Below header

ସେନାଙ୍କ ସୁରକ୍ଷା ପୋଷ୍ଟ ସମ୍ଭାଳିବେ ଧୋନୀ, ୧୫ ଦିନ ଯାଏ କଶ୍ମୀରରେ କରିବେ ପାଟ୍ରୋଲିଂ ଏବଂ ଗାର୍ଡ ଡ୍ୟୁଟି

ପୁଣି ଥରେ ଦେଶ ପାଇଁ ଲଢିବେ ଧୋନୀ । କରିବେ ଦେଶବାସୀଙ୍କୁ ରକ୍ଷା । ହେଲେ ଏଥର କ୍ରିକେଟ ମୈଦାନରେ ନୁହେଁ । ବରଂ ସେନାର ବର୍ଦ୍ଦିରେ ଦେଶକୁ ସୁରକ୍ଷା ଦେବେ କ୍ୟାପଟେନ୍ କୁଲ୍ । ୧୫ ଦିନ ପାଇଁ କଶ୍ମୀରରେ ରହି ଭାରତୀୟ ଯବାନଙ୍କ ପରି ବିତାଇବେ ଜୀବନ । ଏହି ୧୫ ଦିନ ମଧ୍ୟରେ ପାଟ୍ରୋଲିଂ ଏବଂ ଗାର୍ଡ ଡ୍ୟୁଟି କରିବେ ମାହି । ଏନେଇ ଭାରତୀୟ ସେନା ପକ୍ଷରୁ ସୂଚନା ଦିଆଯାଇଛି ।

ଜୁଲାଇ ୩୧ରୁ ଅଗଷ୍ଟ ୧୫ ପର୍ଯ୍ୟନ୍ତ ୧୦୬ ଟେରିଟୋରିଆଲ୍ ଆର୍ମି ବାଟାଲିୟନ ସହ କଶ୍ମୀରରେ ରହିବେ ଲେପ୍ଟନାଣ୍ଟ କର୍ଣ୍ଣେଲ ଏମ୍‌ଏସ୍‌ ଧୋନୀ ଧୋନୀ । ବିପଦଜ୍ଜନକ ଭିକ୍ଟର ଫୋର୍ସ ସହ ସାମିଲ ହୋଇ ସେ କଶ୍ମୀର ଘାଟିରେ ପାଟ୍ରୋଲିଂ, ଗାର୍ଡ ଓ ପୋଷ୍ଟ ଡ୍ୟୁଟି କରିବା ସହ ପୁରା ସମୟ ଯବାନଙ୍କ ସହ ରହିବେ ।

ଏହା ସହ ପଢନ୍ତୁ ଆର୍ମି ୟୁନିଫର୍ମରେ ଭାଇରାଲ୍ ହେଲା ମହେନ୍ଦ୍ର ସିଂହ ଧୋନିଙ୍କ ଭିଡିଓ, ଗାଡିରୁ ଓହ୍ଲାଇ କହୁଛନ୍ତି ‘ଜୟହିନ୍ଦ୍‌’

ms dhoniଏହା ପୂର୍ବରୁ ମଧ୍ୟ ଜମ୍ମୁ କଶ୍ମୀର ଯାଇ ସାରିଛନ୍ତି ଧୋନୀ । ୨୦୧୭ରେ ସେ ବାରାମୁଳ ଯାଇଥିଲେ, ଯେଉଁଠାରେ ଆର୍ମି ପକ୍ଷରୁ ଆୟୋଜିତ ହୋଇଥିବା କ୍ରିକେଟ୍ ମ୍ୟାଚରେ ଗେଷ୍ଟ ଭାବରେ ଯୋଗ ଦେଇଥିଲେ । ୩୮ବର୍ଷୀୟ ଧୋନୀଙ୍କୁ ୨୦୧୧ରେ ଲେପ୍ଟନାଣ୍ଟ କର୍ଣ୍ଣେଲର ସମ୍ମାନ ଦିଆଯାଇଥିଲା । ୨୦୧୫ରେ ସେ ଭାରତୀୟ ଏୟାରକ୍ରାପ୍ଟରୁ ୫ଥର ପାରାଚ୍ୟୁଟ୍‌ ସାହାଯ୍ୟରେ ସଫଳ ଭାବରେ ଡ଼େଇଁ ପାରାଟ୍ରୁପର ଟ୍ରେନିଂକୁ ସଫଳ ଭାବେ ପୂରା କରିଥିଲେ ।

ତେବେ ଧୋନୀଙ୍କ ସେନା ପ୍ରେମ କାହାକୁ ଅଛପା ନାହିଁ । ବିଶ୍ବକପ୍ ସମୟରେ ବଳିଦାନ ବ୍ୟାଜ୍ ପିନ୍ଧି ମୈଦାନକୁ ଓହ୍ଲାଇଥିଲେ ମାହି । ଯାହା ପରେ ସେ ବିବାଦରେ ଫସିଯାଇଥିଲେ । ବର୍ତ୍ତମାନ ଭାରତୀୟ ଟିମ୍ ୱେଷ୍ଟଇଣ୍ଡିଜ୍ ଗସ୍ତରେ ଅଛି । ଏଥରେ ଧୋନୀଙ୍କ ସ୍ଥାନରେ ଯୁବ ଖେଳାଳି ପନ୍ତଙ୍କୁ ସୁଯୋଗ ଦିଆଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.