Categories: କ୍ରୀଡା

ଆଙ୍ଗୁଠିରେ ଆଘାତ, ରକ୍ତ ଜମି ନଖ ପଡିଯାଇଥିଲା କଳା . . . ତଥାପି ମୈଦାନରେ ଚଟାଣ ପରି ଛିଡା ହୋଇଥିଲେ ମାହି

ଶେଷ ହୋଇଛି ବିରାଟ ବାହିନୀର ବିଶ୍ବ କପ୍ ଯାତ୍ରା । ସେମିଫାଇନାଲରେ ନ୍ୟୁଜିଲାଣ୍ଡଠୁ ହାରିବା ପରେ ବିଶ୍ବକପ୍ ଆଶା ମଉଳି ଯାଇଛି । ତେବେ ଏହି ଚର୍ଚ୍ଚା ନଥମୁଣୁ ଜୋର୍ ଧରିଛି ଧୋନିଙ୍କର କ୍ରିକେଟରୁ ସନ୍ୟାସ ନେବା ଖବର । ଅନେକ ଲୋକ କହୁଛନ୍ତି ଭାରତ ଫେରିବା ପରେ କ୍ରିକେଟକୁ ଅଲବିଦା କହିବେ ମାହି । ଆଉ କେହି କହୁଛନ୍ତି ଅଷ୍ଟ୍ରେଲିଆରେ ହେବାକୁ ଥିବା ଟି ୨୦ ବିଶ୍ବକପ୍ ଯାଏ ଅନ୍ତରାଷ୍ଟ୍ରିୟ କ୍ରିକେଟ୍ ଖେଳିବେ ଧୋନି ।

ତେବେ ଏହି ସବୁ ଚର୍ଚ୍ଚା ମଧ୍ୟରେ ବିଶ୍ବକପକୁ ନେଇ ଆଉ ଏକ ଚାଂଚଲ୍ୟକର ଖବର ଆସିଛି ସାମ୍ନାକୁ । ବିଶ୍ବକପର ଅନେକ ମ୍ୟାଚରେ ଦେଖାଯାଇଛି କିପିଙ୍ଗ୍ ସମୟରେ ବଲ୍ ଧରିବାରେ କିଛି ଅସହଜ ଅନୁଭବ କରୁଥିଲେ ଧୋନି । ଯାହାକୁ ନେଇ ତାଙ୍କ ଖେଳ ଉପରେ ମଧ୍ୟ ଅନେକ ପ୍ରଶ୍ନ ଉଠିଥିଲା । ତେବେ କୁହାଯାଉଛି ଏସବୁ ତାଙ୍କ ଆଙ୍ଗୁଠିରେ ଆଘାତ ଲାଗଥିବା ଯୋଗୁଁ ହୋଇଛି । ଗୁରୁତର ଆହତ ଅବସ୍ଥାରେ ବି ବିଶ୍ବକପରେ ଖେଳିଛନ୍ତି ଧୋନି । ତାଙ୍କର ପିଠି, ବାମ ହାତ ଏବଂ ଡାହଣ ହାତର ଆଙ୍ଗୁଠିରେ ଗଭୀର ଆଘାତ ଲାଗିଛି । ଏହାର ଏକ ଫଟୋ ସୋସିଆଲ୍ ମିଡିଆରେ ଝଡ ପରି ଭାଇରାଲ୍ ହେଉଛି । ଯେଉଁଥିରେ ଦେଖିବାକୁ ମିଳିଛି ଧୋନି ତାଙ୍କର ଜଣେ ପ୍ରଶଂସକଙ୍କ ସହ ଛିଡା ହୋଇଛନ୍ତି ଏବଂ ତାଙ୍କ ଡାହଣ ହାତର ଆଙ୍ଗୁଠିରେ ବ୍ୟାଣ୍ଡେଜ୍ ଲାଗିଛି । ଅତି ନିକଟରୁ ଭଲ ଭାବରେ ଦେଖିଲେ ଜଣା ପଡୁଛି ଆଙ୍ଗୁଠିରେ ଗଭୀର ଆଘାତ ଲାଗିଛି ଏବଂ ରକ୍ତ ଜମାଟ ବାନ୍ଧି ନଖ କଳା ପଡିଯାଇଛି ।

ଏହା ସହ ପଢନ୍ତୁ ବେନି ଜନେ ସମଦଶା : ବିଶ୍ୱକପ୍‌ ସେମିଫାଇନାଲ୍‌ର କିଛି ଏମିତି କଥା, ସଂଯୋଗ ନା ଆଉ କିଛି ଭାବନ୍ତୁ ତ ?

