ଫୁଟଫାଥ୍ ମୋ ଠିକଣା, ବିଧାନସଭାରେ ଏମତି କାହିିଁକି କହିଲେ ବିଧାୟକ ମୋହନ ମାଝୀ

କେନ୍ଦୁଝର (କେନ୍ୟୁଜ୍) : ଘର ନପାଇ ଅସହାୟ ହୋଇପଡ଼ିଛନ୍ତି ବିଧାୟକ। ଖୋଦ ରାଜଧାନୀ ଭୁବନେଶ୍ୱରରେ ଘର ପାଇଁ ବିଧାନସଭାରେ ଗୁହାରି କରିଛନ୍ତି ବିଧାୟକ। ବିଧାନସଭାର ଶୂନ୍ୟକାଳରେ ବିରୋଧୀ ଦଳର ମୁଖ୍ୟ ସଚେତକ ମୋହନ ମାଝୀ ଉଠାଇଛନ୍ତି ଏହି ପ୍ରସଙ୍ଗ। କହିଥିଲେ, ସେ ରାଜଧାନୀରେ ଏକପ୍ରକାର ଫୁଟପାଥରେ ରହୁଛନ୍ତି । ତାଙ୍କ ଠିକଣା ହେଉଛି ଫୁଟପାଥ୍, ଘର ଫୁଟପାଥ୍ । ବର୍ତ୍ତମାନ ଭୁବନେଶ୍ୱରରେ ରହିବାକୁ ତାଙ୍କର ଘର ଖଣ୍ଡେ ନାହିଁ। ବିଧାୟକ ଭାବେ ତାଙ୍କୁ ସରକାରୀ କ୍ୱାର୍ଟର୍ସ ମିଳି ନ ଥିବାରୁ ଏହି ପ୍ରସଙ୍ଗ ଉଠାଇ ବିଧାନସଭାରେ ବାଚସ୍ପତିଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.