Below header

ଆଙ୍ଗୁଠିରେ ଆଘାତ, ରକ୍ତ ଜମି ନଖ ପଡିଯାଇଥିଲା କଳା . . . ତଥାପି ମୈଦାନରେ ଚଟାଣ ପରି ଛିଡା ହୋଇଥିଲେ ମାହି

ଶେଷ ହୋଇଛି ବିରାଟ ବାହିନୀର ବିଶ୍ବ କପ୍ ଯାତ୍ରା । ସେମିଫାଇନାଲରେ ନ୍ୟୁଜିଲାଣ୍ଡଠୁ ହାରିବା ପରେ ବିଶ୍ବକପ୍ ଆଶା ମଉଳି ଯାଇଛି । ତେବେ ଏହି ଚର୍ଚ୍ଚା ନଥମୁଣୁ ଜୋର୍ ଧରିଛି ଧୋନିଙ୍କର କ୍ରିକେଟରୁ ସନ୍ୟାସ ନେବା ଖବର । ଅନେକ ଲୋକ କହୁଛନ୍ତି ଭାରତ ଫେରିବା ପରେ କ୍ରିକେଟକୁ ଅଲବିଦା କହିବେ ମାହି । ଆଉ କେହି କହୁଛନ୍ତି ଅଷ୍ଟ୍ରେଲିଆରେ ହେବାକୁ ଥିବା ଟି ୨୦ ବିଶ୍ବକପ୍ ଯାଏ ଅନ୍ତରାଷ୍ଟ୍ରିୟ କ୍ରିକେଟ୍ ଖେଳିବେ ଧୋନି ।

ms dhoniତେବେ ଏହି ସବୁ ଚର୍ଚ୍ଚା ମଧ୍ୟରେ ବିଶ୍ବକପକୁ ନେଇ ଆଉ ଏକ ଚାଂଚଲ୍ୟକର ଖବର ଆସିଛି ସାମ୍ନାକୁ । ବିଶ୍ବକପର ଅନେକ ମ୍ୟାଚରେ ଦେଖାଯାଇଛି କିପିଙ୍ଗ୍ ସମୟରେ ବଲ୍ ଧରିବାରେ କିଛି ଅସହଜ ଅନୁଭବ କରୁଥିଲେ ଧୋନି । ଯାହାକୁ ନେଇ ତାଙ୍କ ଖେଳ ଉପରେ ମଧ୍ୟ ଅନେକ ପ୍ରଶ୍ନ ଉଠିଥିଲା । ତେବେ କୁହାଯାଉଛି ଏସବୁ ତାଙ୍କ ଆଙ୍ଗୁଠିରେ ଆଘାତ ଲାଗଥିବା ଯୋଗୁଁ ହୋଇଛି । ଗୁରୁତର ଆହତ ଅବସ୍ଥାରେ ବି ବିଶ୍ବକପରେ ଖେଳିଛନ୍ତି ଧୋନି । ତାଙ୍କର ପିଠି, ବାମ ହାତ ଏବଂ ଡାହଣ ହାତର ଆଙ୍ଗୁଠିରେ ଗଭୀର ଆଘାତ ଲାଗିଛି । ଏହାର ଏକ ଫଟୋ ସୋସିଆଲ୍ ମିଡିଆରେ ଝଡ ପରି ଭାଇରାଲ୍ ହେଉଛି । ଯେଉଁଥିରେ ଦେଖିବାକୁ ମିଳିଛି ଧୋନି ତାଙ୍କର ଜଣେ ପ୍ରଶଂସକଙ୍କ ସହ ଛିଡା ହୋଇଛନ୍ତି ଏବଂ ତାଙ୍କ ଡାହଣ ହାତର ଆଙ୍ଗୁଠିରେ ବ୍ୟାଣ୍ଡେଜ୍ ଲାଗିଛି । ଅତି ନିକଟରୁ ଭଲ ଭାବରେ ଦେଖିଲେ ଜଣା ପଡୁଛି ଆଙ୍ଗୁଠିରେ ଗଭୀର ଆଘାତ ଲାଗିଛି ଏବଂ ରକ୍ତ ଜମାଟ ବାନ୍ଧି ନଖ କଳା ପଡିଯାଇଛି ।

ଏହା ସହ ପଢନ୍ତୁ ବେନି ଜନେ ସମଦଶା : ବିଶ୍ୱକପ୍‌ ସେମିଫାଇନାଲ୍‌ର କିଛି ଏମିତି କଥା, ସଂଯୋଗ ନା ଆଉ କିଛି ଭାବନ୍ତୁ ତ ?

ନ୍ୟୁଜିଲାଣ୍ଡ ବିପକ୍ଷ ସେମିଫାଇନାଲ୍ ମ୍ୟାଚରେ ଧୋନିଙ୍କ ଆଙ୍ଗୁଠିରେ ଆଘାତ ଲାଗିଥିଲା । ଡ୍ରେସିଙ୍ଗ୍ ରୁମ୍ ଫେରିବା ସମୟରେ ଖୁବ୍ କଷ୍ଟରେ ଥିବା ଜଣାପଡୁଥିଲେ । ଆଉ ମ୍ୟାଚ୍ ପୁରା ହେବା ପରେ ଖେଳାଳିଙ୍କ ସହ ବାମ ହାତରେ ହ୍ୟାଣ୍ଡ ସେକ୍ କରିଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.