ନ୍ୟୁଜିଲାଣ୍ଡ ବିପକ୍ଷ ସେମିଫାଇନାଲ୍ ମ୍ୟାଚରେ ଧୋନିଙ୍କ ଆଙ୍ଗୁଠିରେ ଆଘାତ ଲାଗିଥିଲା । ଡ୍ରେସିଙ୍ଗ୍ ରୁମ୍ ଫେରିବା ସମୟରେ ଖୁବ୍ କଷ୍ଟରେ ଥିବା ଜଣାପଡୁଥିଲେ । ଆଉ ମ୍ୟାଚ୍ ପୁରା ହେବା ପରେ ଖେଳାଳିଙ୍କ ସହ ବାମ ହାତରେ ହ୍ୟାଣ୍ଡ ସେକ୍ କରିଥିଲେ ।

KNews Bureau

Recent Posts

ଆଜିର ରାଶିଫଳ: ବିଦ୍ୟାର୍ଥୀଙ୍କ ପାଇଁ ଦିନଟି ଶୁଭ, ଛାତ୍ରଛାତ୍ରୀ ପାଠପଢ଼ାରେ ପରିବର୍ତ୍ତନ ଆଣିବେ

ମେଷ: ଶୁଭ ସମାଚାର ମିଳିପାରେ । ଛାତ୍ରଛାତ୍ରୀମାନେ ପଢାପଢିରେ ପରିବର୍ତ୍ତନ ଆଣିବେ । ଅଫିସ୍ କାର୍ଯ୍ୟରେ ବିଳମ୍ବ ହେବ ।…

6 hours ago

ନାବାଳିକା ବଧୂ ହତ୍ୟା ମାମଲାରେ ପାଞ୍ଚ ଜଣଙ୍କୁ ଗିରଫ କଲା ପୋଲିସ

ବ୍ରହ୍ମପୁର : ଦିଗପହଣ୍ଡି ଥାନା ଭୀଷ୍ମଗିରୀରେ ନାବାଳିକା ବଧୂ ହତ୍ୟା ମାମଲାରେ ପାଞ୍ଚ ଜଣଙ୍କୁ ଗିରଫ କଲା ପୋଲିସ ।…

7 hours ago

ରୋଗୀଙ୍କୁ ଉତ୍ତମ ବ୍ୟବହାର ସହ ମାନବିକାତ ଦେଖାଅ, ମୁନ୍ନା ଭାଇ ଏମବିବିଏସ ସିନେମାର ଉପାଖ୍ୟାନ ଦେଲେ ସ୍ବାସ୍ଥ୍ୟମନ୍ତ୍ରୀ

ରୋଗୀଙ୍କୁ ଉତ୍ତମ ବ୍ୟବହାର ସହ ମାନବିକାତ ଦେଖାଅ। ମୁନ୍ନା ଭାଇ ଏମବିବିଏସ ସିନେମାର ଉପାଖ୍ୟାନ କହି, ଡାକ୍ତରମାନଙ୍କୁ ଏହି ଉପଦେଶ…

7 hours ago

ଓଡ଼ିଶା ଫେରିବେ କେନ୍ଦ୍ର କୃଷି ସଚିବ ମନୋଜ ଆହୁଜା, ହେବେ କି ରାଜ୍ୟରେ ନୂଆ ମୁଖ୍ୟ ସଚିବ !

ଭୁବନେଶ୍ୱର: ରାଜ୍ୟରେ ନୂଆ ମୁଖ୍ୟ ସଚିବ ହେବେ କି ମନୋଜ ଆହୁଜା? ଏହାକୁ ନେଇ ଜୋର ଧରିଛି ଚର୍ଚ୍ଚା ।…

8 hours ago

‘ଡ. ସାମନ୍ତଙ୍କ ଭଳି ସମର୍ପିତ ହୋଇ କାର୍ଯ୍ୟ କଲେ ଆର୍ଟ ଅଫ ଗିଭିଂର ଯଥାର୍ଥତା ପ୍ରତିପାଦିତ ହୋଇ ପାରିବ’

ଭଦ୍ରକ (କେନ୍ୟୁଜ୍‌) : ଭଦ୍ରକରେ ଜିଲ୍ଲା ସ୍ତରୀୟ ଆର୍ଟ ଅଫ ଗିଭିଂ ଦିବସ ସମାରୋହରେ ପାଳିତ ହୋଇଯାଇଛି । ଜିଲ୍ଲା…

9 hours ago

ସରୋଗେସି ମାଧ୍ୟମରେ ମା’ ହେଲେ ବି ମିଳିବ ୬ ମାସ ଛୁଟି

ମାତୃତ୍ୱ ଛୁଟି ଉପରେ ସରକାରଙ୍କର ବଡ଼ ନିଷ୍ପତ୍ତି । ସରୋଗେସି ମାଧ୍ୟମରେ ମାଆ ହେବାକୁ ଥିବା ମହିଳାମାନଙ୍କ ପାଇଁ ଖୁସି…

9 hours ago