କ୍ରୀଡା

ରିଓ ଅଲିମ୍ପିକ୍ସ ସମୟରେ ପୋଡ଼ିୟମ ଉପରେ ହିଁ କାନ୍ଦି ପକାଇଥିଲେ ମୀରା ବାଇ ଚାନୁ

କଥାରେ ଅଛି ସଫଳତାର କୌଣସି ସର୍ଟ କଟ ନଥାଏ । ବିଭିନ୍ନ କଠିନ ପରିସ୍ଥିତି ଦେଇ ଗତି କରିବା ପରେ ସଫଳତା ମିଳିବା ପରର ମୁହୂର୍ତ୍ତର ଅନୁଭବ କିଛିଟା ଭିନ୍ନ ।  ବିଫଳତା କୁ ନିଜର ସବୁଠୁ ବଡ ଅସ୍ତ୍ର କରି ସଫଳତା ହାସଲ କରିବା ଖୁବ ଜଣଙ୍କ ଠାରେ ଦେଖିବାକୁ ମିଳିଥାଏ ।  ଆଉ ସେହିମାନେ ହିଁ ଇତିହାସ ଫର୍ଦରେ ନିଜ ନାଁକୁ ଯୋଡି ପାରନ୍ତି । ସେମିତି ହିଁ ଜଣେ ହେଉଛନ୍ତି ମୀରା ବାଈ ଚାନୁ ।  ଯାହାଙ୍କର ପରିଚୟ ଦେବା ଦରକାର ନାହିଁ । ଆଜି ଟୋକିଓ ମାଟିରେ ନିଜ ଅନ୍ତିମ ପର୍ଯ୍ୟାୟ ଦେଇ ମୀରା ଗତି କରୁଥିବା ବେଳେ ପୁରା ଭାରତର ନଜର ତାଙ୍କ ଉପରେ ଥିଲା । ଆଉ ଶେଷରେ ୪୯ କିଲୋଗ୍ରାମ କାଟାଗୋରୀରେ ରୌପ୍ୟ ପଦକ ଜିତି ଟୋକିଓ ଅଲିମ୍ପିକ୍ସରେ ଭାରତ ପାଇଁ ପ୍ରଥମ ପଦକ ଆଣିଲେ ମୀରା ।  ମୀରାଙ୍କ ଏହି ଯାତ୍ରା ଏତେଟା ସହଜ ନଥିଲା ।  ୨୦୧୬ ରିଓ ଅଲିମ୍ପିକ୍ସ ସମୟରେ ମୀରା ଅନେକ ବାର ବିଫଳତାର ସାମ୍ନା କରିଥିଲେ । ଆଉ ଏହା ପରେ ସମ୍ପୂର୍ଣ୍ଣ ରୂପେ ଭାଙ୍ଗି ପଡ଼ିଥିଲେ ସେ ।

 

ସେସମୟରେ ତାଙ୍କୁ ଏମିତି ଲାଗୁଥିଲା ଯେମିତି ସବୁକିଛି ମୁହୂର୍ତ୍ତକ ମଧ୍ୟରେ ସରିଯାଇଛି । ପୋଡ଼ିୟମ ଭିତରେ ଯେମିତି ତାଙ୍କ ପାଦ ଦୁଇଟି ଥରୁଥିଲା ।  ଆଉ ଆଖିରୁ ଲୁହ ଝରି ପଡୁଥିଲା ।  ଚାନୁଙ୍କ କ୍ୟାରିୟରର ପ୍ରଥମ ଅଲିମ୍ପିକ୍ସ ଥିଲା ରିଓ ଅଲିମ୍ପିକ୍ସ ।  ସେସମୟରେ ଚାନୁ ଭାଙ୍ଗି ପଡିଥିବା ବେଳେ ତାଙ୍କ ମନୋବଳ ବଢ଼ାଇ ଥିଲେ ଚାନୁଙ୍କ କୋଚ ସୋ ଲଗାକର ।  ଚାନୁ ଆହୁରି ମଧ୍ୟ କହିଛନ୍ତିକି ସେ ସମୟରେ ତାଙ୍କୁ ଏକ ବଡ ଝଟକା ଲାଗିଥିଲା ।  ବିଫଳତାର ସେହି ଛବି ବାରମ୍ବାର ତାଙ୍କ ସାମ୍ନାକୁ ଆସିଯାଉଥିଲା । ପ୍ରତିଟି ପ୍ରୟାସରେ ନିଜର ୧୦୦ ପ୍ରତିଶତ ଦେବାକୁ ଚେଷ୍ଟା କରିଥିଲେ ମଧ୍ୟ ତାଙ୍କୁ କୌଣସି ପ୍ରକାର ସଫଳତା ମିଳିପାରିନଥିଲା ।  ଆଉ ସେହି ପୋଡ଼ିୟମ ଉପରେ ହିଁ କାନ୍ଦି ପକାଇଥିଲେ ଚାନୁ । ନିଜର ଶହେ ପ୍ରତିଶତ ଦେଇ ସୁଦ୍ଧା ଅସଫଳତା ମିଳିବା ଖୁବ କଷ୍ଟ ବୋଲି କହନ୍ତି ମୀରା । କିନ୍ତୁ ମଣିପୁର ଝିଅ ମୀରା ନିଜ ଆଖିର ଲୁହକୁ ହିଁ ନିଜର ସବୁଠୁ ବଳ ଭାବରେ ସାଉଁଟି ଥିଲେ । ଆଉ ନିଜକୁ ଟୋକିଓ ଅଲିମ୍ପିକ୍ସ ପାଇଁ ପ୍ରସ୍ତୁତ କରିଥିଲେ । ନିଜ ଖେଳ ତରିକାରେ କିଛିଟା ପରିବର୍ତ୍ତନ ଆଣିଲେ ।  କେହି ବି ବିଶ୍ୱସ କରିପାରୁନଥିଲେ ଦିନେ ମୀରା ଇତିହାସ ସୃଷ୍ଟି କରିବେ ।  ରିଓ ମାଟିରେ ଯାହାର ଆଖିରୁ ଧାର ଧାର ଲୁହ ବୋହିଥିଲା ସେ ଟୋକିଓରେ ରୌପ୍ୟ ବିଜୟିନୀ ହେବେ ।

