OnePlus ୟୁଜରଙ୍କ ପାଇଁ ଖୁସି ଖବର, କମ୍ପାନୀ ଲଞ୍ଚ୍‌ କଲା ଫାଷ୍ଟଏଭର ମେକାନିକାଲ କିବୋର୍ଡ

ଲଞ୍ଚ୍‌ ହେଲା ଓ୍ଵାନପ୍ଲସ ମେକାନିକାଲ କିବୋର୍ଡ । ହାଇ ରିଜୋଲ୍ୟୁସନ୍‌ ସ୍ମାର୍ଟଫୋନ୍‌ ବନାଉଥିବା ଫୋନ୍‌ ନିର୍ମାଣକାରୀ କମ୍ପାନୀ ଓ୍ଵାନପ୍ଲସ ନିଜର କଷ୍ଟମ କିବୋର୍ଡ, ଓ୍ଵାନପ୍ଲସ କିବୋର୍ଡ ୮୧ ପ୍ରୋକୁ ଜାରି କରିଛି ।

ଲଞ୍ଚ୍‌ ହେଲା ଓ୍ଵାନପ୍ଲସ ମେକାନିକାଲ କିବୋର୍ଡ । ବର୍ତ୍ତମାନ କଷ୍ଟମ ମେକାନିକାଲ କିବୋର୍ଡ ବହୁତ ଲୋକପ୍ରିୟତା ସାଉଁଟିଛି । ଏବେ ତ ଅନେକ ବ୍ରାଣ୍ଡ ନିଜ ନିଜର ପ୍ରତିଦ୍ୱନ୍ଦୀ ସାଜିଛନ୍ତି । ଆଉ ଏହାରି ଭିତରେ ହାଇ ରିଜୋଲ୍ୟୁସନ୍‌ ସ୍ମାର୍ଟଫୋନ୍‌ ବନାଉଥିବା ଫୋନ୍‌ ନିର୍ମାଣକାରୀ କମ୍ପାନୀ ଓ୍ଵାନପ୍ଲସ ନିଜର କଷ୍ଟମ କିବୋର୍ଡ, ଓ୍ଵାନପ୍ଲସ କିବୋର୍ଡ ୮୧ ପ୍ରୋକୁ ଜାରି କରିଛି ।

ଓ୍ଵାନପ୍ଲସ ତାର କିବୋର୍ଡକୁ ଲଞ୍ଚ୍‌ କରିବା ସହିତ ଏଥିରେ କିବୋର୍ଡରେ ଅନେକ ପ୍ରକାରର ଫିଚର୍ସ ରହିଛି । ଆଉ ସବୁଠୁ ଖାସ୍‌ କଥା ହେଉଛି ଏହା ଟାଇପିଙ୍ଗ୍‌ ପାଇଁ ବହୁତ ବଢ଼ିଆ ରହିଛି । ଓ୍ଵାନପ୍ଲସ କିବୋର୍ଡ ୮୧ ପ୍ରୋ ବନାଇବା ପାଇଁ ଏକ ପ୍ରସିଦ୍ଧ ମେକାନିକାଲ କିବୋର୍ଡ ବ୍ରାଣ୍ଡ କିକ୍ରୋନ ସହିତ ମିଶି କାମ କରିଛି । ଏହି କିବୋର୍ଡକୁ ଏନହାନ୍ସ କରିବା ଏବଂ ତାର ରିଜୋଲ୍ୟୁସନ ଉପରେ ଧ୍ୟାନ ଦେବା ପାଇଁ ଡିଜାଇନ୍‌ କରାଯାଇଛି । ଯେଉଁଥିପାଇଁ ଓ୍ଵାନପ୍ଲସ ଖାସ କରି ଜଣାଯାଏ ଏବଂ ଏଥିରେ କିକ୍ରୋନର ଟେକନିକ୍‌ ଏବଂ କିବୋର୍ଡ ନିର୍ମାଣରେ ବିଶେଷତା ରହିଛି ।

