Categories: କ୍ରୀଡା

ସେନାଙ୍କ ସୁରକ୍ଷା ପୋଷ୍ଟ ସମ୍ଭାଳିବେ ଧୋନୀ, ୧୫ ଦିନ ଯାଏ କଶ୍ମୀରରେ କରିବେ ପାଟ୍ରୋଲିଂ ଏବଂ ଗାର୍ଡ ଡ୍ୟୁଟି

ପୁଣି ଥରେ ଦେଶ ପାଇଁ ଲଢିବେ ଧୋନୀ । କରିବେ ଦେଶବାସୀଙ୍କୁ ରକ୍ଷା । ହେଲେ ଏଥର କ୍ରିକେଟ ମୈଦାନରେ ନୁହେଁ । ବରଂ ସେନାର ବର୍ଦ୍ଦିରେ ଦେଶକୁ ସୁରକ୍ଷା ଦେବେ କ୍ୟାପଟେନ୍ କୁଲ୍ । ୧୫ ଦିନ ପାଇଁ କଶ୍ମୀରରେ ରହି ଭାରତୀୟ ଯବାନଙ୍କ ପରି ବିତାଇବେ ଜୀବନ । ଏହି ୧୫ ଦିନ ମଧ୍ୟରେ ପାଟ୍ରୋଲିଂ ଏବଂ ଗାର୍ଡ ଡ୍ୟୁଟି କରିବେ ମାହି । ଏନେଇ ଭାରତୀୟ ସେନା ପକ୍ଷରୁ ସୂଚନା ଦିଆଯାଇଛି ।

ଜୁଲାଇ ୩୧ରୁ ଅଗଷ୍ଟ ୧୫ ପର୍ଯ୍ୟନ୍ତ ୧୦୬ ଟେରିଟୋରିଆଲ୍ ଆର୍ମି ବାଟାଲିୟନ ସହ କଶ୍ମୀରରେ ରହିବେ ଲେପ୍ଟନାଣ୍ଟ କର୍ଣ୍ଣେଲ ଏମ୍‌ଏସ୍‌ ଧୋନୀ ଧୋନୀ । ବିପଦଜ୍ଜନକ ଭିକ୍ଟର ଫୋର୍ସ ସହ ସାମିଲ ହୋଇ ସେ କଶ୍ମୀର ଘାଟିରେ ପାଟ୍ରୋଲିଂ, ଗାର୍ଡ ଓ ପୋଷ୍ଟ ଡ୍ୟୁଟି କରିବା ସହ ପୁରା ସମୟ ଯବାନଙ୍କ ସହ ରହିବେ ।

ଏହା ସହ ପଢନ୍ତୁ ଆର୍ମି ୟୁନିଫର୍ମରେ ଭାଇରାଲ୍ ହେଲା ମହେନ୍ଦ୍ର ସିଂହ ଧୋନିଙ୍କ ଭିଡିଓ, ଗାଡିରୁ ଓହ୍ଲାଇ କହୁଛନ୍ତି ‘ଜୟହିନ୍ଦ୍‌’

ଏହା ପୂର୍ବରୁ ମଧ୍ୟ ଜମ୍ମୁ କଶ୍ମୀର ଯାଇ ସାରିଛନ୍ତି ଧୋନୀ । ୨୦୧୭ରେ ସେ ବାରାମୁଳ ଯାଇଥିଲେ, ଯେଉଁଠାରେ ଆର୍ମି ପକ୍ଷରୁ ଆୟୋଜିତ ହୋଇଥିବା କ୍ରିକେଟ୍ ମ୍ୟାଚରେ ଗେଷ୍ଟ ଭାବରେ ଯୋଗ ଦେଇଥିଲେ । ୩୮ବର୍ଷୀୟ ଧୋନୀଙ୍କୁ ୨୦୧୧ରେ ଲେପ୍ଟନାଣ୍ଟ କର୍ଣ୍ଣେଲର ସମ୍ମାନ ଦିଆଯାଇଥିଲା । ୨୦୧୫ରେ ସେ ଭାରତୀୟ ଏୟାରକ୍ରାପ୍ଟରୁ ୫ଥର ପାରାଚ୍ୟୁଟ୍‌ ସାହାଯ୍ୟରେ ସଫଳ ଭାବରେ ଡ଼େଇଁ ପାରାଟ୍ରୁପର ଟ୍ରେନିଂକୁ ସଫଳ ଭାବେ ପୂରା କରିଥିଲେ ।

