Below header

ଭଗବାନ ଶିବଙ୍କ ଏହି ମନ୍ଦିରରେ ପଢ଼ାଯାଇଥାଏ ନମାଜ, ଜାଣନ୍ତୁ କ’ଣ ରହିଛି କିମ୍ବଦନ୍ତୀ

ପ୍ରାଚୀନ କାଳରୁ ହିଁ ଶିବ ମନ୍ଦିର ହିନ୍ଦୁମାନଙ୍କର ଆସ୍ଥାର ପ୍ରମୁଖ କେନ୍ଦ୍ର ଭାବେ ଜଣାଯାଉଛି। ଦୁନିଆସାରା ରହିଥିବା ସମସ୍ତ ହିନ୍ଦୁ ସମ୍ପୂର୍ଣ୍ଣ ଆସ୍ଥା ଏବଂ ବିଶ୍ୱାସର ସହ ଭଗବାନ ଶିବଙ୍କ ପୂଜାର୍ଚ୍ଚନା କରିଥାନ୍ତି। କିନ୍ତୁ କେବେ ଆପଣ ଶୁଣିଛନ୍ତି କି, ଶିବ ମନ୍ଦିରରେ ମୁସଲିମମାନେ ନମାଜ ପାଠ କରିବାର? ଭାରତରେ ଏମିତି ଏକ ଶିବ ମନ୍ଦିର ରହିଛି, ଯେଉଁଠି ହିନ୍ଦୁମାନେ ଭଗବାନ ଶିବଙ୍କଠାରେ ଜଳାଭିଷେକ କରିଥାନ୍ତି ଏବଂ ମୁସଲିମମାନେ ନମାଜ ପଢ଼ିଥାନ୍ତି।

ff

ଏହି ମନ୍ଦିରର ନାଁ ‘ଝାଡଖଣ୍ଡି ମହାଦେବ’। ଉତ୍ତର ପ୍ରଦେଶର ଗୋରଖପୁର ଜିଲ୍ଲାଠାରୁ କିଛି ଦୂରରେ ରହିଛି ସରୟା ତିୱାରୀ ନାମକ ଗାଁ। ଏହି ଗାଁରେ ହିଁ ରହିଛି ଶିବଙ୍କ ପ୍ରାଚୀନ ମନ୍ଦିର। ତେବେ ଏଭଳି ଏକ ଖାସ ଏବଂ ନିଆରା ପରମ୍ପରା ପଛରେ ଏକ କିମ୍ବଦନ୍ତୀ ରହିଛି। କିମ୍ବଦନ୍ତୀ ଅନୁସାରେ ଶିବଲିଙ୍ଗଙ୍କ ମହିମା ଶୁଣି ମେହମୁଦ ଗଜନବୀ ନାମକ ବ୍ୟକ୍ତି ଏହାକୁ ଭାଙ୍ଗିବା ପାଇଁ ବହୁତ ଚେଷ୍ଟା କରିଥିଲେ। ନିଜର ପୂରା ବଳ ଲଗାଇଥିଲେ ମଧ୍ୟ ସେ ଶିବଲିଙ୍ଗକୁ ଭାଙ୍ଗିପାରି ନ ଥିଲେ।

tt

ଶିବଲିଙ୍ଗ ଭାଙ୍ଗି ନ ପାରିବାରୁ ମେହମୁଦ ଏହା ଉପରେ କୋରାନର ଏକ ଭାଗ ଲେଖି ଦେଇଥିଲେ, ଯେପରି ଶିବଲିଙ୍ଗର ପ୍ରସିଦ୍ଧି କମ ହୋଇଯିବ ଏବଂ ହିନ୍ଦୁମାନେ ଏହାକୁ ପୂଜା କରିବା ବନ୍ଦ କରିଦେବେ। ହେଲେ ମେହମୁଦ କଲମା ଖୋଦେଇ କରିବା ପରେ ଏହି ଶିବଲିଙ୍ଗର ପ୍ରସିଦ୍ଧି ଆହୁରି ବଢ଼ିଯାଇଥିଲା। ଧୀରେ ଧୀରେ ଏହା ଉଭୟ ହିନ୍ଦୁ ଏବଂ ମୁସଲମାନମାନଙ୍କର ଆସ୍ଥା କେନ୍ଦ୍ର ବନିଯାଇଥିଲା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.