ଆଇପିଏଲ୍ ପାଇଁ ମହେନ୍ଦ୍ର ସିଂ ଧୋନୀ ବ୍ୟସ୍ତ ରହିଛନ୍ତି। ଏପଟେ ଧୋନୀଙ୍କ ଫାର୍ମକୁ ୨ ହଜାର କଡକ୍କନାଥ କୁକୁଡା ପଠାଯାଇଛି। ମଧ୍ୟପ୍ରଦେଶର ଏକ ସହକାରୀ ସଂସ୍ଥା ଧୋନୀଙ୍କ ଫାର୍ମକୁ ଏହି କୁକୁଡା ପଠାଇଛି। ଝାରଖଣ୍ଡର ରାଜଧାନୀ ରାଞ୍ଚିରେ ରହିଛି ଏହି ଫାର୍ମ। ଯାହାର ଦେଖାଶୁଣା ଧୋନୀ କରିଥାନ୍ତି। ଧୋନୀ ଏହି ଫାର୍ମ ପାଇଁ ୨ ହଜାର କୁକୁଡା ଚିଆଁର ଅର୍ଡର ଦେଇଥିଲେ।
କଡକ୍କନାଥ କୁକୁଡା ପ୍ରଜାତିର କୁକୁଡା ଦେଖିବାକୁ କଳା ରଙ୍ଗର। ମଧ୍ୟପ୍ରଦେଶର ଝାବୁଆ ଜିଲ୍ଲାରେ ଏହି ଫାର୍ମ ରହିଛି। ୨୦୧୮ରେ ଛତିଶଗଡ ସହିତ ଆଇନଗତ ବିବାଦ ପରେ ମଧ୍ୟପ୍ରଦେଶକୁ ଏହି କୁକୁଡା ପାଇଁ ଜିଆଇ ଟ୍ୟାଗ୍ ମିଳିଥିଲା। କଡକ୍କନାଥ କୁକୁଡାର ମାଂସ ଏବଂ ଅଣ୍ଡା ଦାମ୍ ଅନ୍ୟ କୁକୁଡା ତୁଳନାରେ ଅଧିକ।
ଧୋନୀଙ୍କ ଫାର୍ମର ଜଣେ ଅଧିକାରୀ ୨ ହଜାର କଡକ୍କନାଥ କୁକୁଡା ପାଇଁ ଅର୍ଡର ଦେଇଥିଲେ। ଶୁକ୍ରବାର ଅର୍ଥାତ ଏପ୍ରିଲ ୨୨ ତାରିଖ ଦିନ ଏହି କୁକୁଡାକୁ ପଠାଯାଇଛି। ଆପଣ ଚାହିଁଲେ ଅନଲାଇନରେ ମଧ୍ୟ ଏହି କୁକୁଡାର ମାଂସ ମଗାଇପାରିବେ। ଯାହାଦ୍ୱାରା ଜିଲ୍ଲାର ଆଦିବାସୀ ଲୋକଙ୍କୁ ଫାଇଦା ମିଳିବ।
ଝାବୁଆ କୃଷି ବିଜ୍ୟାନ କେନ୍ଦ୍ରର ମୁଖ୍ୟ ଡାକ୍ତର ଆଇଏସ ତୋମରଙ୍କ କହିବାନୁଯାୟୀ, ଗତ କିଛିମାସ ପୂର୍ବେ ଏହାର ଅର୍ଡର ଦିଆଯାଇଥିଲା। କିନ୍ତୁ ସେତେବେଳେ ବାର୍ଡଫ୍ଲୁ ଯୋଗୁଁ ସପ୍ଲାଏ ହୋଇପାରିନଥିଲା। ଧୋନୀ ରୁଣ୍ଡିପାଡା ଗାଁରେ ଥିବା ସହକାରୀ ସଂସ୍ଥା ପରିଚାଳନା କରୁଥିବା ବିନୋଦ ମୈଦାଙ୍କୁ ଏହି ଅର୍ଡର ଦେଇଥିଲେ। ଆଉ ଧୋନୀଙ୍କୁ ପଠାଯାଇଥିବା ସମସ୍ତ କୁକୁଡାକୁ ଭ୍ୟାକସିନ ଦିଆଯାଇଛି। ଧୋନୀଙ୍କ ମ୍ୟାନେଜର କହିଛନ୍ତି, ଫାର୍ମ ହାଉସରେ କୁକୁଡା ପାଳନ କରିବାର ବ୍ୟବସ୍ଥା ହୋଇସାରିଛି। ୨୦୧୯ର ମଧ୍ୟପ୍ରଦେଶ ସରକାର ଏହାକୁ ଅନଲାଇନରେ ଅର୍ଡର କରିବା ପାଇଁ ଏକ କଡକ୍କନାଥ ଆପ୍ ଲଞ୍ଚ କରିଥିଲେ।
