କ୍ରୀଡା

ଟି୨୦ ବିଶ୍ୱକପ ୨୦୨୪: ଟୁର୍ଣ୍ଣାମେଣ୍ଟରୁ ବାଦ୍‌ ପଡିଲେ ନାମ୍ବିଆ ଏବଂ ଓମାନ, ସୁପର-୮ରୁ ବାଦ୍‌

ଟି୨୦ ବିଶ୍ୱକପ ୨୦୨୪ରେ ଏପର୍ଯ୍ୟନ୍ତ ୨୪ ମ୍ୟାଚ ଖେଳ ସାରିଲାଣି । ଚଳିତ ଟୁର୍ଣ୍ଣାମେଣ୍ଟରେ ୨୦ଟି ଟିମ୍‌ ଖେଳୁଛି । କେତେ ଟିମ ସୁପର-୮ରେ ପହ୍ଚିଛି । କିନ୍ତୁ ଚଳିତ ଟୁର୍ଣ୍ଣାମେଣ୍ଟରେ ୨ଟି ଟିମ୍‌ ସୁପର-୮ ରେସରୁ ବାଦ୍‌ ପଡିଛନ୍ତି । ନାମ୍ବିଆ ଏବଂ ଓମାନ ଟିମ୍‌ ବିଶ୍ୱକପରୁ ବାଦ୍‌ ପଡିଛି ।

ଆଜି ଅଷ୍ଟ୍ରେଲିଆ ଏବଂ ନାମ୍ବିଆ ମଧ୍ୟରେ ମ୍ୟାଚ ଥିଲା । ନର୍ଥ ସାଉଣ୍ଡର ସର ଭିଭିଅନ ରିଚାର୍ଡ ଷ୍ଟାଡି’ମରେ ଖେଳାଯାଇଥିବା ମ୍ୟାଚରେ ନାମ୍ବିଆ ଟିମ୍‌ ପ୍ରଥମେ ବ୍ୟାଟିଂ କରି ୭୨ ରନ୍‌ କରି ଅଲଆଉଟ ହୋଇଥିଲା । ଏହାର ଜବାବରେ ଅଷ୍ଟ୍ରେଲିଆ ମାତ୍ର ୫.୪ ଓଭରରେ ଏକ ଓ୍ଵିକେଠ ହରାଇ ୭୪ ରନ୍‌ କରିଥିଲା । ଏହି ମ୍ୟାଚରେ ଅଷ୍ଟ୍ରେଲିଆ ପ୍ରଥମେ ଟସ ଜିତି ବୋଲିଂ ନିଷ୍ପତ୍ତି ନେଇଥିଲା ।

ସେହିପରି ଓମାନ ଟିମ୍‌ ସୁପର-୮ ରେସରୁ ବାଦ୍‌ ପଡିସାରିଛି । ଟି୨୦ ବିଶ୍ୱକପରେ ଗୋଟିଏ ବି ମ୍ୟାଚ ଜିତିନାହିଁ ଓମାନ ।

ନାମ୍ବିଆ ଏବଂ ସମାନ ଟିମ୍‌ ଗ୍ରୁପ ବିରେ ରହିଛି । ଏହି ଗ୍ରୁପରେ ସୁପର-୮ ରେସରେ କେବଳ ୩ଟି ଟିମ୍‌ ରହିଛି । ଅଷ୍ଟ୍ରେଲିଆ ସୁପର-୮ରେ ଏଣ୍ଟ୍ରି କରିସାରିଛି । ଏବେ ବଂଚିଥିବା ଗୋଟିଏ ସ୍ଥାନ ପାଇଁ ସ୍କଟଲାଣ୍ଡ ଏବଂ ଇଂଲଣ୍ଡ ମଧ୍ୟରେ ଟକ୍କର ହେବ । ସ୍କଟଲାଣ୍ଡ ୩ଟି ମ୍ୟାଚରୁ ୫ ପଏଣ୍ଟ ପାଇଛି । ସେହିପରି ଇଂଲଣ୍ଡ ୨ଟି ମ୍ୟାଚରୁ ୧ ପଏଣ୍ଟ ମିଳିଛି । ଇଂଲଣ୍ଡ ସୁପର-୮ରେ ପହଂଚିବା ବହୁତ ମୁସ୍କିଲ । ଯଦି ଇଂଲଣ୍ଡ ଗୋଟିଏ ମ୍ୟାଚ ହାରିବ ତେବେ ସୁପର-୮ ରେସରୁ ବାଦ୍‌ ପଡିବ । ସ୍କଟଲାଣ୍ଡ ଜିତିଲେ ବି ଇଂଲଣ୍ଡ ବାଦ୍‌ ପଡିବ ।

