ବିଦେଶ ମାଟିରେ ଜଲଓ୍ଵା ଦେଖାଇବେ ଦୁଇ ଓଡ଼ିଆ, ବିଶ୍ୱ ତାଇକୋଣ୍ଡୋ ଚମ୍ପିଆନସିପରେ ନେବେ ଭାଗ

ସୁବର୍ଣ୍ଣପୁର (କେନ୍ୟୁଜ୍) : ବିଦେଶ ମାଟିରେ ଜଲଓ୍ଵା ଦେଖାଇବେ ଦୁଇ ଓଡ଼ିଆ । ଆସନ୍ତା ୨୬ରୁ ୨୯ ତାରିଖ ପର‌୍ୟ୍ୟନ୍ତ ଜୋଡାନର ଅମନରେ ଅନୁଷ୍ଠିତ ହେବାକୁ ଥିବା ବିଶ୍ୱ ତାଇକୋଣ୍ଡୋ ଚମ୍ପିଆନସିପରେ ଭାଗ ନେବେ ସୁବର୍ଣ୍ଣପୁର ଜିଲ୍ଲାର ଦୁଇ କ୍ରୀଡାବିତ । ୧୮ ଜଣିଆ ଭାରତୀୟ ଦଳରେ ଓଡ଼ିଶାର ୩ କ୍ରୀଡାବିତଙ୍କ ମଧ୍ୟରୁ ୨ ଜଣ ସୁବର୍ଣ୍ଣପୁରର ସ୍ଥାନ ପାଇଛନ୍ତି । ଏମାନେ ହେଲେ ଏହେସାସ ହୋତା ଓ ଅନନ୍ୟା ସାହୁ । ୧୮ ଜଣିଆ ଭାରତୀୟ ଦଳର ୫୪ କେଜି ପୁରୁଷ ବର୍ଗରେ ଏହେସାସ ହୋତା ଓ ୪୧ କେଜି ମହିଳା ବର୍ଗରେ ଅନନ୍ୟା ସାହୁଙ୍କୁ ସ୍ଥାନ ମିଳିଛି । ପୂର୍ବରୁ ଏହେସାସ ଜାତୀୟ ସ୍ତରରେ ୯ଥର ଜାତୀୟ ସ୍ତରରେ ସ୍ୱର୍ଣ୍ଣ ଜିତିଥିବା ବେଳେ ଚାରିଥର ଆନ୍ତଜାର୍ତୀୟ ପ୍ରତିଯୋଗିତାରେ ସଫଳତା ପାଇଛନ୍ତି । ଏଥର ତାଙ୍କ ଛାତ୍ରୀ ଅନନ୍ୟାଙ୍କୁ ବି ବିଶ୍ୱ ତାଇକୋଣ୍ଡୋ ପ୍ରତିଯୋଗିତାରେ ଭାଗ ନେବାରେ ସୁଯୋଗ ମିଳିଛି ।

Leave A Reply

Your email address will not be published.