମସ୍ୟା ପଚାରି ବୁଝିଲେ

ଉମରକୋଟ: ଶିକ୍ଷା ମନ୍ତ୍ରୀଙ୍କ ଅଚାନକ ବିଦ୍ୟାଳୟ ପରିଦର୍ଶନ । ନବରଙ୍ଗପୁର ଜିଲ୍ଲା ଉମରକୋଟ ସ୍ଥିତ ସରକାରୀ ପ୍ରାଥମିକ ବିଦ୍ୟାଳୟ ଡାଙ୍ଗରୀଗୁଡାକୁ…

9 hours ago

କିଟ୍‍ ଓ କିସ୍‍ ପ୍ରତିଷ୍ଠାତା ଡ. ଅଚ୍ୟୁତ ସାମନ୍ତଙ୍କୁ ଆଇଏସଟିଇ ଜୀବନବ୍ୟାପୀ ସାଧନା ପୁରସ୍କାର

ଭୁବନେଶ୍ୱର : କିଟ୍‍ ଓ କିସ୍‍ ପ୍ରତିଷ୍ଠାତା ଡ. ଅଚ୍ୟୁତ ସାମନ୍ତଙ୍କୁ ଆଇଏସଟିଇ ଜୀବନବ୍ୟାପୀ ସାଧନା ପୁରସ୍କାର ପ୍ରଦାନ କରାଯାଇଛି।…

10 hours ago