Below header

ଅତିରିକ୍ତ ପିସିସିଏଫଙ୍କ ବିଳାସ ବ୍ୟସନର ଆଉ ଏକ ପ୍ରମାଣ, ୬୦ ଲକ୍ଷ ଟଙ୍କାର ଗଜଦନ୍ତ ପଲଙ୍କରେ ସୁଖନିଦ୍ରା ଯାଉଥିଲେ ଅଭୟକାନ୍ତ ପାଠକ

କେନ୍ୟୁଜ୍(ବ୍ୟୁରୋ):  ଅତିରିକ୍ତ ପିସିସିଏଫ ଅଭୟକାନ୍ତ ପାଠକଙ୍କ ବିଳାସପୂର୍ଣ୍ଣ ଜୀବନ ଶୈଳୀ । ହାତୀ ଦାନ୍ତରେ ତିଆରି ପଲଙ୍କରେ ଶୋଉଥିଲେ । ଘାଟିକିଆ ବିପୁଲ ଗାର୍ଡେନରେ ଥିବା ଫ୍ଲାଟରେ ୬୦ ଲକ୍ଷ ଟଙ୍କା ପଲଙ୍କ ଠାବ କରିଛି ଭିଜିଲାନ୍ସ । ଏହି ପଲଙ୍କରେ ହାତୀ ଦାନ୍ତ ଲାଗିଛି । ସେହିପରି ଘର ଭିତରୁ ହରିଣ ଶିଙ୍ଗ ଜବତ କରାଯାଇଛି । ଫ୍ଲାଟରେ ଇଟାଲୀଆନ୍‌ ମାର୍ବଲ ଲାଗିଛି । ଯାହାର ଗୋଟିଏ ବର୍ଗଫୁଟର ମୂଲ୍ୟ ଏକ ହାଜର ଟଙ୍କାରୁ ଅଧିକ ହେବ ବୋଲି କୁହାଯାଉଛି । ଏହା ସହ ତାଙ୍କ ଘରୁ ଏକ ଏୟାର ଗନ ମଧ୍ୟ ମିଳିଛି।

ପ୍ରାୟ ୩୦ ଘଣ୍ଟା ହେବ ରେଡ୍‌ କରୁଛି ଭିଜିଲାନ୍ସ । ଅଭୟକାନ୍ତଙ୍କ ସରକାରୀ ବାସଭବନରୁ ମିଳିଛି ୧୦ ଲକ୍ଷ ଟଙ୍କା । ଜବତ ହେଲାଣି ଅଧକେଜି ସୁନା । ବିମାନ ଟିକେଟ୍‌ ମଧ୍ୟ ଜବତ କରିଛି ଭିଜିଲାନ୍ସ । ଭିଜିଲାନ୍ସ ଏସ୍‌ପି ତାଙ୍କ ବୟାନ ରେକର୍ଡ କରୁଛନ୍ତି । ମୁମ୍ବାଇରେ ଥିବା ପୁଅ ଆକାଶ ପାଠକଙ୍କୁ ଭୁବନେଶ୍ୱର ଅଣାଯାଉଛି । ଆଜି ଭୁବନେଶ୍ୱର ପାଠକ ଡେଣ୍ଟାଲ କ୍ଲିନିକ୍‌ରେ ଭିଜିଲାନ୍ସ ରେଡ୍‌ କରିଛି । ବରମୁଣ୍ଡା ହାଉସିଂ ବୋର୍ଡ କଲୋନୀରେ ରହିଛି ଅଭୟଙ୍କ ପୁତୁରାଙ୍କ ଏହି କ୍ଲିନିକ । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଏହି ରେଡ କରାଯାଉଛି । ୧୯୮୭ ବ୍ୟାଚର ଆଇଏଫଏସ ଅଫିସର ହେଉଛନ୍ତି ଅଭୟ ପାଠକ । ଭୁବନେଶ୍ୱର ସ୍ୱତନ୍ତ୍ର ଭିଜିଲାନ୍ସ କୋର୍ଟଙ୍କ ଓ୍ଵାରେଣ୍ଟ ବଳରେ ଚଢ଼ାଉ ଜାରି ରହିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.