ଓ୍ଵାନପ୍ଲସ କିବୋର୍ଡ ୮୧ ପ୍ରୋ ରେ ଏକ ଲେଆଉଟ ରହିଛି, ଯାହା ଲାପଟପ୍‌ କିବୋର୍ଡ ସହ ସମାନ । ଏଥିରେ fn ପଂକ୍ତି, ହୋମ କ୍ଲଷ୍ଟର ରହିଛି, କିନ୍ତୁ ବିନା ନମପଡ ରହିଛି ଏଥିରେ । ଯାହା କିବୋର୍ଡକୁ ଅଧିକ କମ୍ପାକ୍ଟ ଏବଂ ଉପଯୋଗ କରିବାରେ ସହଜ ବନାଇଥାଏ ।

keyboardOnePlus Keyboard 81 ରେ ଏକ ଆଲୁମିନିୟମ ଫ୍ରେମ ଏବଂ କିକ୍ୟାପ୍‌ ରହିଛି, ଯାହା ମଝିରେ ଗ୍ରେ ଏବଂ ସାଇଡରେ ଗାଢ଼ ରଙ୍ଗ୍‌ ଦିଆଯାଇଛି । Esc ଏବଂ Enter ବ୍ୟତୀତ ଭଲ୍ୟୁମ ନମ୍ବ ରହିଛି । OnePlus Keyboard 81 ଲୁକରେ ଏକଦମ୍‌ ଜବରଦସ୍ତ ।

କିବୋର୍ଡ ୮୧ ପ୍ରୋ ପକ୍ଷରୁ ଏହାକୁ ଏକ ସ୍ଲିକ, ରଡ-ଷ୍ଟାଇଲ ଷ୍ଟାଣ୍ଡ ସହିତ ଡିଜାଇନ୍‌ କରାଯାଇଛି, ଯାହା ମାର୍କେଟରେ ଥିବା ଅନ୍ୟ କିବୋର୍ଡ ଠାରୁ ଅଲଗା କରିଥାଏ । ଏହାକୁ ଏତେ ବଢ଼ିଆ ଭାବେ ଡିଜାଇନ୍‌ କରାଯାଇଛି ଯାହା ନିଶ୍ଚିତ ରୂପେ ଆପଣଙ୍କୁ ପସନ୍ଦ ଆସିବ ।

ଓ୍ଵାନପ୍ଲସ ଏହା ଜଣାଇନାହିଁ ଯେ କିବୋର୍ଡ ୮୧ ପ୍ରୋ କେଉଁ ସ୍ୱିଚ୍‌ ସହିତ ଆସିବ । କିନ୍ତୁ ଏଥିରେ ଟେକଟାଇଲ ଏବଂ ଲିନିୟର ଉଭୟ ପ୍ରକାରର ସ୍ୱିଚ୍‌ ରହିବ । ମେକାନିକାଲ ସ୍ୱିଚକୁ ଅଦଳ ବଦଳ କରାଯାଇପାରେ । କିନ୍ତୁ ଏହା ସ୍ପଷ୍ଟ ହୋଇନାହିଁ ଯେ କେଉଁ ସ୍ୱିଚ୍‌।

ଯେହେତୁ ଏହି କିବୋର୍ଡ Keychron ଦ୍ୱାରା ଡିଜାଇନ୍‌ କରାଯାଇଛି ସେଥିପାଇଁ ଏହା ସମ୍ଭବ କରାଯାଉଛି ଯେ ସ୍ୱିଚ୍‌ Gateron ନଚେତ Keychron ରେ ଆସିପାରେ। କିନ୍ତୁ ଏବେ ଯାଏଁ ସ୍ପଷ୍ଟ ହୋଇନି । କିବୋର୍ଡ ୮୧ ପ୍ରୋରେ ଇଣ୍ଟରନେଟ ସହ ଯୋଡିବା ପାଇଁ ଦୁଇ ପ୍ରକାରର ତରିକା ରହିଛି । ୟୁଏସବି କେବୁଲ ମାଧ୍ୟମରେ କିମ୍ବା ବ୍ଲୁଟୁଥ୍‌ ମାଧ୍ୟମରେ । ଆପଣ ପଛରେ ଦିଆଯାଇଥିବା ଆଲର୍ଟ ସ୍ଲାଇଡରର ଉପଯୋଗ କରି ଏହି ମୋଡ ମଝିରେ ସ୍ୱିଚ୍‌ କରିପାରିବେ ।

ଓ୍ଵାନପ୍ଲସ ଆସନ୍ତା ବର୍ଷ ଏପ୍ରିଲରେ ନିଜ ଫୋନ ପାଇଁ କିବୋର୍ଡ ଆକ୍ସେସରୀ ବିକ୍ରି କରିବାର ଯୋଜନା ବନାଉଛି । ଆପଣ କମ୍ପାନୀର ୱେବସାଇଟକୁ ଯାଇ ଏହା ବିଷୟରେ ଅପଡେଟ ରହିପାରିବେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.