କ୍ରୀଡା

ଟ୍ରାକ୍ଟରରେ ହଳ କଲେ ଧୋନି, ଫ୍ୟାନ୍ସ କହିଲେ ଦେଶୀ ଟୋକା କଲା କମାଲ୍‌

ଭାରତୀୟ ଟିମ୍‌ର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନି ନିଜର କୁଲ୍‌ ଅନ୍ଦାଜ ପାଇଁ ସବୁବେଳେ ଚର୍ଚ୍ଚାରେ । ଦୀର୍ଘ ୨ ବର୍ଷ ପରେ ଇନଷ୍ଟାଗ୍ରାମରେ ଏକ ଭିଡିଓ ସେୟାର କରିଛନ୍ତି ଧୋନି । ଯାହା ଫ୍ୟାନ୍ସଙ୍କୁ ବେଶ୍‌ ପସନ୍ଦ ଆସିଛି । ଏହି ଭିଡିଓରେ ଧୋନି ଟ୍ରାକ୍ଟରରେ ଖେତରେ ହଳ କରୁଥିବାର ଦେଖିବାକୁ ମିଳିଛି । ପୂର୍ବରୁ ଧୋନୀ ୨୦୨୧ ଜାନୁଆରେ ଏକ ଭିଡିଓ ପୋଷ୍ଟ କରିଥିଲେ । ଯେଉଁଥିରେ ସେ ଅର୍ଗାନିକ ଷ୍ଟ୍ରବେରୀ ଖାଉଥିବାର ନଜର ଆସିଥିଲେ ।

ତେବେ ଖେତକୁ ହଳ କରୁଥିବା ଭିଡିଓ ପୋଷ୍ଟ କରି ଧୋନି ଲେଖିଛନ୍ତି ‘ କିଛି ନୂଆ ଶିଖିବାର ମଜା ନିଆରା, କିନ୍ତୁ କାମ ସଂପୂର୍ଣ୍ଣ କରିବା ପାଇଁ ଅଧିକ ସମୟ ଲାଗେ ।’ ତେବେ ଲକଡାଉନ ସମୟରେ ଧୋନି ଟ୍ରାକ୍ଟର ସହିତ ଅନେକ ଫଟୋ ସୋସିଆଲ ମିଡିଆରେ ଭାଇରଲ ହେଉଥିଲା। ସେତେବେଳେ ଧୋନି ପ୍ରାକ୍ଟିସ କରୁଥଇଲେ । ଆଉ ଇଣ୍ଟରନ୍ୟାସନାଲ କ୍ରିକେଟରୁ ସନ୍ନ୍ୟାସ ନେବା ପରେ ନିଜର ସମୟ ଚାଷ ଏବଂ ପଶୁପାଳନରେ ଲଗାଇଛନ୍ତି ।

୪୧ ବର୍ଷ ବୟସରେ ଧୋନି ଇଣ୍ଟରନ୍ୟାସନାଲ କ୍ରିକେଟରୁ ସନ୍ନ୍ୟାସ ନେଇଥିଲେ । କିନ୍ତୁ ଆଇପିଏଲ୍‌ ଜରିଆରେ ଫ୍ୟାନ୍ସଙ୍କ ସହିତ ଜଡିତ ରହିଛନ୍ତି । ତେବେ ଗତ ଦୁଇବର୍ଷ ହେଲାଣି ଆଇପିଏଲ୍‌ କରୋନା ଯୋଗୁଁ ଦୁବାଇରେ ହେଉଥିଲା । ତେଣୁ ଆଇପିଏଲରୁ ଧୋନି ସନ୍ନ୍ୟାସ ନେଇନାହାନ୍ତି ।

ତେବେ ଚଳିତ ଥର ଆଇପିଏଲ ଭାରତରେ ହେବ। ଆଉ ଏହା ଧୋନିଙ୍କ ଶେଷ ଆଇପିଏଲ ସିଜିନ ହେବ ବୋଲି ଖବର ମିଳିଛି । ଧୋନି ନିଜ କ୍ୟାରିଅରରେ ଶେଷ ସିଜିନ ଭାରତରେ ଫ୍ୟାନ୍ସଙ୍କ ସାମ୍ନାରେ ଖେଳିବାକୁ ଚାହୁଁଛନ୍ତି । ତେବେ ଧୋନିଙ୍କ ଅଧିନାୟକତ୍ୱରେ ଚେନ୍ନାଇ ସୁପରକିଙ୍ଗସ ୪ ଥର ଆଇପିଏଲ ଟାଇଟଲ ଜିତିଛି। ଏଥର ମଧ୍ୟ ଟାଇଟଲ ହାସଲ କରି ଧୋନି କ୍ୟାରିଅରୁ ସନ୍ନ୍ୟାସ ନେଇପାରନ୍ତି ବୋଲି ଚର୍ଚ୍ଚା ହେଉଛି ।

