ଟ୍ରାକ୍ଟରରେ ହଳ କଲେ ଧୋନି, ଫ୍ୟାନ୍ସ କହିଲେ ଦେଶୀ ଟୋକା କଲା କମାଲ୍
ଟ୍ରାକ୍ଟରରେ ହଳ କରୁଥିବାର ନଜର ଆସିଲେ କ୍ୟାପଟେନ କୁଲ୍ ଧୋନି । ଦୀର୍ଘ ୨ ବର୍ଷ ପରେ ଇନଷ୍ଟାରେ ଭିଡିଓ ସେୟାର କରି ଫ୍ୟାନ୍ସଙ୍କ ମନ ଜିତିନେଲେ ।
ଭାରତୀୟ ଟିମ୍ର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନି ନିଜର କୁଲ୍ ଅନ୍ଦାଜ ପାଇଁ ସବୁବେଳେ ଚର୍ଚ୍ଚାରେ । ଦୀର୍ଘ ୨ ବର୍ଷ ପରେ ଇନଷ୍ଟାଗ୍ରାମରେ ଏକ ଭିଡିଓ ସେୟାର କରିଛନ୍ତି ଧୋନି । ଯାହା ଫ୍ୟାନ୍ସଙ୍କୁ ବେଶ୍ ପସନ୍ଦ ଆସିଛି । ଏହି ଭିଡିଓରେ ଧୋନି ଟ୍ରାକ୍ଟରରେ ଖେତରେ ହଳ କରୁଥିବାର ଦେଖିବାକୁ ମିଳିଛି । ପୂର୍ବରୁ ଧୋନୀ ୨୦୨୧ ଜାନୁଆରେ ଏକ ଭିଡିଓ ପୋଷ୍ଟ କରିଥିଲେ । ଯେଉଁଥିରେ ସେ ଅର୍ଗାନିକ ଷ୍ଟ୍ରବେରୀ ଖାଉଥିବାର ନଜର ଆସିଥିଲେ ।
ତେବେ ଖେତକୁ ହଳ କରୁଥିବା ଭିଡିଓ ପୋଷ୍ଟ କରି ଧୋନି ଲେଖିଛନ୍ତି ‘ କିଛି ନୂଆ ଶିଖିବାର ମଜା ନିଆରା, କିନ୍ତୁ କାମ ସଂପୂର୍ଣ୍ଣ କରିବା ପାଇଁ ଅଧିକ ସମୟ ଲାଗେ ।’ ତେବେ ଲକଡାଉନ ସମୟରେ ଧୋନି ଟ୍ରାକ୍ଟର ସହିତ ଅନେକ ଫଟୋ ସୋସିଆଲ ମିଡିଆରେ ଭାଇରଲ ହେଉଥିଲା। ସେତେବେଳେ ଧୋନି ପ୍ରାକ୍ଟିସ କରୁଥଇଲେ । ଆଉ ଇଣ୍ଟରନ୍ୟାସନାଲ କ୍ରିକେଟରୁ ସନ୍ନ୍ୟାସ ନେବା ପରେ ନିଜର ସମୟ ଚାଷ ଏବଂ ପଶୁପାଳନରେ ଲଗାଇଛନ୍ତି ।
View this post on Instagram
୪୧ ବର୍ଷ ବୟସରେ ଧୋନି ଇଣ୍ଟରନ୍ୟାସନାଲ କ୍ରିକେଟରୁ ସନ୍ନ୍ୟାସ ନେଇଥିଲେ । କିନ୍ତୁ ଆଇପିଏଲ୍ ଜରିଆରେ ଫ୍ୟାନ୍ସଙ୍କ ସହିତ ଜଡିତ ରହିଛନ୍ତି । ତେବେ ଗତ ଦୁଇବର୍ଷ ହେଲାଣି ଆଇପିଏଲ୍ କରୋନା ଯୋଗୁଁ ଦୁବାଇରେ ହେଉଥିଲା । ତେଣୁ ଆଇପିଏଲରୁ ଧୋନି ସନ୍ନ୍ୟାସ ନେଇନାହାନ୍ତି ।
ତେବେ ଚଳିତ ଥର ଆଇପିଏଲ ଭାରତରେ ହେବ। ଆଉ ଏହା ଧୋନିଙ୍କ ଶେଷ ଆଇପିଏଲ ସିଜିନ ହେବ ବୋଲି ଖବର ମିଳିଛି । ଧୋନି ନିଜ କ୍ୟାରିଅରରେ ଶେଷ ସିଜିନ ଭାରତରେ ଫ୍ୟାନ୍ସଙ୍କ ସାମ୍ନାରେ ଖେଳିବାକୁ ଚାହୁଁଛନ୍ତି । ତେବେ ଧୋନିଙ୍କ ଅଧିନାୟକତ୍ୱରେ ଚେନ୍ନାଇ ସୁପରକିଙ୍ଗସ ୪ ଥର ଆଇପିଏଲ ଟାଇଟଲ ଜିତିଛି। ଏଥର ମଧ୍ୟ ଟାଇଟଲ ହାସଲ କରି ଧୋନି କ୍ୟାରିଅରୁ ସନ୍ନ୍ୟାସ ନେଇପାରନ୍ତି ବୋଲି ଚର୍ଚ୍ଚା ହେଉଛି ।