କ୍ରୀଡା

ବିଶ୍ୱକପ୍‌ ପାଇଁ ଭାରତୀୟ ଟିମ୍‌ ଘୋଷଣା, ମେଣ୍ଟର ଦାୟିତ୍ବ ତୁଲାଇବେ ଧୋନୀ

ବିଶ୍ୱକପ୍‌ ପାଇଁ ଭାରତୀୟ ଟିମ୍‌ର ଘୋଷଣା ହୋଇଛି । ବିସିସିଆଇ ଟି-୨୦ ବିଶ୍ୱକପ୍‌ ପାଇଁ ୧୫ ଜଣିଆ ସଦସ୍ୟ ବିଶିଷ୍ଟ ଟିମ୍‌ର ଘୋଷଣା କରିଛନ୍ତି । ଏଥିରେ ଧୋନୀଙ୍କୁ ଦଳର ମେଣ୍ଟର ଭାବେ ଦାୟିତ୍ବ ଦିଆଯାଇଛି। ଗତ ବର୍ଷ ଅଗଷ୍ଟ ୧୫ ତାରିଖରେ ଅନ୍ତର୍ଜାତୀୟ କ୍ରିକେଟରୁ ସନ୍ୟାସ ନେଇଥିଲେ ଧୋନି । ଭାରତୀୟ କ୍ରିକେଟ ଦଳରେ ପୂର୍ବତନ ଅଧିନାୟକ ଏମଏସ ଧୋନିଙ୍କ ଏହି କମ ବ୍ୟାକକୁ ନେଇ ଉତ୍ସାହିତ ତାଙ୍କ ପ୍ରଶଂସକ ।

ସେହିପରି ଅଶ୍ୱିନ୍‌ଙ୍କୁ ଟିମ୍‌ରେ ସାମିଲ କରାଯାଇଛି । ଏହା ବ୍ୟତୀତ ଇଶାନ କିଶନ ମଧ୍ୟ ବିକଳ୍ପ ୱିକେଟକିପର ଭାବେ ଟିମ୍‌ରେ ସାମିଲ ହୋଇଛନ୍ତି । ଟି-୨୦ ୱାର୍ଲ୍ଡ କପ୍ ପାଇଁ ଚୟନ ହୋଇଥିବା ଟିମ୍‌ରେ ଶାର୍ଦୁଲ ଠାକୁର ଓ ୱାଶିଂଟନ ସୁନ୍ଦରଙ୍କୁ ସାମିଲ କରାଯାଇ ନାହିଁ ।

ଟି-୨୦ ବିଶ୍ୱକପ୍‌ରେ ଏମ୍‌ଏସ୍‌ ଧୋନୀ ଭାରତୀୟ ଟିମ୍ ପାଇଁ ମେଣ୍ଟର ଭାବେ ଦାୟିତ୍ବ ତୁଲାଇବେ। ସେହିଭଳି ବିରାଟ କୋହଲି ଅଧିନାୟକ । ରୋହିତ ଶର୍ମା ଉପ-ଅଧିନାୟକ ଭାବେ କାମ କରିବେ । ଟିମ୍‌ରେ କେ. ଏମ୍‌ ରାହୁଲ୍‌, ସୂର୍ଯ୍ୟ କୁମାର ଯାଦବ ସାମିଲ ହୋଇଛନ୍ତି।

ଟିମ୍‌ରେ ଶାର୍ଦୁଲ ଠାକୁର, ଦୀପକ ଚାହର ଓ ଶ୍ରୟସ୍‌ ଅୟରଙ୍କୁ ଷ୍ଟାଣ୍ଡବାୟ ଖେଳାଳୀ ଭାବେ ଟିମ୍‌ରେ ସାମିଲ କରାଯାଇଛି । ଆଶ୍ଚର୍ଯ୍ୟକର କଥା ଯେ, ୟୁଜବେନ୍ଦ୍ର ଚହଲ ଟି-୨୦ ବିଶ୍ୱକପ୍‌ ପାଇଁ ଭାରତୀୟ ଟିମ୍‌ରେ ନାହାନ୍ତି । ଚଳିତ ଟୁର୍ଣ୍ଣାମେଣ୍ଟ ୧୭ ଅକ୍ଟୋବରରୁ ୧୪ ନଭେମ୍ୱର ଯାଏ ୟୁଏଇ ଓ ଓମାନରେ ଖେଳାଯିବ ।

