କ୍ରୀଡା

କୋହଲିଙ୍କ ଅଧିନାୟକତ୍ୱରେ ଏମିତି ହେଲା ପ୍ରଥମଥର, ସିରିଜ୍‌ର ସବୁ ମ୍ୟାଚ୍‌ ହାରିଲା ଭାରତୀୟ ଦଳ

ମୌଙ୍ଗାନୁଇ (ନ୍ୟୁଜିଲାଣ୍ଡ) : କେ.ଏଲ୍‌ ରାହୁଲଙ୍କ ଶତକ ବେକାର, ଶ୍ରେୟଶ ଆୟରଙ୍କ ଅର୍ଦ୍ଧଶତକ ବେକାର ଗଲା । କାରଣ ଗପ୍‌ଟିଲ, ନିକୋଲସ ଓ ଗ୍ରାଣ୍ଡହୋମ୍‌ଙ୍କ ଅର୍ଦ୍ଧଶତକ ତୃତୀୟ ତଥା ଶେଷ ଦିନିକିଆରେ ନ୍ୟୁଜିଲାଣ୍ଡକୁ ବିଜୟୀ କରାଇଛି । ଭାରତ ପ୍ରଥମେ ବ୍ୟାଟିଂ କରି ୭ ଓ୍ଵିକେଟ୍‌ରେ ୨୯୬ ରନ୍‌ କରିଥିଲା । ହେଲେ ନ୍ୟୁଜିଲାଣ୍ଡ ୪୭.୧ ଓଭର୍‌ରେ ୫ ଓ୍ଵିକେଟ୍‌ ହରାଇ ୩୦୦ ରନ୍‌ କରି ଜୋରଦାର ବିଜୟ ହାସଲ କରିଛି । ଏହି ବିଜୟ ସହ ୩-୦ରେ ସିରିଜ୍‌ ହାତେଇବା ସହିତ କୋହଲି ବାହିନୀ ଠାରୁ ଘରୋଇ ଦଳ ଟି-୨୦ ସିରିଜ୍‌ ପରାଜୟର ପ୍ରତିଶୋଧ ନେଇଛି ।

ଭାରତ ପକ୍ଷରୁ ପୃଥ୍ଵୀ ସ ୪୨ ବଲ୍‌ରେ ୪୦ ରନ୍‌ (୩ ଚୌକା, ୨ ଛକା), ଆୟର ୬୩ ବଲ୍‌ରେ ୬୨ ରନ୍‌ (୯ ଚୌକା), ରାହୁଲ ୧୧୩ ବଲ୍‌ରେ ୧୧୨ ରନ୍‌ (୯ ଚୌକା, ୨ ଛକା) ଏବଂ ମନୀଷ ପାଣ୍ଡେ ୪୮ ବଲ୍‌ରେ ୪୨ ରନ୍‌ ସ୍କୋର୍‌ କରିଥିଲେ । ମୟଙ୍କ ଅଗ୍ରଓ୍ଵାଲ ୧ ଏବଂ ଅଧିନାୟକ ବିରାଟ କୋହଲି ମାତ୍ର ୯ ରନ୍‌ କରି ପାରିଥିଲେ । ନ୍ୟୁଜିଲାଣ୍ଡ ତରଫରୁ ବେନେଟ୍‌ ନେଇଥିଲେ ୪ଟି ଓ୍ଵିକେଟ୍‌ । ନ୍ୟୁଜିଲାଣ୍ଡ ବ୍ୟାଟିଂରେ ଗପ୍‌ଟିଲ୍‌ ୪୬ ବଲ୍‌ରୁ ୬୬ ରନ୍‌ (୬ ଚୌକା, ୪ ଛକା), ନିକୋଲସ୍‌ ୧୦୩ ବଲ୍‌ ଖେଳି ୮୦ ରନ୍‌ (୯ଚୌକା), ଲଥାମ୍‌ ୩୨ ଏବଂ ଗ୍ରାଣ୍ଡହୋମ୍‌ ଅପରାଜିତ ୫୮ ରନ୍‌ ( ୨୮ ବଲ୍‌, ୬ ଚୌକା ଓ ୩ ଛକା) କରିଥିଲେ ।

