କ୍ରୀଡା

ଗୋଲ୍‌ ସ୍କୋରିଂରେ ବିଶ୍ୱ ରେକର୍ଡ଼ କଲା ନେଦରଲାଣ୍ଡସ, ଗୋଲ୍‌ ବର୍ଷା କରି ଚିଲିକୁ ୧୪-୦ରେ ହରାଇଲା

ଭୁବନେଶ୍ୱର (କେନ୍ୟୁଜ୍‌) : କଳିଙ୍ଗ ଷ୍ଟାଡିୟମ୍‌ରେ ଆଜି ଗୋଲ୍‌ର ବର୍ଷା । ଦନାଦନ୍‌ ଗୋଲ୍‌ କଲା ନେଦରଲାଣ୍ଡସ । ହକି ବିଶ୍ୱ କପ୍‌ରେ ଆଜିର ପ୍ରଥମ ମ୍ୟାଚ୍‌ରେ ନେଦରଲାଣ୍ଡସ ତାଠାରୁ ବହୁ ଗୁଣରେ ଦୁର୍ବଳ ଚିଲିକୁ ୧୪-୦ ଗୋଲ୍‌ରେ ପରାସ୍ତ କରିଛି ।

ଗ୍ରୁପ୍‌ ‘ସି’ରେ ଶ୍ରେଷ୍ଠ ଦଳ ହେଉଛି ନେଦରଲାଣ୍ଡସ । ପୂର୍ବରୁ ଦୁଇଟି ମ୍ୟାଚ୍‌ ଜିତି ପଏଣ୍ଟ ଟେବୁଲ ଶୀର୍ଷରେ ଅଛି । ଆଜିର ଏହି ବିପୁଳ ବିଜୟ ସହ କ୍ୱାର୍ଟରଫାଇନାଲ୍‌ ରାସ୍ତା ସଫା କରି ଦେଇଛି ଡଚ୍‌ ଦଳ । ଟିମ୍‌ର ଅଧିନାୟକ ଥିଏରୀ ବ୍ରିଙ୍କମ୍ୟାନ୍‌ ଆଜି ‘ହ୍ୟାଟ୍ରିକ୍‌’ ଅର୍ଜନ କରିଛନ୍ତି ।

ଏହି ବିଜୟ ସହ ନେଦରଲାଣ୍ଡସ ଏକ ବିଶ୍ୱ ରେକର୍ଡ଼ ମଧ୍ୟ କରିଛି । ବିଶ୍ୱ କପ୍‌ରେ ଗୋଟିଏ ମ୍ୟାଚ୍‌ରେ ସର୍ବାଧିକ ଗୋଲ୍‌ କରିବାର ପୁରୁଣା ରେକର୍ଡ଼ ଭାଙ୍ଗିଛି । ପୂର୍ବରୁ ଅଷ୍ଟ୍ରେଲିଆ ନାଁରେ ଏହି ରେକର୍ଡ଼ ଥିଲା । ଗୋଟିଏ ମ୍ୟାଚ୍‌ରେ ଅଷ୍ଟ୍ରେଲିଆ ସର୍ବାଧିକ ୧୨ଟି ଗୋଲ୍‌ ଦେଇଥିବା ବେଳେ ନେଦରଲାଣ୍ଡ ଗୋଲ୍‌ ସ୍କୋର ସଂଖ୍ୟାକୁ ୧୪ରେ ପହଞ୍ଚାଇ ନୂଆ ରେକର୍ଡ଼ କରିଛି । ୨୦୧୦ରେ ଦକ୍ଷିଣ ଆଫ୍ରିକା ବିପକ୍ଷରେ ଅଷ୍ଟ୍ରେଲିଆ ୧୨ଟି ଗୋଲ୍‌ କରିଥିଲା ।
ନେଦରଲାଣ୍ଡସ ଦଳର ଜିପ୍‌ ୟାନସେନ୍‌ ସର୍ବାଧିକ ଗୋଲ୍‌ କରି ପ୍ଲେୟାର ଅଫ୍‌ ଦ ମ୍ୟାଚ୍‌ ହୋଇଛନ୍ତି ।

ଆଜି ରାତି ୭ଟା ବେଳକୁ କଳିଙ୍ଗ ଷ୍ଟାଡିୟମ୍‌ରେ ଗ୍ରୁପ୍‌ ‘ଡି’ ମ୍ୟାଚ୍‌ରେ ଭାରତୀୟ ଦଳ ତାର ଶେଷ ଲିଗ୍‌ ମ୍ୟାଚ୍‌ରେ େଓ୍ଵଲସକୁ ଭେଟିବ ।