ତେବେ ଧୋନୀଙ୍କ ସେନା ପ୍ରେମ କାହାକୁ ଅଛପା ନାହିଁ । ବିଶ୍ବକପ୍ ସମୟରେ ବଳିଦାନ ବ୍ୟାଜ୍ ପିନ୍ଧି ମୈଦାନକୁ ଓହ୍ଲାଇଥିଲେ ମାହି । ଯାହା ପରେ ସେ ବିବାଦରେ ଫସିଯାଇଥିଲେ । ବର୍ତ୍ତମାନ ଭାରତୀୟ ଟିମ୍ ୱେଷ୍ଟଇଣ୍ଡିଜ୍ ଗସ୍ତରେ ଅଛି । ଏଥରେ ଧୋନୀଙ୍କ ସ୍ଥାନରେ ଯୁବ ଖେଳାଳି ପନ୍ତଙ୍କୁ ସୁଯୋଗ ଦିଆଯାଇଛି ।

KNews Bureau

Recent Posts

ଆଜିର ରାଶିଫଳ: ବିଦ୍ୟାର୍ଥୀଙ୍କ ପାଇଁ ଦିନଟି ଶୁଭ, ଛାତ୍ରଛାତ୍ରୀ ପାଠପଢ଼ାରେ ପରିବର୍ତ୍ତନ ଆଣିବେ

ମେଷ: ଶୁଭ ସମାଚାର ମିଳିପାରେ । ଛାତ୍ରଛାତ୍ରୀମାନେ ପଢାପଢିରେ ପରିବର୍ତ୍ତନ ଆଣିବେ । ଅଫିସ୍ କାର୍ଯ୍ୟରେ ବିଳମ୍ବ ହେବ ।…

5 hours ago

ନାବାଳିକା ବଧୂ ହତ୍ୟା ମାମଲାରେ ପାଞ୍ଚ ଜଣଙ୍କୁ ଗିରଫ କଲା ପୋଲିସ

ବ୍ରହ୍ମପୁର : ଦିଗପହଣ୍ଡି ଥାନା ଭୀଷ୍ମଗିରୀରେ ନାବାଳିକା ବଧୂ ହତ୍ୟା ମାମଲାରେ ପାଞ୍ଚ ଜଣଙ୍କୁ ଗିରଫ କଲା ପୋଲିସ ।…

6 hours ago

ରୋଗୀଙ୍କୁ ଉତ୍ତମ ବ୍ୟବହାର ସହ ମାନବିକାତ ଦେଖାଅ, ମୁନ୍ନା ଭାଇ ଏମବିବିଏସ ସିନେମାର ଉପାଖ୍ୟାନ ଦେଲେ ସ୍ବାସ୍ଥ୍ୟମନ୍ତ୍ରୀ

ରୋଗୀଙ୍କୁ ଉତ୍ତମ ବ୍ୟବହାର ସହ ମାନବିକାତ ଦେଖାଅ। ମୁନ୍ନା ଭାଇ ଏମବିବିଏସ ସିନେମାର ଉପାଖ୍ୟାନ କହି, ଡାକ୍ତରମାନଙ୍କୁ ଏହି ଉପଦେଶ…

7 hours ago

ଓଡ଼ିଶା ଫେରିବେ କେନ୍ଦ୍ର କୃଷି ସଚିବ ମନୋଜ ଆହୁଜା, ହେବେ କି ରାଜ୍ୟରେ ନୂଆ ମୁଖ୍ୟ ସଚିବ !

ଭୁବନେଶ୍ୱର: ରାଜ୍ୟରେ ନୂଆ ମୁଖ୍ୟ ସଚିବ ହେବେ କି ମନୋଜ ଆହୁଜା? ଏହାକୁ ନେଇ ଜୋର ଧରିଛି ଚର୍ଚ୍ଚା ।…

7 hours ago

‘ଡ. ସାମନ୍ତଙ୍କ ଭଳି ସମର୍ପିତ ହୋଇ କାର୍ଯ୍ୟ କଲେ ଆର୍ଟ ଅଫ ଗିଭିଂର ଯଥାର୍ଥତା ପ୍ରତିପାଦିତ ହୋଇ ପାରିବ’

ଭଦ୍ରକ (କେନ୍ୟୁଜ୍‌) : ଭଦ୍ରକରେ ଜିଲ୍ଲା ସ୍ତରୀୟ ଆର୍ଟ ଅଫ ଗିଭିଂ ଦିବସ ସମାରୋହରେ ପାଳିତ ହୋଇଯାଇଛି । ଜିଲ୍ଲା…

8 hours ago

ସରୋଗେସି ମାଧ୍ୟମରେ ମା’ ହେଲେ ବି ମିଳିବ ୬ ମାସ ଛୁଟି

ମାତୃତ୍ୱ ଛୁଟି ଉପରେ ସରକାରଙ୍କର ବଡ଼ ନିଷ୍ପତ୍ତି । ସରୋଗେସି ମାଧ୍ୟମରେ ମାଆ ହେବାକୁ ଥିବା ମହିଳାମାନଙ୍କ ପାଇଁ ଖୁସି…

8 hours ago