ଆଇପିଏଲରେ ଧୋନୀ ବ୍ୟସ୍ତ ଥିବା ବେଳେ ମିଳିଲା ୨ ହଜାର କଡକ୍କନାଥ କୁକୁଡା, ଚିନ୍ତାରେ ଧୋନୀ

ଆଇପିଏଲ୍‌ ପାଇଁ ମହେନ୍ଦ୍ର ସିଂ ଧୋନୀ ବ୍ୟସ୍ତ ରହିଛନ୍ତି। ଏପଟେ ଧୋନୀଙ୍କ ଫାର୍ମକୁ ୨ ହଜାର କଡକ୍କନାଥ କୁକୁଡା ପଠାଯାଇଛି। ମଧ୍ୟପ୍ରଦେଶର ଏକ ସହକାରୀ ସଂସ୍ଥା ଧୋନୀଙ୍କ ଫାର୍ମକୁ ଏହି କୁକୁଡା ପଠାଇଛି। ଝାରଖଣ୍ଡର ରାଜଧାନୀ ରାଞ୍ଚିରେ ରହିଛି ଏହି ଫାର୍ମ। ଯାହାର ଦେଖାଶୁଣା ଧୋନୀ କରିଥାନ୍ତି। ଧୋନୀ ଏହି ଫାର୍ମ ପାଇଁ ୨ ହଜାର କୁକୁଡା ଚିଆଁର ଅର୍ଡର ଦେଇଥିଲେ।

କଡକ୍କନାଥ କୁକୁଡା ପ୍ରଜାତିର କୁକୁଡା ଦେଖିବାକୁ କଳା ରଙ୍ଗର। ମଧ୍ୟପ୍ରଦେଶର ଝାବୁଆ ଜିଲ୍ଲାରେ ଏହି ଫାର୍ମ ରହିଛି। ୨୦୧୮ରେ ଛତିଶଗଡ ସହିତ ଆଇନଗତ ବିବାଦ ପରେ ମଧ୍ୟପ୍ରଦେଶକୁ ଏହି କୁକୁଡା ପାଇଁ ଜିଆଇ ଟ୍ୟାଗ୍‌ ମିଳିଥିଲା। କଡକ୍କନାଥ କୁକୁଡାର ମାଂସ ଏବଂ ଅଣ୍ଡା ଦାମ୍‌ ଅନ୍ୟ କୁକୁଡା ତୁଳନାରେ ଅଧିକ।

ଧୋନୀଙ୍କ ଫାର୍ମର ଜଣେ ଅଧିକାରୀ ୨ ହଜାର କଡକ୍କନାଥ କୁକୁଡା ପାଇଁ ଅର୍ଡର ଦେଇଥିଲେ। ଶୁକ୍ରବାର ଅର୍ଥାତ ଏପ୍ରିଲ ୨୨ ତାରିଖ ଦିନ ଏହି କୁକୁଡାକୁ ପଠାଯାଇଛି। ଆପଣ ଚାହିଁଲେ ଅନଲାଇନରେ ମଧ୍ୟ ଏହି କୁକୁଡାର ମାଂସ ମଗାଇପାରିବେ। ଯାହାଦ୍ୱାରା ଜିଲ୍ଲାର ଆଦିବାସୀ ଲୋକଙ୍କୁ ଫାଇଦା ମିଳିବ।

ଝାବୁଆ କୃଷି ବିଜ୍ୟାନ କେନ୍ଦ୍ରର ମୁଖ୍ୟ ଡାକ୍ତର ଆଇଏସ ତୋମରଙ୍କ କହିବାନୁଯାୟୀ, ଗତ କିଛିମାସ ପୂର୍ବେ ଏହାର ଅର୍ଡର ଦିଆଯାଇଥିଲା। କିନ୍ତୁ ସେତେବେଳେ ବାର୍ଡଫ୍ଲୁ ଯୋଗୁଁ ସପ୍ଲାଏ ହୋଇପାରିନଥିଲା। ଧୋନୀ ରୁଣ୍ଡିପାଡା ଗାଁରେ ଥିବା ସହକାରୀ ସଂସ୍ଥା ପରିଚାଳନା କରୁଥିବା ବିନୋଦ ମୈଦାଙ୍କୁ ଏହି ଅର୍ଡର ଦେଇଥିଲେ। ଆଉ ଧୋନୀଙ୍କୁ ପଠାଯାଇଥିବା ସମସ୍ତ କୁକୁଡାକୁ ଭ୍ୟାକସିନ ଦିଆଯାଇଛି। ଧୋନୀଙ୍କ ମ୍ୟାନେଜର କହିଛନ୍ତି, ଫାର୍ମ ହାଉସରେ କୁକୁଡା ପାଳନ କରିବାର ବ୍ୟବସ୍ଥା ହୋଇସାରିଛି। ୨୦୧୯ର ମଧ୍ୟପ୍ରଦେଶ ସରକାର ଏହାକୁ ଅନଲାଇନରେ ଅର୍ଡର କରିବା ପାଇଁ ଏକ କଡକ୍କନାଥ ଆପ୍‌ ଲଞ୍ଚ କରିଥିଲେ।

ଆଇପିଏଲ୍‌ ଚଳିତ ସିଜନରେ ପଏଣ୍ଟ ତାଲିକାରେ ୯ ନଂ ସ୍ଥାନରେ ରହିଛି ଧୋନୀଙ୍କ ଟିମ୍‌ ଚେନ୍ନାଇ ସୁପର କିଙ୍ଗସ। ଚଳିତବର୍ଷ ଧୋନୀ ଅଧିନାୟକ ପଦ ଛାଡି ରବିନ୍ଦ୍ର ଜାଡେଜାଙ୍କୁ ଏହି ଦାୟିତ୍ୱ ଦେଇଛନ୍ତି। ଚେନ୍ନାଇ ଟିମ୍‌ ୭ଟି ମ୍ୟାଚ ଖେଳି ୨ଟିରେ ବିଜୟ ପାଇଥିବା ବେଳେ ଅନ୍ୟ ୫ଟି ମ୍ୟାଚ ହାରିଛି। ଚେନ୍ନାଇ ମୁମ୍ବାଇ ବିପକ୍ଷରେ ହେଉଥିବା ଗତ ମ୍ୟାଚରେ ୧୫୬ ରନର ଟାର୍ଗେଟକୁ ପୂରଣ କରିଥିଲା। ଏହି ମ୍ୟାଚକୁ ଚେନ୍ନାଇ ଧୋନୀଙ୍କ ଯୋଗୁଁ ଜିତିଥିଲା। ଧୋନୀ ୧୩ ବଲରେ ୨୮ ରନ୍‌ କରିଥିଲେ। ଏଥିରେ ଗୋଟିଏ ଛକା ଥିବା ବେଳେ ୩ଟି ଚଉକା ଥିଲା । ରାୟୁଡୁ ୪୦ ରନ କରିଥିଲେ । ଧୋନୀଙ୍କ ଫିନିସିଂ ସଟ୍‌ ବଳରେ ଚେନ୍ନାଇ ୨୦ ଓଭର ଖେଳି ୭ ଓ୍ଵିକେଟ ହରାଇ ଟାର୍ଗେଟ ପୂରା କରିଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.