କ୍ରୀଡା

କ୍ରିକେଟ୍‌ ଦୁନିଆରେ ଶୋକ, ବାଂଲାଦେଶର ପୂର୍ବ ସ୍ପିନର ମୁଶାରଫ ହୁସେନ୍‌ଙ୍କର ୪୦ ବର୍ଷ ବୟସରେ ପରଲୋକ

ଢାକା: ବାଂଲାଦେଶର ବାମହାତୀ ପୂର୍ବ ସ୍ପିନର ମୁଶାରଫ୍‌ ହୁସେନ୍‌ଙ୍କ ମୃତ୍ୟୁ ଘଟିଛି। ବାଂଲାଦେଶ କ୍ରିକେଟ୍‌ ବୋର୍ଡ ପକ୍ଷରୁ ଏହି ସୂଚନା ଦିଆଯାଇଛି। ଟ୍ଵିଟ୍‌ ଯୋଗେ ବିସିବି ଏହି ୪୦ ବର୍ଷୀୟ କ୍ରିକେଟରଙ୍କ ପରଲୋକର ସୂଚନା ଦେଇଛି। ହୁସେନ୍‌ଙ୍କ ପରିବାରରେ ପତ୍ନୀଙ୍କ ବ୍ୟତୀତ ଏକ ସନ୍ତାନ ରହିଛି।

ବିସିବି ପକ୍ଷରୁ ଟ୍ଵିଟ୍‌ କରି କୁହାଯାଇଛି, ବାଂଲାଦେଶର ଜାତୀୟ ଟିମ୍‌ର ପୂର୍ବ ଖେଳାଳି ମୁଶାରଫ ହୁସେନ୍‌ ରୁବେନ୍‌ଙ୍କ ନିଧନରେ ବିସିବି ଶୋକ ବ୍ୟକ୍ତ କରୁଛି। ବୋର୍ଡ ଲେଖିଛି- ବାମ ହାତୀ ଏହି ସ୍ପିନର ଦୁଇ ଦଶକର ନିଜ କ୍ୟାରିୟର ବେଳେ ସମସ୍ତ ଫର୍ମାଟ୍‌ରେ ୫୫୦ରୁ ଅଧିକ ଓ୍ଵିକେଟ୍‌ ହାସଲ କରିଛନ୍ତି। ବିସିବି ସହାନୁଭୂତି ଓ ଶୋକ ବ୍ୟକ୍ତ କରୁଛି।

ରିପୋର୍ଟ ମୁତାବକ, ହୁସେନ୍‌ ଦୀର୍ଘ ଦିନ ହେଲାଣି ବ୍ରେନ୍‌ କ୍ୟାନ୍‌ସରରେ ଯୁଝୁଥିଲେ। ୨୦୧୯ ମାର୍ଚ୍ଚ ମାସରେ ସେ ଏହି ରୋଗ ବିଷୟରେ ଜାଣିବାକୁ ପାଇଥିଲେ। ଚିକିତ୍ସା ପରେ ସେ କିଛି ମାତ୍ରାରେ ସୁସ୍ଥ ହୋଇଥିଲେ। କିନ୍ତୁ ନଭେମ୍ବର ୨୦୨୦ରେ ପୁଣିଥରେ ଟ୍ୟୁମରର ଲକ୍ଷଣ ପ୍ରକାଶ ପାଇଥିଲା। ୨ ସପ୍ତାହରୁ ଅଧିକ ଦିନ ହେଲାଣି ସେ ହସ୍ପିଟାଲରେ ଥିଲେ। କେମୋ ଥେରାପି ପରେ ସେ କିଛି ଦିନ ତଳେ ଘରକୁ ଫେରିଥିଲେ। କିନ୍ତୁ ମଙ୍ଗଳବାର ତାଙ୍କ ଦେହାନ୍ତ ହୋଇଛି।

ଢାକାରେ ୧୯୮୧ ମସିହାରେ ଜନ୍ମିତ ହୁସେନ୍‌ ବାଂଲାଦେଶ ପାଇଁ ୨୦୦୮ ଓ ୨୦୧୬ ମଧ୍ୟରେ ପାଞ୍ଚଟି ଏକଦିବସୀୟ ଅନ୍ତର୍ଜାତୀୟ ମ୍ୟାଚ୍‌ ଖେଳିଛନ୍ତି। ଏ ଅବସରରେ ସେ ୪ଟି ଓ୍ଵିକେଟ୍‌ ହାସଲ କରିଥିଲେ।