 

KNews Bureau

Recent Posts

ବାଲେଶ୍ଵରରେ ହଟିଲା ଦିନ କର୍ଫ୍ୟୁ, ରାତି କର୍ଫ୍ୟୁ ବଳବତ୍ତର

ବାଲେଶ୍ଵର: ହଟିଲା ଦିନ କର୍ଫ୍ୟୁ, ରାତି କର୍ଫ୍ୟୁ ବଳବତ୍ତର । ବାଲେଶ୍ଵରରେ ଆଜିଠୁ ରାତ୍ରିକାଳୀନ କର୍ଫ୍ୟୁ । ରାତି ୯ଟାରୁ…

11 mins ago

ଆଜିଠୁ ୪ଦିନ ଯାଏ ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା

ଭୁବନେଶ୍ୱର: ଆଜିଠୁ ୪ଦିନ ଯାଏ ବର୍ଷା । ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ସମ୍ଭାବନା ରହିଛି । ବଙ୍ଗୋପସାଗରରେ…

56 mins ago

ଆଜି ଲୋକସଭା ବାଚସ୍ପତି ନିର୍ବାଚନ, ଦିନ ୧୧ଟାରେ ଭୋଟିଂ

ନୂଆଦିଲ୍ଲୀ: ଆଜି ଲୋକସଭା ବାଚସ୍ପତି ନିର୍ବାଚନ । ସ୍ଵାଧୀନତା ପରେ ପ୍ରଥମ ଥର ପାଇଁ ଲୋକସଭା ବାଚିସ୍ପତି ପଦବୀ ପାଇଁ…

1 hour ago

ଆଜିର ରାଶିଫଳ: ବିଦ୍ୟାର୍ଥୀଙ୍କ ପାଇଁ ଦିନଟି ଶୁଭ, ଛାତ୍ରଛାତ୍ରୀ ପାଠପଢ଼ାରେ ପରିବର୍ତ୍ତନ ଆଣିବେ

ମେଷ: ଶୁଭ ସମାଚାର ମିଳିପାରେ । ଛାତ୍ରଛାତ୍ରୀମାନେ ପଢାପଢିରେ ପରିବର୍ତ୍ତନ ଆଣିବେ । ଅଫିସ୍ କାର୍ଯ୍ୟରେ ବିଳମ୍ବ ହେବ ।…

9 hours ago

ନାବାଳିକା ବଧୂ ହତ୍ୟା ମାମଲାରେ ପାଞ୍ଚ ଜଣଙ୍କୁ ଗିରଫ କଲା ପୋଲିସ

ବ୍ରହ୍ମପୁର : ଦିଗପହଣ୍ଡି ଥାନା ଭୀଷ୍ମଗିରୀରେ ନାବାଳିକା ବଧୂ ହତ୍ୟା ମାମଲାରେ ପାଞ୍ଚ ଜଣଙ୍କୁ ଗିରଫ କଲା ପୋଲିସ ।…

10 hours ago

ରୋଗୀଙ୍କୁ ଉତ୍ତମ ବ୍ୟବହାର ସହ ମାନବିକାତ ଦେଖାଅ, ମୁନ୍ନା ଭାଇ ଏମବିବିଏସ ସିନେମାର ଉପାଖ୍ୟାନ ଦେଲେ ସ୍ବାସ୍ଥ୍ୟମନ୍ତ୍ରୀ

ରୋଗୀଙ୍କୁ ଉତ୍ତମ ବ୍ୟବହାର ସହ ମାନବିକାତ ଦେଖାଅ। ମୁନ୍ନା ଭାଇ ଏମବିବିଏସ ସିନେମାର ଉପାଖ୍ୟାନ କହି, ଡାକ୍ତରମାନଙ୍କୁ ଏହି ଉପଦେଶ…

10 hours ago