ପରୀ ଅପହରଣ ଓ ହତ୍ୟା ଘଟଣାରେ ଯିଏ ବି ଜଡ଼ିତ ତା ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ହେଉ: ଅରୁଣ ସାହୁ

କେନ୍ୟୁଜ୍(ବ୍ୟୁରୋ):   ନୟାଗଡ଼ର ନାବାଳିକା ପରୀ ଅପହରଣ ଓ ହତ୍ୟା ମାମଲାକୁ ନେଇ କମ୍ପିଲା ବିଧାନସଭା । ବିରୋଧୀଙ୍କ ହଙ୍ଗାମା ଯୋଗୁ ଚାଲିପାରିଲାନି ଗୃହ । ନିରବତା ଭାଙ୍ଗି ମୁହଁ ଗୃହରେ ଖୋଲିଲେ ମନ୍ତ୍ରୀ ଅରୁଣ ସାହୁ। କହିଛନ୍ତି, ଘଟଣାକୁ ନେଇ ସେ ଦୁଃଖିତ ଓ ମର୍ମାହତ । ପରୀ ନ୍ୟାୟ ପାଉ, ସତ୍ୟର ଉନ୍ମୋଚନ ହେଉ। ଘଟଣାରେ ଯିଏ ବି ଜଡ଼ିତ ତା ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ହେଉ । କିନ୍ତୁ ଏହାକୁ ନେଇ ଅଯଥା ରାଜନୀତି କରାନଯାଉ । ଗୃହରେ କୃଷି ମନ୍ତ୍ରୀ ଅରୁଣ ସାହୁ ଏ ବିବୃତ୍ତି ରଖିବା ପରେ ମଧ୍ୟ ବିରୋଧୀ ପଛକୁ ହଟିନାହାନ୍ତି। ବିରୋଧୀ ହଟ୍ଟଗୋଳ କରିବାରୁ ଗୃହକୁ ଆସନ୍ତାକାଲି ଯାଏ ମୁଲତବୀ ରଖିଛନ୍ତି ବାଚସ୍ପତି ।

ବିଧାନସଭାର ପୂର୍ବାହ୍ଣ ଅଧିବେଶନ ଆରମ୍ଭ ହେବା ମାତ୍ରେ ପରୀ ହତ୍ୟା ମାମଲାରେ ଉଭୟ ବିଜେପି ଓ କଂଗ୍ରେସ ବିଧାୟକ ଗୃହରେ ହଟ୍ଟଗୋଳ କରିଥିଲେ । ବିଜେପି କହିଛି, କୃଷି ମନ୍ତ୍ରୀକୁ ବହିଷ୍କାର କରାନଯିବା ଯାଏଁ ବିରୋଧ ଜାରି ରହିବ। ହାଇକୋର୍ଟ ବିଚାରପତିଙ୍କ ଦ୍ୱାରା ଏସ୍‌ଆଇଟି ଗଠନ କରି ତଦନ୍ତ କରାଯାଉ । ସେହିପରି ମନ୍ତ୍ରୀ ଅରୁଣ ସାହୁ ଇସ୍ତଫା ନଦେବା ପର୍ଯ୍ୟନ୍ତ ଗୃହକୁ ଚଲାଇ ଦିଆଯିବ ନାହିଁ ବୋଲି କଂଗ୍ରେସ କହିଛି । ସେପଟେ ପରୀ ହତ୍ୟା ମାମଲାର ତଦନ୍ତ କରିବ କ୍ରାଇମବ୍ରାଞ୍ଚ । ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର ଗତକାଲି ବିଧାନସଭାରେ ଏ ଘୋଷଣା କରିଥିଲେ। କିନ୍ତୁ ଏହାସତ୍ୱେ ବିରୋଧୀଙ୍କ ବିରୋଧ ପଛରେ ରାଜନୀତି ଉଦ୍ଦେଶ୍ୟ ରହିଛି ବୋଲି ବିଜେଡି କହିଛି।

ନୟାଗଡ଼ ଯଦୁପୁରରେ ଅଶୋକ କୁମାର ସାହୁ ତାଙ୍କ ୫ ବର୍ଷର ଝିଅ ପରୀ ଅପହରଣ ନେଇ ଗତ ଜୁଲାଇ ୧୪ ତାରିଖରେ ସଦର ଥାନାରେ ଏତଲା ଦେଇଥିଲେ । ଜୁଲାଇ ୨୩ରେ ତାଙ୍କ ଘର ପଛପଟୁ ପରୀର ଗଳିତ ମୃତଦେହ ଉଦ୍ଧାର ହୋଇଥିଲା । ଏହାପରେ ଦଫା ୩୬୩, ୩୬୪, ୩୦୨ ଓ ୨୦୧ରେ ମାମଲା ରୁଜୁ ହୋଇଥିଲା । ଏହି ମାମଲାରେ ୩୪ ଜଣ ସନ୍ଦିଗ୍ଧଙ୍କୁ ପଚରାଉଚରା କରାଯାଇଥିବା ବେଳେ ୪ ଜଣଙ୍କର ହୋଇଛି ପଲିଗ୍ରାଫ ଟେଷ୍ଟ । ହେଲେ ଜଣେ ବି ଅଭିଯୁକ୍ତଙ୍କୁ ଗିରଫ କରାଯାଇପାରିନାହିଁ । ମୁଖ୍ୟ ଅଭିଯୁକ୍ତ ବାବୁଲି ନାୟକକୁ ମନ୍ତ୍ରୀ ଅରୁଣ ସାହୁଙ୍କ ଚାପରେ ପୋଲିସ ଗିରଫ କରୁନଥିବା ଅଭିଯୋଗ ହୋଇଛି

Leave A Reply

Your email address will not be published.