Also Read: ପୂରା ହେଲା ଶାହାରୁଖଙ୍କ ସହ କାମ କରିବା ସ୍ୱପ୍ନ, ଟ୍ଵିଟ୍‌ କରି ମନ କଥା କହିଲେ ତାପ୍‌ସୀ ପନ୍ନୁ

WCW 11

Recent Posts

ସେଲଫି ନେବା ସମୟରେ ଫ୍ୟାନ୍ସଙ୍କୁ ଧକ୍କା ମାରିଲେ ଧନୁଷଙ୍କ ବଡିଗାର୍ଡ, ଭାଇରାଲ ହେଉଛି ଭିଡିଓ

ଫ୍ୟାନ୍ସ ପ୍ରାୟତଃ ବଲିଉଡ ଷ୍ଟାରମାନଙ୍କ ସହିତ ଫଟୋ ଉଠାଇବାକୁ ଏବଂ ଦେଖା କରିବାକୁ ଚାହଁଥାନ୍ତି । ତେବେ ଅନେକ ଥର…

40 mins ago

ବଦଳିଲା ପାଣିପାଗର ମିଜାଜ: ରାଜଧାନୀରେ ପ୍ରବଳ ବର୍ଷା, ବୁଡିଲା କାର୍‌ ଓ ବସ୍‌

ଭୁବନେଶ୍ୱର: ବଦଳିଲା ପାଣିପାଗର ମିଜାଜ। ରାଜଧାନୀର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା । ଭୁବନେଶ୍ୱରର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା…

54 mins ago

ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ ମନ୍ତ୍ରୀଙ୍କ ବଡ଼ ବୟାନ, ନିଶା ଦ୍ୱାରା ସମାଜ କଳୁଷିତ ହେଉଛି

ଭୁବନେଶ୍ୱର: ଓଡ଼ିଶାକୁ ମଦ ମୁକ୍ତ କରିବା ପାଇଁ ଯୋଜନା । ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ ମନ୍ତ୍ରୀଙ୍କ ବଡ଼…

1 hour ago

ମଦ ପାଇଁ ପ୍ରତି ବର୍ଷ ଯାଉଛି ୩୦ ଲକ୍ଷ ଲୋକଙ୍କ ଜୀବନ, ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ୍‌ ଦେଲା ଚେତାବନୀ

ପ୍ରତି ବର୍ଷ ୩୦ ଲକ୍ଷ ଲୋକଙ୍କର ମଦ ପାଇଁ ଯାଉଛି ଜୀବନ । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ମଙ୍ଗଳବାର ଏହା…

1 hour ago

ଆଫଗାନିସ୍ତାନର ଐତିହାସିକ ବିଜୟ ପରେ ରାଶିଦ ଖାନଙ୍କୁ ଆସିଲା ସରପ୍ରାଇଜ କଲ୍‌, ଭିଡିଓ ଭାଇରଲ

ଆଇସିସି ଟି୨୦ ବିଶ୍ୱ ସେମିଫାଇନାଲରେ ପ୍ରବେଶ କରି ଇତିହାସ ରିଚିଛି ଆଫଗାନିସ୍ତାନ ଟିମ୍‌ । ଅଷ୍ଟ୍ରେଲିଆକୁ ହରାଇ ଟି୨୦ ବିଶ୍ୱକପରୁ…

2 hours ago

ଓଡ଼ିଶା ଆସି ପୁରୀ ରଥଯାତ୍ରା ଦେଖିବେ ରାଷ୍ଟ୍ରପତି

ପୁରୀ: ରଥଯାତ୍ରା ଦେଖିବେ ରାଷ୍ଟ୍ରପତି । ୭ ଓ ୮ ତାରିଖ ଦୁଇ ଦିନ ପୁରୀରେ ରହି ଶ୍ରୀଜିଉଙ୍କୁ ଦର୍ଶନ…

2 hours ago