ନବ ଦାସଙ୍କ ମୃତ୍ୟୁ ମାମଲାରେ ସିବିଆଇ ତଦନ୍ତ ଆବେଦନ ହାଇକୋର୍ଟରେ ଖାରଜ
କଟକ(କେନ୍ୟୁଜ) : ଗୁଳିମାଡ଼ରେ ନବ ଦାସଙ୍କ ମୃତ୍ୟୁ ମାମଲାରେ ସିବିଆଇ ତଦନ୍ତ ଆବେଦନ ହାଇକୋର୍ଟରେ ହୋଇଛି ଖାରଜ । ଗୋଟିଏ ଦିନରେ ମାମଲାର ଶୁଣାଣି ଶେଷ କଲେ ହାଇକୋର୍ଟ । ବିଚାର ବେଳେ ସରକାରଙ୍କ ପକ୍ଷରୁ ଉତ୍ତର ରଖିଲେ ଆଡଭୋକେଟ୍ ଜେନେରାଲ୍ ।
ହାଇକୋର୍ଟ କହିଛନ୍ତି, ନବ ଦାସଙ୍କୁ ଗୁଳିମାଡ଼ ଘଟଣାକୁ ମାତ୍ର ୧୧ ଦିନ ହୋଇଛି । ତଦନ୍ତ ଜାରି ରହିଛି । ଏଭଳି ସ୍ଥିତିରେ ମାମଲାରେ ପୂର୍ଣ୍ଣଚ୍ଛେଦ ଟାଣିଛନ୍ତି ହାଇକୋର୍ଟ । ନବ ଦାସଙ୍କୁ ହତ୍ୟା ମାମଲାର ସିବିଆଇ ତଦନ୍ତ ଦାବିରେ ହାଇକୋର୍ଟରେ ପିଟିସନ୍ ଦାଖଲ ହୋଇଥିଲା ।