ଆଇପିଏଲ୍ ଚଳିତ ସିଜନରେ ପଏଣ୍ଟ ତାଲିକାରେ ୯ ନଂ ସ୍ଥାନରେ ରହିଛି ଧୋନୀଙ୍କ ଟିମ୍ ଚେନ୍ନାଇ ସୁପର କିଙ୍ଗସ। ଚଳିତବର୍ଷ ଧୋନୀ ଅଧିନାୟକ ପଦ ଛାଡି ରବିନ୍ଦ୍ର ଜାଡେଜାଙ୍କୁ ଏହି ଦାୟିତ୍ୱ ଦେଇଛନ୍ତି। ଚେନ୍ନାଇ ଟିମ୍ ୭ଟି ମ୍ୟାଚ ଖେଳି ୨ଟିରେ ବିଜୟ ପାଇଥିବା ବେଳେ ଅନ୍ୟ ୫ଟି ମ୍ୟାଚ ହାରିଛି। ଚେନ୍ନାଇ ମୁମ୍ବାଇ ବିପକ୍ଷରେ ହେଉଥିବା ଗତ ମ୍ୟାଚରେ ୧୫୬ ରନର ଟାର୍ଗେଟକୁ ପୂରଣ କରିଥିଲା। ଏହି ମ୍ୟାଚକୁ ଚେନ୍ନାଇ ଧୋନୀଙ୍କ ଯୋଗୁଁ ଜିତିଥିଲା। ଧୋନୀ ୧୩ ବଲରେ ୨୮ ରନ୍ କରିଥିଲେ। ଏଥିରେ ଗୋଟିଏ ଛକା ଥିବା ବେଳେ ୩ଟି ଚଉକା ଥିଲା । ରାୟୁଡୁ ୪୦ ରନ କରିଥିଲେ । ଧୋନୀଙ୍କ ଫିନିସିଂ ସଟ୍ ବଳରେ ଚେନ୍ନାଇ ୨୦ ଓଭର ଖେଳି ୭ ଓ୍ଵିକେଟ ହରାଇ ଟାର୍ଗେଟ ପୂରା କରିଥିଲା ।
ଆଇସିସି ଟି୨୦ ବିଶ୍ୱ ସେମିଫାଇନାଲରେ ପ୍ରବେଶ କରି ଇତିହାସ ରିଚିଛି ଆଫଗାନିସ୍ତାନ ଟିମ୍ । ଅଷ୍ଟ୍ରେଲିଆକୁ ହରାଇ ଟି୨୦ ବିଶ୍ୱକପରୁ…
ପୁରୀ: ରଥଯାତ୍ରା ଦେଖିବେ ରାଷ୍ଟ୍ରପତି । ୭ ଓ ୮ ତାରିଖ ଦୁଇ ଦିନ ପୁରୀରେ ରହି ଶ୍ରୀଜିଉଙ୍କୁ ଦର୍ଶନ…
ଭାରତୀୟ ରେଲୱେରେ ଚାକିରି ଖୋଜୁଥିଲେ ଆପଣଙ୍କ ପାଇଁ ଖୁସି ଖବର । ଆରଆରବି ଗ୍ରୁପ ଡି ପାଇଁ ୧,୦୩,୭୬୯ ପଦବୀ…
ବିଗିଡ଼ିଲା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ଵାଲଙ୍କ ସ୍ୱାସ୍ଥ୍ୟାବସ୍ଥା । କୋର୍ଟ ରୁମ୍ରେ ତାଙ୍କ ସୁଗାର ସ୍ତର କମିଯାଇଥିବା ସୂଚନା ମିଳିଛି…
ବ୍ରିଟିଶ ପ୍ରଧାନମନ୍ତ୍ରୀ ରିଷି ସୁନକଙ୍କ ଉତ୍ତର ଇଂଲଣ୍ଡସ୍ଥିତ ଘରେ ୪ ଜଣ ଯୁବକ ବେଆଇନ ଭାବେ ପ୍ରବେଶ କରିଛନ୍ତି ।…
ପୁରୀ: ରତ୍ନ ଭଣ୍ଡାର ତୁରନ୍ତ ମରାମତି ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି । ଚିଠି ଲେଖି ଅନୁରୋଧ କଲେ ବାଲୁକା ଶିଳ୍ପୀ…