କ୍ରୀଡା

ମନର ଯନ୍ତ୍ରଣା ସେୟାର କଲେ ମୋହିତ ଶର୍ମା, ଆଇପିଏଲ ସରିବା ପରେ ରାତି ସାରା ଚିନ୍ତାରେ ଶୋଇପାରିନଥିଲି

ଆଇପିଏଲ୍‌୨୦୨୩ର ଫାଇନାଲ ମ୍ୟାଚ୍‌ ରୋମାଞ୍ଚ ଭରା ରହିଥିଲା । ଫାଇନାଲ ମ୍ୟାଚ୍‌ ପାଇଁ ଫ୍ୟାନ୍ସ ଯେମିତି ରୋମାଞ୍ଚିତ ହୋଇ ରହିଥିଲେ, ସେଭଳି ମ୍ୟାଚ୍‌ ହୋଇଥିଲା । ଶେଷ ଦୁଇ ବଲରେ ସଂପୂର୍ଣ୍ଣ ମ୍ୟାଚର ଭାଗ୍ୟ ପରିବର୍ତ୍ତନ ହୋଇଯାଇଥିଲା । ରବୀନ୍ଦ୍ର ଜାଡେଜାଙ୍କ ଛକା ଏବଂ ଚଉକା ଗୁଜରାଟ ଟାଇଟନ୍ସ ଠାରୁ ବିଜୟ ଚଢାଇ ଆଣିଥିଲା । ଗୁଜରାଟ ଟାଇଟନ୍ସର ଶେଷ ଓଭର ବୋଲର ମୋହିତ ଶର୍ମା ବୋଲିଂ କରୁଥିଲେ । ଆଉ ମ୍ୟାଚ ସରିବା ପରେ ରାତି ସାରା ଶୋଇପାରିନଥିଲେ ମୋହିତ ।

ଚେନ୍ନାଇ ଏବଂ ଗୁଜରାଟ ମଧ୍ୟରେ ଚାଲିଥିବା ଫାଇନାଲ ମ୍ୟାଚର ଶେଷ ଓଭର ଗୁଜରାଟ ବୋଲର ମୋହିତ ଶର୍ମା ପକାଇଥିଲେ । ଆଉ ଚେନ୍ନାଇ ଜିତିବା ପରେ ଶେଷ ଓଭର ବୋଲିଂ କରିଥିବା ମୋହିତ ନିଜର ଅନୁଭୂତି ସେୟାର କରିଛନ୍ତି । ସେ କହିଛନ୍ତି, ‘ ମୁଁ ସେ ରାତିରେ ଶୋଇପାରିନଥିଲି । କେମିତି ବୋଲିଂ କରିଥିଲେ ଆମେ ମ୍ୟାଚ ଜିତିପାରିଥାନ୍ତୁ, ସେ ବିଷୟରେ ରାତି ସାରା ଭାବୁଥିଲି । ମୋତେ ବହୁତ କଷ୍ଟ ଲାଗିଲା । କିନ୍ତୁ ସବୁକିଛି ଭୁଲି ଆଗକୁ ବଢିବାକୁ ଚେଷ୍ଟା କରୁଛି ।

ମୋହିତ ଶର୍ମାଙ୍କ ଶେଷ ବୋଲର ରବୀନ୍ଦ୍ର ଜାଡେଜା ଚଉକା ମାରି ଚେନ୍ନାଇଙ୍କୁ ଟ୍ରଫି ଜିତାଇଥିଲେ । ଏହାକୁ ନେଇ ମୋହିତ କହିଛନ୍ତି, ଜାଡେଜା ଯେଉଁ ବଲ୍‌ରେ ଚଉକା ମାରିଥିଲେ, ସେ ବଲ୍‌ ୟର୍କର ପକାଇବାକୁ ଶତ ପ୍ରତିଶତ ଚେଷ୍ଟା କରିଥିଲି । କିନ୍ତୁ ଏମିତି ହେଲାନି । ବଲ୍‌ ଯେଉଁଠି ପଡିବା କଥା ପଡିଲା ନାହିଁ ଆଉ ଜାଡେଜା ଏହାର ଫାଇଦା ଉଠାଇଥିଲେ ।

ସୂଚନାଯୋଗ୍ୟ, ଆଇପିଏଲ୍‌ ୨୦୨୩ ଫାଇନାଲ ମ୍ୟାଚରେ ଚେନ୍ନାଇ ସୁପର କିଙ୍ଗସ ୫ମ ଟାଇଟଲ ବାଜି ମାରିନେଇଥିଲା । ଶେଷ ଓଭରେ ୧୩ ରନ୍‌ ଦରକାର ଥିବା ବେଳେ ଗୁଜରାଟ ଟାଇଟନ୍ସ ବୋଲର ମୋହିତ ଶର୍ମା ପ୍ରଥମ ୪ଟି ବଲ ୟର୍କର ପକାଇ ମାତ୍ର ୩ ରନ୍‌ ଦେଇଥିଲେ। ଆଉ ଶେଷ ଦୁଇ ବଲରେ ୧୦ ରନ୍‌ ଦରକାର ଥିଲା । ୫ମ ବଲରେ ଜାଡେଜା ଛକା ଏବଂ ୬ଷ୍ଠ ବଲରେ ଚଉକା ମାରି ଚେନ୍ନାଇକୁ ଟାଇଟଲ ଜିତାଇଥିଲେ ।