ହେନରୀ ନିକୋଲସ୍‌ ମ୍ୟାନ୍‌ ଅଫ ଦି ମ୍ୟାଚ୍‌ ଏବଂ ରଜ୍‌ ଟେଲର୍‌ ମ୍ୟାନ୍‌ ଅଫ୍‌ ଦି ସିରିଜ୍‌ ବିବେଚିତ ହୋଇଛନ୍ତି । କୋହଲିଙ୍କ ଅଧିନାୟକତ୍ୱରେ ପ୍ରଥମଥର ଭାରତ ସବୁ ମ୍ୟାଚ୍‌ ସହ ସିରିଜ୍‌ ହାରିଛି ।

KNews Bureau

Recent Posts

ଦାରିଙ୍ଗବାଡ଼ି: ବଜ୍ରାଘାତରେ ୪ ଗୋରୁ ମୃତ

ଦାରିଙ୍ଗବାଡ଼ି : କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡ଼ି ବ୍ଳକ ଅନ୍ତର୍ଗତ କିଲାବାଡ଼ି ଗ୍ରାମରେ  ଆଜି ଅପରାହ୍ନରେ କାଳ ବୈଶାଖୀ ବର୍ଷା ଜନିତ…

1 hour ago

କାଳବୈଶାଖୀର କରାଳ ରୂପ, ବଜ୍ରାଘାତ ନେଲା ୧୨ ଗାଇଙ୍କ ଜୀବନ

ଲକ୍ଷ୍ମୀପୁର : ଆଜି କୋରାପୁଟ ଜିଲ୍ଲା ନାରାୟଣପାଟଣା ଥାନା ଗଦରାଗୁଡ଼ା ଏବଂ ପିଲ୍କୁର୍ ଗାଁରେ କାଳବୈଶାଖୀର ପ୍ରଭାବ ଦେଖିବାକୁ ମିଳିଛି…

2 hours ago

ସାନଖେମୁଣ୍ଡିରେ କାଳବୈଶାଖୀ ବର୍ଷା, ବଜ୍ରାଘାତରେ ଦୁଇ ଯୁବକଙ୍କ ମୃତ୍ୟୁ

ଦିଗପହଣ୍ଡି : ଗଞ୍ଜାମ ଜିଲ୍ଲା ପାଟପୁର ଥାନା ଅନ୍ତର୍ଗତ ସାନଖେମୁଣ୍ଡି ବ୍ଲକ ଗାନ୍ଧୀ ଛକରେ ବଜ୍ରାଘାତରେ ଦୁଇ ଯୁବକଙ୍କ ମୃତ୍ୟୁ…

3 hours ago

୭୨ ଘଣ୍ଟାରେ ରାଜ୍ୟରେ ଅଂଶୁଘାତ ମୃତ୍ୟୁ ୨୦, ରାଜସ୍ୱ କମିସନଙ୍କ କାର୍ଯ୍ୟାଳୟ ଦେଲା ସୂଚନା

ଗତ ୭୨ ଘଣ୍ଟାରେ ରାଜ୍ୟରେ ଅଂଶୁଘାତରେ ୨୦ଜଣଙ୍କ ମୃତ୍ୟୁ ଘଟିଛି । ଏହି ସମୟ ମଧ୍ୟରେ ୯୯ଟି ଅଂଶୁଘାତଜନିତ ମୃତ୍ୟୁ…

3 hours ago

ବର୍ଷେ ପରେ ବି ତାଜା ଅଛି ସେହି ଭୟଙ୍କର ଦୁର୍ଘଟଣାର ସ୍ମୃତି, ମନେ ପକାଉଛନ୍ତି ଗାଁ ଲୋକେ ଓ ସ୍ୱେଚ୍ଛାସେବୀ

ସେହି ରେଳ ଧାରଣା ଅଛି । ସେଇଠି ଟ୍ରେନ୍‌ ବି ଚାଲୁଛି । ତଥାପି ଗୁମୁରି ଗୁମୁରି କାନ୍ଦୁଛି ଏ…

4 hours ago

ବାହାନଗା ରେଳ ଦୁର୍ଘଟଣାକୁ ବର୍ଷେ, ମୃତକଙ୍କ ପରିବାରକୁ ସହଯୋଗ କରିଥିଲେ ଡ. ଅଚ୍ୟୁତ ସାମନ୍ତ

ବାଲେଶ୍ୱର ଜିଲ୍ଲା ବାହାନଗାଠାରେ ଘଟିଥିବା ମର୍ମନ୍ତୁଦ ରେଳ ଦୁର୍ଘଟଣାକୁ ପୂରିଛି ଏକ ବର୍ଷ । ଏଭଳି ଦୁର୍ଘଟଣାରେ ମର୍ମାହତ ହୋଇ…

5 hours ago