ଭାରତୀୟ ଟିମ୍‌ : ବିରାଟ କୋହଲି ( ଅଧିନାୟକ) , ରୋହିତ ଶର୍ମା( ଉପ ଅଧିନାୟକ) , କେଏଲ ରାହୁଲ, ସୂର୍ଯ୍ୟ କୁମାର ଯାଦବ , ଋଷଭ ପନ୍ଥ ( ୱିକେଟ କିପର) , ଇଶାନ କିଶନ ( ୱିକେଟ କିପର ), ହାର୍ଦ୍ଦିକ ପାଣ୍ଡ୍ୟା , ରବିନ୍ଦ୍ର ଜାଡେଜା , ରାହୁଲ ଚହର , ରବିଚନ୍ଦ୍ରନ ଅଶ୍ୱିନ୍‌, ଅକ୍ଷର ପଟେଲ, ବରୁଣ ଚକ୍ରବର୍ତ୍ତୀ , ଜସପ୍ରୀତ ବୁମରାହ, ଭୁବନେଶ୍ୱର କୁମାର , ମହମ୍ମଦ ଶାମି।

Swagatika

Recent Posts

ଜାଣନ୍ତୁ ସୁନା ଦର କେତେ ରହିଛି ଆଜି

ଜାଣନ୍ତୁ, କେତେ ରହିଛି ଆଜି ସୁନା ଦର । ଯଦି ଆପଣ ବିବାହ ସିଜିନରେ ଶସ୍ତାରେ ସୁନା କିଣିବାକୁ ଚାହାଁନ୍ତି…

5 mins ago

ଭିଜିଲାନ୍ସ ଜାଲରେ ଆରଆଇ: ୭ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରାପଡିଲେ

ଭଞ୍ଜନଗର: ଭିଜିଲାନ୍ସ ଜାଲରେ ଆରଆଇ । ୭ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରିଲା ଭିଜିଲାନ୍ସ । ଗଂଜାମ…

11 mins ago

ବାଲେଶ୍ଵରରେ ହଟିଲା ଦିନ କର୍ଫ୍ୟୁ, ରାତି କର୍ଫ୍ୟୁ ବଳବତ୍ତର

ବାଲେଶ୍ଵର: ହଟିଲା ଦିନ କର୍ଫ୍ୟୁ, ରାତି କର୍ଫ୍ୟୁ ବଳବତ୍ତର । ବାଲେଶ୍ଵରରେ ଆଜିଠୁ ରାତ୍ରିକାଳୀନ କର୍ଫ୍ୟୁ । ରାତି ୯ଟାରୁ…

25 mins ago

ଆଜିଠୁ ୪ଦିନ ଯାଏ ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା

ଭୁବନେଶ୍ୱର: ଆଜିଠୁ ୪ଦିନ ଯାଏ ବର୍ଷା । ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ସମ୍ଭାବନା ରହିଛି । ବଙ୍ଗୋପସାଗରରେ…

1 hour ago

ଆଜି ଲୋକସଭା ବାଚସ୍ପତି ନିର୍ବାଚନ, ଦିନ ୧୧ଟାରେ ଭୋଟିଂ

ନୂଆଦିଲ୍ଲୀ: ଆଜି ଲୋକସଭା ବାଚସ୍ପତି ନିର୍ବାଚନ । ସ୍ଵାଧୀନତା ପରେ ପ୍ରଥମ ଥର ପାଇଁ ଲୋକସଭା ବାଚିସ୍ପତି ପଦବୀ ପାଇଁ…

1 hour ago

ଆଜିର ରାଶିଫଳ: ବିଦ୍ୟାର୍ଥୀଙ୍କ ପାଇଁ ଦିନଟି ଶୁଭ, ଛାତ୍ରଛାତ୍ରୀ ପାଠପଢ଼ାରେ ପରିବର୍ତ୍ତନ ଆଣିବେ

ମେଷ: ଶୁଭ ସମାଚାର ମିଳିପାରେ । ଛାତ୍ରଛାତ୍ରୀମାନେ ପଢାପଢିରେ ପରିବର୍ତ୍ତନ ଆଣିବେ । ଅଫିସ୍ କାର୍ଯ୍ୟରେ ବିଳମ୍ବ ହେବ ।…

9 hours ago