Swagatika

Recent Posts

ବିବାହ ବନ୍ଧନରେ ବାନ୍ଧି ହେଲେ ସୋନାକ୍ଷୀ ଓ ଜାହିର, ଟ୍ରୋଲ କରୁଥିବା ଟ୍ରୋଲ୍‌ରଙ୍କୁ କଡ଼ା ଜବାବ ଦେଲେ ଶତ୍ରୁଘ୍ନ ସିହ୍ନା

ସୋନାକ୍ଷୀ ସିହ୍ନା ଏବଂ ଜାହିର ଇକବାଲ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି । ଜୁନ୍ ୨୩ ରେ ଜହିର ଇକବାଲଙ୍କ…

10 mins ago

ହାଇଦ୍ରାବାଦ ରେଷ୍ଟୁରାଣ୍ଟର ଚିକେନ୍‌ ବିରିୟାନୀରୁ ବାହାରିଲା ପୋକ, ସୋସିଆଲ ମିଡିଆରେ ଫଟୋ ସେୟାର କଲେ ଗ୍ରାହକ

ଗତ କିଛି ଦିନ ହେବ ଲଗାତାର ଭାବେ ଖାଦ୍ୟରୁ ମୂଷା, ଅସରପା, ବେଙ୍ଗ, ବ୍ଲେଡ୍‌ ଆଦି ବାହାରିବା ନେଇ ସୋସିଆଲ…

16 mins ago

ଶପଥ ନେବା ପାଇଁ ଟ୍ରାକ୍ଟରରେ ସଂସଦ ପହଞ୍ଚିଲେ ରାଜସ୍ଥାନର ସାଂସଦ ଅମରାରାମ, ଭିଡିଓ ଭାଇରଲ

ସାଂସଦ ଅମରାରାମ ଦିଲ୍ଲୀ ରାଜସ୍ଥାନ ହାଉସରୁ ସଂସଦ ପାଇଁ ଟ୍ରାକ୍ଟରରେ ଯାତ୍ରା କରିଛନ୍ତି । ନିଜର ଦେଶୀ ରାଜସ୍ଥାନ ଅନ୍ଦାଜରେ…

21 mins ago

ସାପ ଧରିବାକୁ ଯାଇଥିଲେ, ହେଲେ ଜାରରେ ଭର୍ତ୍ତି କରିବା ସମୟରେ କାମୁଡିଦେଲା ହାତକୁ

ସୁବର୍ଣ୍ଣପୁର : ସାପ କାମୁଡାରେ ସାପ ଧରାଳୀର ମୃତ୍ୟୁ । ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁରରେ ଆଜି ଘଟିଯାଇଛି ଏଭଳି ଏକ…

22 mins ago

Airtel ୟୁଜର୍ସଙ୍କ ପାଇଁ ଖୁସି ଖବର, ୮୪ ଦିନ ଭାଲିଡିଟି ସହ ପ୍ରତିଦିନ ମିଳିବ ୩GB ଡାଟା

ଦେଶର ଦ୍ୱିତୀୟ ବୃହତ୍ତମ ଟେଲିକମ୍ କମ୍ପାନୀ ଏୟାରଟେଲ୍ ଏହାର ଉନ୍ନତ କନେକ୍ଟିଭିଟି ପାଇଁ ବେସ ଜଣାଶୁଣା । ଦେଶର ଦୂରବର୍ତ୍ତୀ…

1 hour ago

ଇରଫାନ ପଠାନଙ୍କ ମେକଅପ୍‌ ଆର୍ଟିଷ୍ଟଙ୍କ ମୃତ୍ୟୁ, ସୁଇମିଂ ପୁଲରେ ଗାଧେଇବା ବେଳେ ଚାଲିଗଲା ଜୀବନ

ପୂର୍ବତନ ଭାରତୀୟ କ୍ରିକେଟର ତଥା କମେଣ୍ଟେଣ୍ଟର ଇରଫାନ ପଠାନଙ୍କ ମେକଅପ ଆର୍ଟିଷ୍ଟଙ୍କ ମୃତ୍ୟୁ । ସୁଇମିଂ ପୁଲରେ ବୁଡ଼ି ଯିବାରୁ…

1 hour ago