କ୍ରିକେଟ ପରେ ଖେତରେ ଚାଷ କରୁଛନ୍ତି ମହେନ୍ଦ୍ର ସିଂହ ଧୋନି, ୪୦ ଟଙ୍କାରେ ବିକ୍ରି ହେଉଛି ଟମାଟୋ

ଭାରତୀୟ କ୍ରିକେଟ ଟିମ୍‌ର ପୂର୍ବ ଅଧିନାୟକ ମହେନ୍ଦ୍ର ସିଂହ ଧୋନି (ମାହି) ଏବେ ଖୁବ୍ ଚର୍ଚ୍ଚାରେ। ମାହି ଅନ୍ତରାଷ୍ଟ୍ରୀୟ କ୍ରିକେଟରୁ ସନ୍ନ୍ୟାସ ନେଲେ ବି ତାଙ୍କ ନାମର ଜଲଓ୍ଵା ଏବେବି ଅପରିବର୍ତ୍ତିତ ଅଛି। କ୍ରିକେଟ ପରେ ଧୋନି ଏବେ ଖେତରେ ଚାଷ କରୁଛନ୍ତି। ତାଙ୍କ ଜନ୍ମସ୍ଥାନ ଝାଡ଼ଖଣ୍ଡର ରାଜଧାନୀ ରାଞ୍ଚିରେ ଧୋନିଙ୍କ ଖେତର ପରିବା ଖୁବ୍ ବିକ୍ରି ହେଉଛି। ଏହି ପରିବାରର ଚର୍ଚ୍ଚା ଏବେ ରାଞ୍ଚି ଠାରୁ ନେଇ ଅନ୍ୟ ରାଜ୍ୟରେ ମଧ୍ୟ ହେଉଛି। ପରିବା ମାର୍କେଟରେ ଯେଉଁ ପରିବାର ଚର୍ଚ୍ଚା ସବୁଠାରୁ ଅଧିକ ହେଉଛି,ତାହା ହେଉଛି ଧୋନିଙ୍କ ଖେତରେ ଚାଷ ହୋଇଥିବା ଟମାଟୋ। ଧୋନି ନିଜର ୪୩ ଏକର ଜମିରେ ଥିବା ଫାର୍ମ ହାଉସରେ ୩ ଏକରରୁ ଅଧିକ ଜମିରେ କେବଳ ଟମାଟୋ ଚାଷ କରିଛନ୍ତି।

dhoniଖେତରେ ଟମାଟୋ ଚାଷ ହେବା ପରେ ତାହାକୁ ଫାର୍ମ ହାଉସରୁ ନେଇ ବଜାରକୁ ପଠାଇ ଦିଆଯାଉଛି। ଭିନ୍ନ କିସମର ଏହି ଟମାଟୋ ବଜାରରେ କିଲୋ ପ୍ରତି ୪୦ ଟଙ୍କାରେ ବିକ୍ରି କରାଯାଉଛି। କେବଳ ଏତିକି ନୁହେଁ ଧୋନିଙ୍କ ଖେତରେ ଟମାଟୋ ବ୍ୟତୀତ ଅନ୍ୟାନ୍ୟ ପରିବା ମଧ୍ୟ ଚାଷ କରାଯାଉଛି। ଆପଣଙ୍କୁ ଜଣାଇବାକୁ ଚାହିଁବୁ ଯେ ଧୋନିଙ୍କ ଖେତରେ ଚାଷ କରାଯାଉଥିବା ଟମାଟୋ ବହୁତ ଖାସ୍ କିସମର ଅଟେ। କୁହାଯାଉଛି ଯେ ମାର୍କେଟରେ ଏହି ଟମାଟୋର ଡିମାଣ୍ଡ ବହୁତ ଅଧିକ।

tomatoମହେନ୍ଦ୍ର ସିଂହ ଧୋନି ଚଳିତ ବର୍ଷ ଆନ୍ତର୍ଜାତିକ କ୍ରିକେଟରୁ ସନ୍ୟାସ ଘୋଷଣା କରିଛନ୍ତି। ତା’ପରେ ଚଳିତ ବର୍ଷ ଆଇପିଏଲରେ ବି ସେ ସିଏସକେର କ୍ୟାପଟେନ୍ ରହିଥିଲେ। କିନ୍ତୁ ଆଇପିଏଲରେ ତାଙ୍କ ପ୍ରଦର୍ଶନ କିଛି ଖାସ୍ ନଥିଲା। ଯେଉଁ କାରଣରୁ ଲୋକଙ୍କର ଆଲୋଚନାର ଶିକାର ହୋଇଥିଲେ ଧୋନି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.