 

KNews Bureau

Recent Posts

ଆଜିର ରାଶିଫଳ: ବିଦ୍ୟାର୍ଥୀଙ୍କ ପାଇଁ ଦିନଟି ଶୁଭ, ଛାତ୍ରଛାତ୍ରୀ ପାଠପଢ଼ାରେ ପରିବର୍ତ୍ତନ ଆଣିବେ

ମେଷ: ଶୁଭ ସମାଚାର ମିଳିପାରେ । ଛାତ୍ରଛାତ୍ରୀମାନେ ପଢାପଢିରେ ପରିବର୍ତ୍ତନ ଆଣିବେ । ଅଫିସ୍ କାର୍ଯ୍ୟରେ ବିଳମ୍ବ ହେବ ।…

7 hours ago

ନାବାଳିକା ବଧୂ ହତ୍ୟା ମାମଲାରେ ପାଞ୍ଚ ଜଣଙ୍କୁ ଗିରଫ କଲା ପୋଲିସ

ବ୍ରହ୍ମପୁର : ଦିଗପହଣ୍ଡି ଥାନା ଭୀଷ୍ମଗିରୀରେ ନାବାଳିକା ବଧୂ ହତ୍ୟା ମାମଲାରେ ପାଞ୍ଚ ଜଣଙ୍କୁ ଗିରଫ କଲା ପୋଲିସ ।…

8 hours ago

ରୋଗୀଙ୍କୁ ଉତ୍ତମ ବ୍ୟବହାର ସହ ମାନବିକାତ ଦେଖାଅ, ମୁନ୍ନା ଭାଇ ଏମବିବିଏସ ସିନେମାର ଉପାଖ୍ୟାନ ଦେଲେ ସ୍ବାସ୍ଥ୍ୟମନ୍ତ୍ରୀ

ରୋଗୀଙ୍କୁ ଉତ୍ତମ ବ୍ୟବହାର ସହ ମାନବିକାତ ଦେଖାଅ। ମୁନ୍ନା ଭାଇ ଏମବିବିଏସ ସିନେମାର ଉପାଖ୍ୟାନ କହି, ଡାକ୍ତରମାନଙ୍କୁ ଏହି ଉପଦେଶ…

8 hours ago

ଓଡ଼ିଶା ଫେରିବେ କେନ୍ଦ୍ର କୃଷି ସଚିବ ମନୋଜ ଆହୁଜା, ହେବେ କି ରାଜ୍ୟରେ ନୂଆ ମୁଖ୍ୟ ସଚିବ !

ଭୁବନେଶ୍ୱର: ରାଜ୍ୟରେ ନୂଆ ମୁଖ୍ୟ ସଚିବ ହେବେ କି ମନୋଜ ଆହୁଜା? ଏହାକୁ ନେଇ ଜୋର ଧରିଛି ଚର୍ଚ୍ଚା ।…

9 hours ago

‘ଡ. ସାମନ୍ତଙ୍କ ଭଳି ସମର୍ପିତ ହୋଇ କାର୍ଯ୍ୟ କଲେ ଆର୍ଟ ଅଫ ଗିଭିଂର ଯଥାର୍ଥତା ପ୍ରତିପାଦିତ ହୋଇ ପାରିବ’

ଭଦ୍ରକ (କେନ୍ୟୁଜ୍‌) : ଭଦ୍ରକରେ ଜିଲ୍ଲା ସ୍ତରୀୟ ଆର୍ଟ ଅଫ ଗିଭିଂ ଦିବସ ସମାରୋହରେ ପାଳିତ ହୋଇଯାଇଛି । ଜିଲ୍ଲା…

10 hours ago

ସରୋଗେସି ମାଧ୍ୟମରେ ମା’ ହେଲେ ବି ମିଳିବ ୬ ମାସ ଛୁଟି

ମାତୃତ୍ୱ ଛୁଟି ଉପରେ ସରକାରଙ୍କର ବଡ଼ ନିଷ୍ପତ୍ତି । ସରୋଗେସି ମାଧ୍ୟମରେ ମାଆ ହେବାକୁ ଥିବା ମହିଳାମାନଙ୍କ ପାଇଁ ଖୁସି…

10 hours ago