Swagatika

Recent Posts

ବାଲେଶ୍ବରରେ ସ୍ବାଭାବିକ ହେଉଛି ସ୍ଥିତି : ସକାଳ ୫ଟାରୁ ରାତି ୯ଟା ପର୍ଯ୍ୟନ୍ତ କର୍ଫ୍ୟୁ କୋହଳ

ବାଲେଶ୍ବର (କେନ୍ୟୁଜ): ବାଲେଶ୍ବରରେ ସ୍ବାଭାବିକ ହେଉଛି ସ୍ଥିତି । ପୌରପାଳିକାର ବିଭିନ୍ନ ଅଞ୍ଚଳରେ କୋହଳ ହେଉଛି କର୍ଫ୍ୟୁ । ଆଜି…

33 seconds ago

ଟ୍ରକକୁ ଧକ୍କା ଦେଇ ଜଳିଗଲା ଆମ୍ବୁଲାନ୍ସ, ରୋଗୀ ସମେତ ୪ ଗୁରୁତର

ଜଳେଶ୍ବର (କେନ୍ୟୁଜ): ଟ୍ରକକୁ ଧକ୍କା ଦେଇ ଜଳିଗଲା ଆମ୍ବୁଲାନ୍ସ । ରୋଗୀ ସମେତ ୪ ଜଣ ଆମ୍ବୁଲାନ୍ସ କର୍ମଚାରୀ ଗୁରୁତର…

17 mins ago

ଅଣସର ନୀତି: ଜ୍ବରରେ ଆକ୍ରାନ୍ତ ମହାପ୍ରଭୁ, ପୂଜା ପାଇବେ ପଟି ଦିଅଁ

ପୁରୀ (କେନ୍ୟୁଜ): ଅତ୍ୟଧିକ ସ୍ନାନଯୋଗୁ ମହାପ୍ରଭୁ ଏବେ ଅସୁସ୍ଥ।  ଗତକାଲି ସ୍ନାନବେଦିରେ ୧୦୮ ଗରା ସୁବାସିତ ଜଳରେ ସ୍ନାନ ପରେ…

32 mins ago

ଅଣସର ଘରେ ମହାପ୍ରଭୁ, ଆଜିଠୁ ଅଲାରନାଥ ଦର୍ଶନ

ବ୍ରହ୍ମଗିରି (କେନ୍ୟୁଜ): ଆଜି ଠାରୁ ମହାପ୍ରଭୁ ଅଲାରନାଥଙ୍କ ଅଣସର ଦର୍ଶନ । ଚଳିତ ବର୍ଷ ୧୩ଦିନ ଧରି ଚାଲିବ ଏହି…

45 mins ago

ନିଟ୍ ପ୍ରଶ୍ନପତ୍ର ଲିକ୍ ବିବାଦ ମାମଲାରେ ବଡ଼ ଘୋଷଣା, CBIକୁ ତଦନ୍ତ ଭାର ହସ୍ତାନ୍ତର

ନୂଆଦିଲ୍ଲୀ : ଥମୁନି ନିଟ୍ ବିବାଦ । ନିଟ୍ ପ୍ରଶ୍ନପତ୍ର ଲିକ୍ ବିବାଦ ମାମଲାରେ କେନ୍ଦ୍ର ସରକାରଙ୍କ ବଡ଼ ଘୋଷଣା…

45 mins ago

ଆଜିର ରାଶିଫଳ : ଆଜି ଏହି ରାଶିର ଲୋକଙ୍କୁ କିଛି ନୂଆ କାର୍ଯ୍ୟ କରିବାକୁ ମିଳିବ, ବନ୍ଧୁଙ୍କ ସହ ଖୁସିର ସମୟ କାଟିବେ

ମେଷ: ଆଜି ଆପଣଙ୍କ ପାଇଁ ଦିନଟି ମିଶ୍ରିତ ରୂପେ ଲାଭଦାୟକ ରହିବ । ପାରିବାରିକ ସମ୍ପର୍କ ମଧୁର ହେବ ।…

8 hours ago