 

Swagatika

Recent Posts

ଆଜିର ରାଶିଫଳ: ବିଦ୍ୟାର୍ଥୀଙ୍କ ପାଇଁ ଦିନଟି ଶୁଭ, ଛାତ୍ରଛାତ୍ରୀ ପାଠପଢ଼ାରେ ପରିବର୍ତ୍ତନ ଆଣିବେ

ମେଷ: ଶୁଭ ସମାଚାର ମିଳିପାରେ । ଛାତ୍ରଛାତ୍ରୀମାନେ ପଢାପଢିରେ ପରିବର୍ତ୍ତନ ଆଣିବେ । ଅଫିସ୍ କାର୍ଯ୍ୟରେ ବିଳମ୍ବ ହେବ ।…

7 hours ago

ନାବାଳିକା ବଧୂ ହତ୍ୟା ମାମଲାରେ ପାଞ୍ଚ ଜଣଙ୍କୁ ଗିରଫ କଲା ପୋଲିସ

ବ୍ରହ୍ମପୁର : ଦିଗପହଣ୍ଡି ଥାନା ଭୀଷ୍ମଗିରୀରେ ନାବାଳିକା ବଧୂ ହତ୍ୟା ମାମଲାରେ ପାଞ୍ଚ ଜଣଙ୍କୁ ଗିରଫ କଲା ପୋଲିସ ।…

8 hours ago

ରୋଗୀଙ୍କୁ ଉତ୍ତମ ବ୍ୟବହାର ସହ ମାନବିକାତ ଦେଖାଅ, ମୁନ୍ନା ଭାଇ ଏମବିବିଏସ ସିନେମାର ଉପାଖ୍ୟାନ ଦେଲେ ସ୍ବାସ୍ଥ୍ୟମନ୍ତ୍ରୀ

ରୋଗୀଙ୍କୁ ଉତ୍ତମ ବ୍ୟବହାର ସହ ମାନବିକାତ ଦେଖାଅ। ମୁନ୍ନା ଭାଇ ଏମବିବିଏସ ସିନେମାର ଉପାଖ୍ୟାନ କହି, ଡାକ୍ତରମାନଙ୍କୁ ଏହି ଉପଦେଶ…

9 hours ago

ଓଡ଼ିଶା ଫେରିବେ କେନ୍ଦ୍ର କୃଷି ସଚିବ ମନୋଜ ଆହୁଜା, ହେବେ କି ରାଜ୍ୟରେ ନୂଆ ମୁଖ୍ୟ ସଚିବ !

ଭୁବନେଶ୍ୱର: ରାଜ୍ୟରେ ନୂଆ ମୁଖ୍ୟ ସଚିବ ହେବେ କି ମନୋଜ ଆହୁଜା? ଏହାକୁ ନେଇ ଜୋର ଧରିଛି ଚର୍ଚ୍ଚା ।…

9 hours ago

‘ଡ. ସାମନ୍ତଙ୍କ ଭଳି ସମର୍ପିତ ହୋଇ କାର୍ଯ୍ୟ କଲେ ଆର୍ଟ ଅଫ ଗିଭିଂର ଯଥାର୍ଥତା ପ୍ରତିପାଦିତ ହୋଇ ପାରିବ’

ଭଦ୍ରକ (କେନ୍ୟୁଜ୍‌) : ଭଦ୍ରକରେ ଜିଲ୍ଲା ସ୍ତରୀୟ ଆର୍ଟ ଅଫ ଗିଭିଂ ଦିବସ ସମାରୋହରେ ପାଳିତ ହୋଇଯାଇଛି । ଜିଲ୍ଲା…

10 hours ago

ସରୋଗେସି ମାଧ୍ୟମରେ ମା’ ହେଲେ ବି ମିଳିବ ୬ ମାସ ଛୁଟି

ମାତୃତ୍ୱ ଛୁଟି ଉପରେ ସରକାରଙ୍କର ବଡ଼ ନିଷ୍ପତ୍ତି । ସରୋଗେସି ମାଧ୍ୟମରେ ମାଆ ହେବାକୁ ଥିବା ମହିଳାମାନଙ୍କ ପାଇଁ ଖୁସି…

10 hours ago